Advertisment

ବିଜେଡିରେ ଥମୁନି ବରିଷ୍ଠଙ୍କ ବୟାନବାଜି, ନିର୍ବାଚନ ପରିଚାଳନାକୁ ନେଇ ଜଣଙ୍କ ପରେ ଜଣଙ୍କ ଟାର୍ଗେଟ୍

ଲମ୍ବୁଛି ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି। ପରାଜୟର କାରଣ ବଖାଣି ଖୋଲାଖୋଲି ବିସ୍ଫୋରଣ କରୁଛନ୍ତି, ଦଳପତିଙ୍କୁ ଅବଗତ ବି କରୁଛନ୍ତି। ହେଲେ ଏଯାଏଁ ବୁଝାପଡୁନି ଦଳକୁ ସଂଗଠିତ କରିବାକୁ ନବୀନଙ୍କ ଯୋଜନା କଣ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବି ତୀବ୍ର ହେଉଛି।

undefined

BJD

Advertisment

ତେଜୁଛି ବୟାନବାଜି, ଫାଟୁଛି ବିଜେଡି । ବରିଷ୍ଠ ମାରୁଛନ୍ତି ତେର୍ଛା ବାଣ, ଚିନ୍ତାରେ ନବୀନ । ନିର୍ବାଚନ ବିପର୍ଯ୍ୟୟକୁ ନେଇ ଆଜି ମୁହଁ ଖୋଲିଛନ୍ତି ପୂର୍ବତନମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପଦ୍ମନାଭ ବେହେରା । କହିଛନ୍ତି, ଦଳ ହାରିବାର ୪ଟି କାରଣ ଥାଏ । ତାହା ହେଲା ପ୍ରାର୍ଥୀ, ଦଳ ଓ ଦଳପତି, କର୍ମକର୍ତ୍ତା ଓ ପାଣ୍ଠି । ହେଲେ ବିଜେଡି ପାଖରେ ପାଣ୍ଠିର କି ନେତୃତ୍ବର ଅଭାବ ନଥିଲା । ତେଣୁ ପ୍ରଶ୍ନ କ'ଣ ପ୍ରାର୍ଥୀ ଚୟନରେ ଭୁଲ୍ କଲା ଦଳ ? ନା ନିର୍ବାଚନ ସମୟରେ ଦଳ କର୍ମକର୍ତ୍ତାଙ୍କ ଅସନ୍ତୋଷର ଫଳ ଭୋଗିଲା ?

Advertisment

ସେହିପରି ନବୀନ ବାବୁ ଅଧିକ ପ୍ରଚାର ମଇଦାନରେ ରହିଥିଲେ ଦଳ ପାଇଁ ଲାଭ ହୋଇଥାନ୍ତା, ବିଜେଡି ଇସ୍ତାହାର ଅପେକ୍ଷା ବିଜେପି ଇସ୍ତାହାର ଲୋକଙ୍କୁ ଆକର୍ଷିତ କଲା ବୋଲି କହି ବାଣ ବି ମାରିଛନ୍ତି ପଦ୍ମନାଭ । ଅନ୍ୟପଟେ ଦଳରେ ଆଉ ଜଣେ ବରିଷ୍ଠ ନେତା ନୃସିଂହ ସାହୁ ସିଧାସଳଖ କହିଛନ୍ତି, ଭି.କେ ପାଣ୍ଡିଆନ୍ ଓ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ ଅଛି । ନବୀନ ପ୍ରଚାର କରିଥିଲେ ରେଜଲ୍ଟ ଭଲ ହୋଇଥାନ୍ତା, ଆମ ସରକାର ଆସିଥାନ୍ତା ।

ନିର୍ବାଚନ ବିପର୍ଯ୍ୟୟ ପରଠୁ ବିଷୋଦଗାର କରି ଚାଲିଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ବିଜେଡି ନେତା । ଦଳରେ ଗୋଷ୍ଠୀ କନ୍ଦଳ ଯେ, ଝଡ଼ ହେଇ ବହିଲାଣି ତାହା ଶଙ୍ଖ ଭବନରୁ ଆରମ୍ଭ କରି ନବୀନ ନିବାସ ଯାଏ ଜଳ ଜଳ ଦିଶିଯାଉଛି । ଏପରି ସ୍ଥଳେ ମୁଖିଆ ନବୀନ କିନ୍ତୁ ସ୍ଥିତିର ସମୀକ୍ଷା କରୁଛନ୍ତି । ବିଜେପି କହିଛି ବିଜେଡି ଆଉ ବେଶି ଦିନ ରହିବନି, ପାର୍ଟି ଭାଙ୍ଗିଯିବ । ଗତକାଲି ଜୟନାରାୟଣଙ୍କ ପରେ ପାଦେ ଆଗକୁ ଯାଇ ଆଜି ମନ୍ତ୍ରୀ ରବି ନାଏକ କହିଛନ୍ତି ବିଜେଡି ଭାଙ୍ଗି ବିଜେପିରେ ମିଶିଯିବ । ଜବାବରେ ବିଜେଡି କହିଛି, ଯେଉଁମାନେ ବିଜେଡି ଭାଙ୍ଗିଯିବା ମନ୍ତବ୍ୟ ଦେଉଛନ୍ତି ସେମାନେ କେବଳ ନିଜକୁ ଖୁସି କରୁଛନ୍ତି । ଆଜି ବି ବିଜେଡି ଲୋକପ୍ରିୟ ଦଳ । ରାଜନୈତିକ ସମୀକ୍ଷକ କିନ୍ତୁ ବିଜେଡିର ଏପରି ସ୍ଥିତି ପାଇଁ ଖୋଦ ଦଳର ମଙ୍ଗୁଆଳଙ୍କୁ ଦାୟୀ କରିଛନ୍ତି ।

Advertisment

ତୁଟିବା ଅପେକ୍ଷା ଦିନକୁ ଦିନ ତୀବ୍ର ହେଇଚାଲିଛି ବିଜେଡି କନ୍ଦଳ। ୨୪ ବିପର୍ଯ୍ୟୟ ପରେ ବରିଷ୍ଠ ନେତାଙ୍କ ବୟାନବାଜି ଦଳକୁ ଅଧିକ କ୍ଷତିଗ୍ରସ୍ତ କରୁଥିବା ବେଳେ ଯୁବ ନେତା ବି ନେତୃତ୍ବ ଉପରେ ଅସନ୍ତୁଷ୍ଟ। ଏଭଳି ସ୍ଥିତିରେ ଦଳପତି ନବୀନ ଦଳକୁ ଆଗକୁ କିପରି ସଂଗଠିତ କରିବେ ତାକୁ ଅପେକ୍ଷା ।

Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ