Advertisment

ବିଜେଡିକୁ ଅଡୁଆ ସରକାର ବିରୋଧୀ ହାୱା! କାଉଣ୍ଟର କରିବାକୁ ମହିଳା କାର୍ଡ ହିଁ ଶେଷ ଅସ୍ତ୍ର !

ମହିଳା କାର୍ଡ ଖେଳୁଛି ବିଜେଡି, ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ପାଇଁ ଲଢେଇ କରିବ ଶଙ୍ଖ ଦଳ

ଅଦ୍ୟତନ ହୋଇଛି
 bjd

bjd

Advertisment

ରାଜ୍ୟରେ ବଢୁଥିବା ସରକାରୀ ବିରୋଧୀ ହାୱାକୁ ପ୍ରଶମିତ କରିବାକୁ ବିଜେଡିର ଭରସା ମହିଳା ଭୋଟ୍। ତେଣୁ ଏବେ ମହିଳା ସଶକ୍ତୀକରଣ ନାରାକୁ ଜୋରଦାର କରିଛି ଦଳ । ମହିଳା ଭୋଟବ୍ୟାଙ୍କକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ପୁଣି ଥରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା ଉଠାଇଛି । ଆଉ ଏହି ପ୍ରସଙ୍ଗକୁ ଗାଁରୁ ସଂସଦ ପର୍ଯ୍ୟନ୍ତ ଉଠାଇବାକୁ ପ୍ରସ୍ତୁତ ହୋଇଛି ରଣନୀତି। ତେବେ ବିରୋଧୀ କହିଛନ୍ତି, ବିଜେଡି କେବଳ ମହିଳା ସଶକ୍ତୀକରଣ କଥା ନକହି ପ୍ରଥମେ ବିଧାନସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଟିକଟ୍ ଦେଉ।..

Advertisment

ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ। କ୍ଷମତା ବଜାୟ ରଖିବା ଲାଗି ଗୋଟିଏ ପରେ ଗୋଟିଏ ଷ୍ଟ୍ରାଟେଜି କରୁଛି ଶାସକ ବିଜେଡି। କିନ୍ତୁ ଦଳର ଫୋକସରରେ ରହିଛି ମହିଳା ଭୋଟ। କାରଣ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ। ବିଜେଡିର ପାଞ୍ଚ ଥରର ବିଜୟ ପଛରେ ମହିଳା ଭୋଟରମାନେ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି। ତେଣୁ ୨୦୧୯ ଭଳି ପୁଣିଥରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଜୋରସୋରରେ ଉଠାଇବାକୁ ଦଳ ସ୍ଥିର କରିଛି। ବିଜେଡି ସଂସଦୀୟ ଦଳ ବୈଠକ ଓ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀଣୀରେ ଏହି ପ୍ରସଙ୍ଗ ଉଠାଇବାକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି।

title="YouTube video player" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture; web-share" allowfullscreen>

Advertisment

ତେଣୁ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗି ଜାତୀୟ ସ୍ତରରେ ସ୍ୱର ଉତ୍ତୋଳନ କରିବ ବିଜେଡି। ତେବେ ଏହାକୁ ନେଇ ତେଜିଛି ରାଜନୀତି। ବିଜେଡି ପ୍ରଥମେ ବିଧାନସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଟିକଟ୍ ଦେଉ ବୋଲି ଦାବି କରିଛନ୍ତି ବିଜେପି ଓ କଂଗ୍ରେସ। ରାଜ୍ୟରେ ମହିଳା ନିର୍ଯାତନା ବଢୁଥିବା ବେଳେ କେବଳ ଭୋଟ୍ ନେବା ପାଇଁ ବିଜେଡି ମହିଳା ସଶକ୍ତୀକରଣ କଥା କହୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

୨୦୧୯ରେ ବିଜେଡି ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଟିକଟ ଦେଇଥିଲା । କିନ୍ତୁ ବିଧାନସଭା କ୍ଷେତ୍ରରେ ସେଭଳି କରିନଥିଲା । ବିଧାନସଭାରେ ୧୪୭ ସିଟ୍ ରହିଥିବା ବେଳେ ଦଳ ମାତ୍ର ୧୯ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଏଥର ଯଦି ୩୩ ପ୍ରତିଶତ ଟିକଟ୍ ମହିଳାଙ୍କୁ ଦିଏ, ତାହାଲେ ୪୯ ଜଣ ମହିଳା ଟିକଟ୍ ପାଇବେ।

Advertisment

ଯଦି ସେଭଳି ହୁଏ, ତାହେଲେ ଦଳର ଏମ୍ଏଲ୍ଏ ଟିକଟ୍ ପାଇଁ ଆଶାୟୀ ନେତାମାନେ କରିବେ କଣ? ଏହାକୁ ସେମାନେ ସମର୍ଥନ କରିବେ ତ? ଆଉ ଯଦି ସେମାନଙ୍କ ପରିବାରରୁ କୌଣସି ମହିଳାଙ୍କୁ ଟିକଟ ଦିଆଯାଏ, ତାର କଣ ପ୍ରଭାବ ପଡିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ସେପଟେ ରାଜ୍ୟ ସରକାର ମହିଳା ଭୋଟ୍ ହାତରେ ରଖିବା ଲାଗି ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ଆଣୁଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ବିଭାଗରେ କାମ ଦିଆଯାଉଛି । ନିକଟରେ ଆମ ସ୍କୁଟର ଯୋଜନା ବି ଆରମ୍ଭ କରିଛନ୍ତି, ଯେଉଁଥିରେବିନା ସୁଧାରେ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ତେବେ ବିଜେଡି ଖେଳୁଥିବା ମହିଳା କାର୍ଡ କେତେଦୂର ସଫଳ ହେଉଛି ତା ଉପରେ ନଜର ।

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ