Advertisment

ବିଜେଡିକୁ ମହଙ୍ଗା ପଡ଼ିବ ଗୋଷ୍ଠୀ କନ୍ଦଳ ! ବିପିନଙ୍କ ଖେଳ ଖତମ୍‌, ପୁରୀରେ ପାଟିତୁଣ୍ଡ

ବୁଧବାର ବିଦ୍ରୋହ କରିଥିଲେ, ଗୁରୁବାର ଦଳରୁ ବିଦା ହୋଇଗଲେ । ଦଳ ବିରୋଧୀ କାର୍ଯ୍ୟ କରିଥିବା ଦର୍ଶାଇ ବିଜେଡିରୁ ବହିଷ୍କାର ଗଞ୍ଜାମ ଜିଲ୍ଲା ତଥା ଦିଗପହଣ୍ଡିର ଅନ୍ୟତମ ତୁଙ୍ଗ ନେତା ବିପିନ ପ୍ରଧାନ ।

ଅଦ୍ୟତନ ହୋଇଛି
BJD Infighting

BJD Infighting

Advertisment

ବିଜେଡ଼ିରେ ତେଜୁଛି ବିଦ୍ରୋହର ସ୍ୱର । ବଡ଼ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲାରେ ଘଳିଆ ପଡ଼ିବା ଅବସ୍ଥା ହେଲାଣି ଗୋଷ୍ଠୀ କନ୍ଦଳ । ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ ପରେ ବିରୋଧର ସ୍ୱର ଉଠାଇଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କୁ ୨୪ ଘଣ୍ଟା ଭିତରେ ବିଜେଡ଼ିରୁ ଯେଭଳି ବହିଷ୍କାର କରାଗଲା, ତାକୁ ନେଇ ଏବେ ତୀବ୍ର ହୋଇଛି ବିବାଦ। ଅପରପକ୍ଷେ ପୁରୀରେ କର୍ମୀ ସମ୍ମିଳନୀବେଳେ ମୁହାଁମୁହିଁ ହୋଇଥିଲେ ବିଜେଡ଼ିର ୨ ଗୋଷ୍ଠୀ । ଯେଉଁଠି ସୁପ୍ରିମୋ ନବୀନଙ୍କ ବଦଳରେ ପାଣ୍ଡିଆନ ଜିନ୍ଦାବାଦର ନାରାବାଜି ହୋଇଥିଲା ।

Advertisment

ବୁଧବାର ବିଦ୍ରୋହ କରିଥିଲେ, ଗୁରୁବାର ଦଳରୁ ବିଦା ହୋଇଗଲେ । ଦଳ ବିରୋଧୀ କାର୍ଯ୍ୟ କରିଥିବା ଦର୍ଶାଇ ବିଜେଡିରୁ ବହିଷ୍କାର ଗଞ୍ଜାମ ଜିଲ୍ଲା ତଥା ଦିଗପହଣ୍ଡିର ଅନ୍ୟତମ ତୁଙ୍ଗ ନେତା ବିପିନ ପ୍ରଧାନ । ଦିଗପହଣ୍ଡିର ଚାରି ଚାରି ଥରର ଅଧ୍ୟକ୍ଷ ଓ ଥରେ ଉପାଧ୍ୟକ୍ଷ ବନିଥିବା ବିପିନଙ୍କ ୨୪ ଘଣ୍ଟା ଭିତରେ ଖେଳ ଖତମ୍ କରିଦେଲା ବିଜେଡି । ଆଉ ତା’ପରେ ମନ ପ୍ରଫୁଲ୍ଲ ହୋଇଯାଇଛି ବିପିନ  ପ୍ରଧାନଙ୍କ ବିପକ୍ଷ ଗୋଷ୍ଠୀର । ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେବା ସହ
ମିଠା ବଣ୍ଟନ କରାଯାଇଛି ।

ତେବେ ବିପିନଙ୍କୁ ମହଙ୍ଗା ପଡ଼ିଲା କି ବିପ୍ଲବ ପାତ୍ରଙ୍କ ବିରୋଧରେ ଗୋଷ୍ଠୀ ଛିଡ଼ା କରାଇବା ? ନା ଆଗାମୀ ସାଧାରଣ ନିର୍ବାଚନ ପାଇଁ MLA ଟିକଟ ଆଶାୟୀ ଥିବାରୁ ତାଙ୍କ ଗୋଛି କାଟି ଦିଆଗଲା ? ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ ସ୍ଥଗିତ ପରେ ଗତକାଲି ବିପିନଙ୍କ ଗୋଷ୍ଠୀ ଯେଉଁ ବିଦ୍ରୋହ କରିଥିଲେ, ସେହି ବାହାନାରେ କାର୍ଯ୍ୟାନୁଷ୍ଠାନ ହେଲା କି ? ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ବିପିନ ପ୍ରଶ୍ନ ଉଠାଇବା ସହ ନିଷ୍ପତ୍ତି ବିରୋଧରେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ।

Advertisment

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ମତଦାନ । ନିଜର ୧୪ ଜଣ ସମିତି ସଭ୍ୟଙ୍କୁ ଧରି ବ୍ଲକ ଭିତରକୁ ଯାଇଥିଲେ ବିପିନ ପ୍ରଧାନ । କିନ୍ତୁ କିଛି ସମିତି ସଭ୍ୟ ନିଖୋଜ ଥିବା ଦର୍ଶାଇ ଏବଂ ଆଇନଶୃଙ୍ଖଳା ସ୍ଥିତି ଉପୁଜିବାର ଆଶଙ୍କା କରି ନିର୍ବାଚନକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିଲା । ଏହି ନିଷ୍ପତ୍ତି ବିରୋଧରେ ବିପିନଙ୍କ ସମର୍ଥକ ଏବଂ କିଛି ସମିତି ସଭ୍ୟ ଗର୍ଜିବା ସହ ଦଳୀୟ ଆଭ୍ୟନ୍ତରୀଣ କନ୍ଦଳ ପ୍ରସଙ୍ଗ ଉଠାଇ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ ଆଡକୁ ଇଙ୍ଗିତ କରିଥିଲେ । ଏହାର ୨୪ ଘଣ୍ଟା ଭିତରେ ବିପିନ ପ୍ରଧାନଙ୍କୁ ଦଳରୁ ବହିଷ୍କାର କରିଦିଆଯାଇଥିବା କହିଛନ୍ତି ବିପ୍ଲବଙ୍କ ସମର୍ଥକ ।

ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ବିଜେଡ଼ି ପାଇଁ ଗଞ୍ଜାମ ଜିଲ୍ଲାରେ ମହଙ୍ଗା ପଡ଼ିବ କି ? କାରଣ ଗୋପାଳପୁରରୁ ଛତ୍ରପୁର, ଆସିକାରୁ ପୋଲସରା। ଜିଲ୍ଲାର ଅଧିକାଂଶ ସ୍ଥାନରେ ବଢୁଛି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ । ଆଗାମୀ ଦିନରେ ଏହାର ପ୍ରଭାବ ଜିଲ୍ଲାର ୧୩ଟି ନିର୍ବାଚନମଣ୍ଡଳୀର ପଡ଼ିବ ବୋଲି ମତ ପ୍ରକାଶ ପାଉଛି ।

Advertisment

ଆଜି ପୁରୀର। କର୍ମୀ ସମ୍ମିଳନୀବେଳେ ମୁହାଁମୁହିଁ ମହେଶ୍ୱର ମହାନ୍ତିଙ୍କ ସମର୍ଥକ ଓ ଶୁଭାଶିଷ ଖୁଣ୍ଟିଆଙ୍କ ସମର୍ଥକ । ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ପୁରୀ ବଡ଼ଦାଣ୍ଡରେ ଥିବା ଏକ ହୋଟେଲରେ ପୁରୀ ସହର ୨୧ ନଂ ୱାର୍ଡର ବୈଠକ ବସିଥିଲା । ହେଲେ ବୈଠକରେ ୧ ନଂ ୱାର୍ଡର କର୍ମୀଙ୍କ ଯୋଗଦାନକୁ ନେଇ ବିରୋଧ କରିଥିଲେ ମହେଶ୍ୱରଙ୍କ ସମର୍ଥକ । ଏପରିକି ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କ ଅନୁପସ୍ଥିତିରେ କର୍ମୀ ସମ୍ମିଳନୀର ଆୟୋଜନକୁ ନେଇ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଉଭୟ ଗୋଷ୍ଠୀ ଭିତରେ ଉପୁଜିଥିଲା ଏଭଳି ସ୍ଥିତି । ତାହାରି ଭିତରେ ନବୀନ ପଟ୍ଟନାୟକଙ୍କ ବଦଳରେ ପାଣ୍ଡିଆନ ଜିନ୍ଦାବାଦର ନାରାବାଜି ହୋଇଥିଲା । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

BJD Odisha Politics BJD Infighting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ