Advertisment

ତେଜିଲା ଦେବାଶିଷ-ପ୍ରଭାତ କଳି; BJD ର ପରାଜୟ ପରେ ଦୁଇ ନେତାଙ୍କ ବୟାନବାଜି

ବିଜେଡି ହାରିବା ଓ ଦଳର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସମାଲୋଚନା କରିବା ବାହାନାରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ।

Pravat Biswal

Pravat Biswal

Advertisment

ବବି-ପାଣ୍ଡିଆନଙ୍କ ପାଇଁ ତେଜିଲା ଦେବାଶିଷ-ପ୍ରଭାତ କଳି। ବିଜେଡି ହାରିବା ଓ ଦଳର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସମାଲୋଚନା କରିବା ବାହାନାରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ। ଦରକାର ସମୟରେ ପାଣ୍ଡିଆନ ଓ ବବି ଦାସଙ୍କ ପାଖକୁ ଦୌଡୁଥିଲେ ପ୍ରଭାତ। ହେଲେ ଏବେ କଣ ହେଲା? ବିଜେଡିର ଏମିତି ଅବସ୍ଥାରେ ଦଳ ବିରୋଧରେ ଏମିତି ଟିପଣୀ ଦେବା ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ଦେବାଶିଷ।

Advertisment

ପ୍ୟାରୀ ବାବୁଙ୍କ କଥା କହୁଥିବା ପ୍ରଭାତ ବୋଧେ ମିଡ୍ ନାଇଟ୍ ଅପରେସନ୍‌ରେ ନବୀନ ବାବୁଙ୍କ ବିରୋଧରେ ମୁଖ୍ୟ ଭୂମିକା ନେଇଥିଲେ ବୋଲି କହି ପ୍ରଭାତଙ୍କୁ ସମାଲୋନା କରିଛନ୍ତି। ଖାଲି ଏତିକି ନୁହେଁ ଏଭଳି ବୟାନ ଦେଇ, ସିବିଆଇ ମାମଲାରୁ ବଞ୍ଚିବାକୁ ପ୍ରଭାତ ଚେଷ୍ଟା କରୁଥିବା ଦୋହରାଇଛନ୍ତି ଦେବାଶିଷ। ଅପରପକ୍ଷେ ଦେବାଶିଷଙ୍କ ବୟାନକୁ ନେଇ ପାଲଟା ସମାଲୋଚନା କରିଛନ୍ତି ପ୍ରଭାତ। ଦେବାଶିଷଙ୍କୁ ତାଙ୍କ ସମ୍ପର୍କରେ କହିବାକୁ କିଏ ଅଧିକାର ଦେଲା। ଏମିତି କହିବାକୁ ଦେବାଶିଷଙ୍କୁ କିଏ ଶିଖେଇ ଦେଇଥିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ମୁଁ କିଏ ଲୋକ ଜାଣିଛନ୍ତି, ଦେବାଶିଷ ବାବୁଙ୍କ ବିଷୟରେ ବି ଲୋକ ଜାଣିଛନ୍ତି। ସେ ମୋ ବିଷୟରେ ଟିପ୍ପଣୀ ରଖିବା ଅତ୍ୟନ୍ତ ହାସ୍ୟାସ୍ପଦ।ମେ ୨୯ରେ ମୁଖ୍ୟ ଭୂମିକା ନେଇଥିବା ଲୋକ ଦଳରେ ଏବେ ପ୍ରମୁଖ ଭୂମିକାରେ। ଦେବାଶିଷ ବାବୁଙ୍କୁ ଏସବୁ କହିବାକୁ କିଏ ଶିଖେଇ ଦେଇଥିବ ବୋଲି ପ୍ରଭାତ କହିଛନ୍ତି। ମିଡ୍ ନାଇଟ୍ ଅପରେସନ୍ ପଛରେ ଥିବା ମୁଖ୍ୟ ଲୋକ ଏବେ ଦଳରେ ସବୁ ମୁଖ୍ୟ ନିଷ୍ପତ୍ତି ନେଉଛନ୍ତି। ସେ କଥା ସେ ଦିନ ସେ କହିଥିଲେ ବୋଲି ସଫେଇ ରଖିଛନ୍ତି ପ୍ରଭାତ ବିଶ୍ୱାଳ।

Advertisment

କିଛି ଦିନ ତଳେ ବିଜେଡି କର୍ମୀଙ୍କୁ ସମ୍ବୋଧନ ବେଳେ ବିଜେଡି ହାରିବା ନେଇ ଦଳ ବିରୋଧୀ ହାୱା ବଡ଼ ଫ୍ୟାକ୍ଟର ବୋଲି କହିଥିଲେ ପ୍ରଭାତ। ବୈଠକରେ ପାଣ୍ଡିଆନ ଓ ବବିଙ୍କୁ ସମାଲୋଚନା କରିଥିବା ବି ଚର୍ଚ୍ଚା ହୋଇଥିଲା। ସେପଟେ ସମ୍ବିତ ରାଉତରାୟଙ୍କ ‘ମୂଷା ଉପାଖ୍ୟାନ’ରେ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ। ସମ୍ବିତ ତାଙ୍କ ସମାସ୍କନ୍ଧ ନୁହଁ, ପାରାଦୀପ ବିଜେଡି ଗଡ଼ରେ ତାଙ୍କ ପରିବାରକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି। ତେଣୁ ସେ ଦଳ ପାଇଁ କୌଣସି ବୟାନ ଦେବା ଉପଯୁକ୍ତ ନୁହଁ ବୋଲି କହିଛନ୍ତି ଦେବାଶିଷ। ସେପଟେ ଦେବାଶିଷଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବିତ। ସେ କହିଛନ୍ତି ଦେବାଶିଷଙ୍କୁ ତ କଟକବାସୀ ରିଜେକ୍ଟ କରିଦେଇଛନ୍ତି।

Debasish Samantray BJD Former MLA Pravat Biswal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ