Advertisment

ଲୋକଙ୍କ ଉପରେ ଗାଡ଼ି ମଡ଼ାଇଲେ ବିଜେଡି ବିଧାୟକ, ଦଳ କହିଲା- ଉଚିତ୍‌ ସମୟରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ

ପ୍ରଶାନ୍ତ ଜଗଦ୍ଦେବ ଯେଉଁଭଳି ଭାବରେ ଆଜି ବାଣପୁରରେ ବର୍ବର କାଣ୍ଡ ଘଟାଇଲେ, ଏହାକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ଅଦ୍ୟତନ ହୋଇଛି
BJD Spokesperson Sasmit Patra

BJD Spokesperson Sasmit Patra

Advertisment

ଡ୍ରାଇଭର ସିଟ୍‌ରେ ବସି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ବାଣପୁର ବ୍ଲକ ସାମ୍ନାରେ ଲୋକଙ୍କ ଉପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇ ଦେଇଛନ୍ତି। ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ୧୫ ଜଣ ବିଭିନ୍ନ ଦଳର ସମର୍ଥକ ମଧ୍ୟ ଆହତ ହୋଇଛନ୍ତି।

Advertisment

ଘଟଣାକୁ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ପ୍ରଶାନ୍ତ ଜଗଦ୍ଦେବ ଯେଉଁଭଳି ଭାବରେ ଆଜି ବାଣପୁରରେ ବର୍ବର କାଣ୍ଡ ଘଟାଇଲେ, ଏହାକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏହି ପ୍ରକାରର ବୀଭତ୍ସ ଘଟଣା ଘଟାଇ ପ୍ରଶାନ୍ତ ଜଗଦ୍ଦେବ ଯାହା କରିଛନ୍ତି, ତାହା ଦୁର୍ଭାଗ୍ୟଜନକ। ବିଜେଡି ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରାଯାଉଛି। ପୋଲିସ୍‌ ଓ ପ୍ରଶାସନ ଦୃଢ଼ତାର ସହ ଆଇନଗତ ଭାବେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପ୍ରଶାନ୍ତ ଜଗଦ୍ଦେବଙ୍କ ଏଭଳି ବ୍ୟବହାର ପାଇଁ ସେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଏହି ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କର ଆଶୁ ଆରୋଗ୍ୟ ଆମେ କାମନା କରୁଛୁ’। 

ସସ୍ମିତ ପାତ୍ର ଆହୁରି କହିଛନ୍ତି, ‘ପ୍ରଶାନ୍ତ ଜଗଦ୍ଦେବଙ୍କ ଏଭଳି କାର୍ଯ୍ୟ ପାଇଁ ପୂର୍ବରୁ ଦଳ ତାଙ୍କୁ ନିଲମ୍ବିତ କରିଛି। ଦଳ ତାଙ୍କୁ ଦୂରେଇ ଦେଇଛି। ଉଚିତ୍‌ ସମୟରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ବିଜେଡି ନେଇଛି। ଏହାସହ ଉଚିତ୍‌ ସମୟରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ।’

Advertisment
MLA Prashant Jagdev Chilika MLA Prashant Jagdev BJD Spokesperson Sasmit Patra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ