Advertisment

Shreemayee Mishra: ଶ୍ରୀମୟୀଙ୍କୁ ମହଙ୍ଗା ପଡ଼ିବ କି ଶୀର୍ଷ ନେତୃତ୍ବଙ୍କୁ ଚ୍ୟାଲେଞ୍ଜ? ଦଳ ନେବ କି ବଡ଼ କାର୍ଯ୍ୟାନୁଷ୍ଠାନ

ଶୀର୍ଷ ନେତୃତ୍ୱଙ୍କୁ କଟାକ୍ଷ କରି ନିଶାନା କରିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ତେଣୁ ବିଜେଡି ତାଙ୍କ ଉପରେ ଆକ୍ସନ ନେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

Shreemayee Mishra

Shreemayee Mishra

Advertisment

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ପଡ଼ିବ କି ଶୀର୍ଷ ନେତୃତ୍ବଙ୍କୁ ଚ୍ୟାଲେଞ୍ଜ। ଆକ୍ସନ ପାଇଁ ଶ୍ରୀମୟୀଙ୍କ ବିରୋଧରେ ପ୍ଲଟ ପ୍ରସ୍ତୁତ ହେଉଛି କି ? ଦଳ ନେବ କି ବଡ କାର୍ଯ୍ୟାନୁଷ୍ଠାନ ? ବାରମ୍ବାର ଶୀର୍ଷ ନେତୃତ୍ୱଙ୍କୁ କଟାକ୍ଷ କରି ନିଶାନା କରିବା ପରେ ସାମନାକୁ ଆସି ବିଜେଡି କଡ଼ା ଆଭିମୁଖ୍ୟ ରଖିଛି। ଅନ୍ୟପଟେ ଶ୍ରୀମୟୀ ପ୍ରତିକ୍ରିୟା ଦେଇ ନଥିବା ବେଳେ ବିଜେଡ଼ି ଆକ୍ସନ ମୋଡର ସାଇଡ୍ ଇଫେକ୍ଟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Advertisment

ଶ୍ରୀମୟୀଙ୍କ ଭଣ୍ଡ ସନ୍ୟାସୀ ଉପାଖ୍ୟାନ ପରେ ସାମ୍ନାକୁ ଆସିଲା ବିଜେଡି। ସୋସିଆଲ ମିଡ଼ିଆ ପୋଷ୍ଟରୁ ନିବୃତ୍ତ ରହିବାକୁ ଚେତାବନୀ। ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ଶ୍ରୀମୟୀଙ୍କ ଉପରେ ହେବ କି ଆକ୍ସନ! ନବୀନଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଧୃତରାଷ୍ଟ୍ର କହିଲେ, ପରେ ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ କହି ନିଶାନା କଲେ। ନବୀନଙ୍କୁ ଆକ୍ଷେପ କରି କହିବା ବେଳେ ଦଳ ନିରବ ରହିଲା। କିନ୍ତୁ ପାଣ୍ଡିଆନଙ୍କୁ ଟାର୍ଗେଟ ପରେ ସାମନାକୁ ଆସି ସାମ୍ବାଦିକ ସମ୍ମିଳନୀ କଲା। ଦଳ କହିଛି, ସାମାଜିକ ଗଣମାଧ୍ୟମରେ ଦଳ ବିରୋଧରେ ଶ୍ରୀମୟୀ ଟିପ୍ପଣୀ ଦେଉଛନ୍ତି। ତାଙ୍କଠାରୁ ଭଣ୍ଡ ବାବା ଟିପଣୀ ଆସିବା ଠିକ ନୁହେଁ। ସେ ବୋଧେ ଭଣ୍ଡ ମାତା ପାଲଟି ଯାଇଛନ୍ତି। ସେ ବୋଧେ କୁରୁସଭାକୁ ଯାଉଛନ୍ତି। ବଳଙ୍ଗା, ବାଲେଶ୍ୱର କେସ କି ଗଣଦୁଷ୍କର୍ମ ନେଇ ତ ଟ୍ୱିଟ୍ କଲେନି। ବିଜେଡିଠାରୁ ଅନେକ ସହଯୋଗ ପାଇଛନ୍ତି, ନିଗମ ପାଇଥିଲେ। ଅନ୍ୟର କବିତା, ଫଟୋ ଜରିଆରେ ଧମକାଇବା ବନ୍ଦ କରନ୍ତୁ। ନହେଲେ ଦଳ ଜବାବ ଦେବ।

ଅନ୍ୟପଟେ ଶ୍ରୀମୟୀଙ୍କୁ ମଡର୍ଣ୍ଣ ମନ୍ଥରା କହି କଟୁ ସମାଲୋଚନା କରିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ। କାର୍ଯ୍ୟାନୁଷ୍ଠାନ ପାଇଁ ଦଳୀୟ ଫୋରମ୍ ରେ ନିଶ୍ଚିତ ଆଲୋଚନା ହେବ ବୋଲି କହିଛନ୍ତି। ସେହିପରି ମଙ୍ଗଳବାର ଶଙ୍ଖ ଭବନରେ ବସିଥିବା ଶୃଙ୍ଖଳା କମିଟି ବୈଠକରେ ବି ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟ ନେଇ ହୋଇଛି ଆଲୋଚନା। ଗଣମାଧ୍ୟମରେ ଦଳ ବିରୋଧୀ ବୟାନ ଦେଇଥିବା ନେତାଙ୍କର ବି ତାଲିକା ହୋଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କ ଅନୁମୋଦନ ଲାଗି ପଠାଯାଇଛି। ଶ୍ରୀମୟୀଙ୍କ ଯାହା କରୁଛନ୍ତି ଠିକ୍ ନୁହଁ କହି ବଡ ଆକ୍ସନ ଆଡ଼କୁ ଇସାରା ଦେଇଛନ୍ତି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା।

Advertisment

ବିଜେଡିର କମ୍ପନ ଭିତରେ ଶ୍ରୀମୟୀ କିନ୍ତୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଧୃତରାଷ୍ଟ୍ର ଉପାଖ୍ୟାନ ପରେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଶ୍ରୀମୟୀ ଦଳ ସହିତ ଅଛନ୍ତି। କିନ୍ତୁ ଏବେ ହଠାତ୍ ଦଳ କାହିଁକି ତାଙ୍କ ବିରୋଧରେ ସାମ୍ବାଦିକ ସମିଳନୀ କଲା ତାକୁ ନେଇ ପ୍ରଶ୍ନବାଚୀ।

BJD Politics Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ