Advertisment

ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧିର ପ୍ରତିବାଦ କରିବ ବିଜେଡି, କାଲିଠୁ ୩ ଦିନ ଯାଏ ଆନ୍ଦୋଳନ

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲିଠାରୁ ବିଜେଡି ୩ ଦିନ ଧରି ଆନ୍ଦୋଳନ କରିବ। କେନ୍ଦ୍ର ସରକାର ଦାମ୍ କମ୍ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି।

BJD To Hold 3-Day Long Protest

BJD To Hold 3-Day Long Protest

Advertisment

ଭୁବନେଶ୍ୱର: ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧିର ପ୍ରତିବାଦ କରିବ ବିଜେଡି। ବିଜୁ ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଦାମ୍ କମ୍ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି।

Advertisment

ଆସନ୍ତାକାଲିଠାରୁ ବିଜେଡି ୩ ଦିନ ଧରି ଆନ୍ଦୋଳନ କରିବ। ୨୨ ତାରିଖରେ କଟକ ଆରଡିସି ଅଫିସ ସମ୍ମୁଖରେ ଧାରଣା ଦିଆଯିବ। ସେହିପରି ସବୁ ବ୍ଲକ ସମ୍ମୁଖରେ ଧାରଣା ଦେବ ବିଜେଡି। ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ। ଗ୍ୟାସ୍‌ ଦର ନ କମିବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ଦଳ ଆନ୍ଦୋଳନ କରିବ ବୋଲି ବିଜେଡି କହିଛି।

ମମିତା, ମାହାଙ୍ଗା ଡବଲ ମର୍ଡର, ପରୀ ଭଳି ହତ୍ୟାକାଣ୍ଡ ଉପରୁ ନଜର ହଟାଇବା ପାଇଁ ବିଜେଡି ଏହି ଆନ୍ଦୋଳନ ବାହାନା କରୁଥିବା ବିଜେପି କହିଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ‘ଏହା ବିଜେଡିର କେବଳ ନିର୍ବାଚନୀ ଧୂଆଁ ବାଣ। ବିଜେପି ଲୋକଙ୍କ ସହ ରାଜରାସ୍ତାରେ ଠିଆ ହେବା ଯୋଗୁ ପ୍ରତିବାଦ କରିବା ପାଇଁ ବିଜେଡି ଖାଲି ବାହାନା ଖୋଜୁଛି।’

Advertisment

BJD Cooking Gas Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ