Advertisment

ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ଲାଗିଲା ପୋଷ୍ଟର...

ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ନିର୍ବାଚନ ପରଠୁ ସେ ନିଖୋଜ ଅଛନ୍ତି। ରାଉରକେଲାରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
BJD MLA Subrat Tarai

BJD MLA Subrat Tarai

Advertisment

ରାଉରକେଲା: ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ନିର୍ବାଚନ ପରଠୁ ସେ ନିଖୋଜ ଅଛନ୍ତି। ଏଭଳି ଲେଖାଥିବା ପୋଷ୍ଟର ଏବେ ରାଉରକେଲା ସେକ୍ଟର-୬ ଅଞ୍ଚଳରେ ଲଗାଯାଇଥିବା ଦେଖିବାକୁ ମିଳିଛି। ସେକ୍ଟର-୬ ଅଞ୍ଚଳରେ କାନ୍ଥ, ସ୍କୁଲ ଘର ଓ କ୍ଲବ ଘରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। 

Advertisment

ପୋଷ୍ଟରରେ ଲଗାଯାଇଛି, “ବିଜେଡି ବିଧାୟକ ସୁବତ୍ର ତରାଇ ନିଖୋଜ। ନିର୍ବାଚନ ପରଠୁ ନିଖୋଜ। ମୌଳିକ ସୁବିଧାରୁ ବଞ୍ଚିତ ବସ୍ତି ବାସିନ୍ଦା।” କ୍ରମାଗତ ଭାବେ ବିଧାୟକଙ୍କ  ଅବହେଳାରେ ଅତିଷ୍ଠ ହୋଇପଡିଥିବା ସ୍ଥାନୀୟ ବାସିନ୍ଦା ଏଭଳି ପୋଷ୍ଟର ମାରି ପ୍ରତିବାଦ ଜଣାଇଥିବା ସୂଚନା ମିଳିଛି।  

ଘଟଣାକୁ ନେଇ ଏବେ ସହରରେ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷେ, ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ସୁବ୍ରତ ତରାଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।  

Advertisment
MLA Subrat Tarai BJD MLA Subrat Tarai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ