Advertisment

‘ସମସ୍ତଙ୍କ ସହଯୋଗ ରହିଲେ ମୁଁ ଭୁବନେଶ୍ୱର ପାଇଁ କାମ କରିପାରିବି’

ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି।

BJD Names Mayor Candidates For BMC

BJD Names Mayor Candidates For BMC

Advertisment

ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। ଭୁବନେଶ୍ୱର ମହାନଗର ନିଗମ ପାଇଁ ଭିନ୍ନକ୍ଷମ ସଶକ୍ତିକରଣ କମିଶନର ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ସେହିପରି  କଟକ ପାଇଁ ସାଂସଦ ସୁବାସ ସିଂଙ୍କୁ ନାମକୁ ବିଜେଡି ମୋହର ମାରି ଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି। 

Advertisment

ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ସୁଲୋଚନାଙ୍କ ନାଁ ଘୋଷଣା ହେବାପରେ ସେ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଭଳି ଜଣେ ସାଧାରଣ ମହିଳାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଏଥିପାଇଁ ସୁଲୋଚନା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, ‘ଭୁବନେଶ୍ୱର ମେୟର ପଦ ଖାଲି ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଦାୟିତ୍ୱପୂର୍ଣ୍ଣ ମଧ୍ୟ। ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି। ଆମେ ସମସ୍ତେ ମିଶିକି କାମ କରିବୁ। ସମସ୍ତଙ୍କ ସହଯୋଗ ରହିଲେ ମୁଁ ମଧ୍ୟ ଭୁବନେଶ୍ୱର ପାଇଁ କାମ କରିପାରିବି। 

Advertisment

BJD Sulochana Das Municipal Election 2022 BJD Mayor Candidates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ