Advertisment

ସୁଶାନ୍ତ ସିଂହଙ୍କ ମିଶନ ୧୨୫ ବୟାନକୁ ନେଇ ତେଜିଲା ରାଜନୀତି

୨୦୨୪ରେ ପୁଣି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସୁଶାନ୍ତ ।

Sushant Singh

Sushant Singh

Advertisment

ପଦ୍ମପୁର ବିଜୟ ପରେ ୨୦୨୪ରେ ବିଜେଡିର ମିଶନ ୧୨୫ । ମୋଟ ବିଧାନସଭା ଆସନ ୧୪୭ରୁ ବିଜେଡି ୧୨୫ରେ ବିଜୟୀ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂହ ।  ଏହାସହ ପଶ୍ଚିମ ଓଡ଼ିଶାର ୩୬ ଆସନରୁ ବିଜେଡି ୩୦ରୁ ଅଧିକ ଆସନରେ ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ୨୦୨୪ରେ ପୁଣି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସୁଶାନ୍ତ । ଆସନ୍ତା ଜାନୁଆରୀରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଯାଇପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

Advertisment

ସେପଟେ ବିଜେପି କହିଛି ରାଜନୈତିକ ଦଳ ଭିତରେ ମିଶନ ରଖିବା କିଛି ବଡ଼ କଥା ନୁହେଁ । ଆମେ ୧୪୭ ଆସନକୁ ଫୋକସ କରୁଛୁ । ଆମର ମିଶନ ହେଉଛି ଦୁଇ ତୃତୀୟାଂଶରେ ସରକାର କରିବୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କଂଗ୍ରେସ କହିଛି ବିଜେଡି ୩୦ରୁ ୩୫ ଭିତରେ ରହିବ । କଂଗ୍ରେସ ଭଲ ପ୍ରଦର୍ଶନ ସହ ୬୦ରୁ ୬୫ ସିଟ୍ ଭିତରେ ଜିତିବ ବୋଲି କହିଛନ୍ତି ସୁରେଶ ରାଉତରାୟ । ଆଉ କାହା ସହାୟତାରେ କଂଗ୍ରେସ ସରକାର କରିବ ବୋଲି ସୁର କହିଛନ୍ତି । 

BJD Politics 2024 Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ