Advertisment

Ex Mla Suspension Revoked:ପୂର୍ବତନ ବିଧାୟକଙ୍କ ଉପରୁ ବାସନ୍ଦାଦେଶ ହଟାଇଲା ବିଜେଡି: ଟାର୍ଗେଟ କଲେ କଂଗ୍ରେସ,ବିଜେପି

ଦୁର୍ନୀତି ଅଭିଯୋଗ ଆଣି ବହିଷ୍କାର କଲେ। ଆଉ ବର୍ଷେ ପରେ ପୁଣି ଥରେ ଆପଣାଇଲେ। ଦୁର୍ନୀତି ପାଇଁ ରେମୁଣାର ତତ୍କାଳୀନ ବିଜେଡି ବିଧାୟକ ସୁଧାଂଶୁ ପରିଡାଙ୍କୁ ନବୀନ ଦଳରୁ ବହିଷ୍କାର କରିଥିଲେ। ମାତ୍ର ଏବେ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି।

undefined

Naveen

Advertisment

ଦୁର୍ନୀତି ଅଭିଯୋଗ ଆଣି ବହିଷ୍କାର କଲେ। ଆଉ ବର୍ଷେ ପରେ ପୁଣି ଥରେ ଆପଣାଇଲେ। ଦୁର୍ନୀତି ପାଇଁ ରେମୁଣାର ତତ୍କାଳୀନ ବିଜେଡି ବିଧାୟକ ସୁଧାଂଶୁ ପରିଡାଙ୍କୁ ନବୀନ ଦଳରୁ ବହିଷ୍କାର କରିଥିଲେ। ମାତ୍ର ଏବେ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି। ଚର୍ଚ୍ଚା ହେଉଛି ବାଲେଶ୍ବର ସଂଗଠନ ବିଗୁଡୁ ଥିବାରୁ ଦଳ ସୁଧାଂଶୁଙ୍କୁ ହିଁ ଆଶ୍ରା କରିଛି। ଦଳର ଅନ୍ୟ ବିଧାୟକଙ୍କ ଯୁକ୍ତି ସଂଗଠନ ମଜବୁତ ପାଇଁ ବିଜୁ ଲିଗାସି ନେତାଙ୍କୁ ଖୋଜି ଦଳକୁ ଫେରାଇବାର ଆବଶ୍ୟକତା ଅଛି। ଅନ୍ୟପଟେ ବିଜେପି ଓ କଂଗ୍ରେସ ପାଲଟା ପ୍ରଶ୍ନ କରିଛନ୍ତି, ବର୍ଷକରେ ଜନବିରୋଧୀରୁ ଜନପ୍ରିୟ କେମିତି ହୋଇଗଲେ ସୁଧାଂଶୁ।

Advertisment

ଦୁର୍ନୀତି ନାଁରେ ଯାହାକୁ ଦିନେ ବହିଷ୍କାର କରିଥିଲେ, ତାଙ୍କୁ ପୁଣି କୋଳେଇ ନେଇଛି ବିଜେଡି। ୨୧ ସେପ୍ଟେମ୍ବର ୨୦୨୩। କୃଷି ଯନ୍ତ୍ରାଂଶ କିଣାରେ ଦୁର୍ନୀତି ପାଇଁ ସେତେବେଳର ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଖୋଦ୍ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିଲେ।

କିନ୍ତୁ ରବିବାର ତାଙ୍କ ଉପରୁ ନବୀନ ବହିଷ୍କାର ଆଦେଶ ଉଠାଇ ଦେଇଛନ୍ତି। ତେବେ କାହିଁକି ବର୍ଷେ ୪ ମାସ ପରେ ସୁଧାଂଶୁଙ୍କୁ ପୁଣି ଥରେ ଆପଣାଇ ନେଲା ବିଜେଡି? ସୁଧାଂଶୁ କହିଛନ୍ତି କିଛି କୁଚକ୍ରୀଙ୍କ ପାଇଁ ତାଙ୍କୁ ବହିଷ୍କାର କରାଇଯାଇଥିଲା। ଅନ୍ୟପଟେ ବିଜେଡିର ଜଳେଶ୍ବର ବିଧାୟକଙ୍କ ମତ ହେଲା, ଦଳକୁ ସଂଗଠିତ କରିବାକୁ ବିଜୁ ଆଦର୍ଶରେ ଅନୁପ୍ରାଣିତ ନେତାଙ୍କୁ ଦଳକୁ ପୁଣି ଥରେ ଫେରାଯାଉଛି। ଯାହାଫଳରେ ଦଳ ଅଧିକ ସଶକ୍ତ ହେବ।

Advertisment

ବାଲେଶ୍ବରରେ ବିଜେଡି ଗଡ଼ ଭୁଶୁଡିବା ଆରମ୍ଭ କରିଛି। ଗଲା ନିର୍ବାଚନରେ ରେମୁଣା, ବାଲେଶ୍ବର ସଦର, ସିମୁଳିଆରେ ପରାଜିତ ହୋଇଛି ବିଜେଡି। ଗୋଷ୍ଠୀ କନ୍ଦଳ ବି ତୀବ୍ର। ସିମୁଳିଆରେ ପୂର୍ବତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ଶଶି ସାହୁଙ୍କ ଭିତରେ ବିବାଦ ବଢି ବଢି ଚାଲିଛି। ଏବେ ବିପର୍ଯ୍ୟୟ ପରେ ଦଳ ବାଲେଶ୍ବର ଗଡ଼ ସଜାଡିବାକୁ ପୂର୍ବତନ ନେତାଙ୍କୁ ଗୁରୁତ୍ବ ଦେବା ଆରମ୍ଭ କରିଛି। ବିଜେପିର ଯୁକ୍ତି, ବିଜେଡି ଜନବିରୋଧୀ କହି ସୁଧାଂଶୁଙ୍କୁ ବହିଷ୍କାର କରିଥିଲା, ଏବେ କଣ ସିଏ ଜନପ୍ରିୟ ହୋଇଗଲେ? ପକେଇବା ଛେପ ଢୋକି, ବିଜେଡି ବାର୍ତ୍ତା ଦେବାରୁ ଚାହୁଁଛି ଯେ ଦଳକୁ ବି ନେତା ଫେରୁଛନ୍ତି। ମାତ୍ର ଲୋକେ ଆଉ ଗ୍ରହଣ କରିବେନି। ସେପଟେ କଂଗ୍ରେସ କଡା ସମାଲୋଚନା କରି କହିଛି, ବିଜେଡିରେ ନେତା ନଥିଲେ। ପାଣ୍ଡିଆନ୍ ହିଁ ସର୍ବେ ସର୍ବା ଥିଲେ। ଏବେ ସଂଗଠିତ ପାଇଁ ବିଜେଡି ଯେଉଁ ରଣନୀତି କରୁଛି ତାହା ଫେଲ୍ ମାରିବ।

ଗୋଟିଏ ଦିନରେ ସୁଧାଂଶୁଙ୍କ ସହ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବି ନବୀନ ଦଳରୁ ବହିଷ୍କାର କରିଥିଲେ। କିନ୍ତୁ ସୌମ୍ୟଙ୍କ ଉପରୁ ବହିଷ୍କାର ଆଦେଶ ନହଟାଇ କେବଳ ସୁଧାଂଶୁଙ୍କ ଉପରୁ ହଟାଇବା ପଛର ରହସ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Advertisment
Naveen Patnaik BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ