Advertisment

ନବୀନଙ୍କୁ ସୌମ୍ୟଙ୍କ ସିଧାସଳଖ ଟାର୍ଗେଟ୍‌ -ବଢୁଛି ଅହଙ୍କାର,ଫିକା ପଡ଼ୁଛି ସ୍ୱଚ୍ଛତା

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ‘ଆମ ଘରର ହାଲଚାଲ୍’ ସଂପାଦକୀୟ ସ୍ତମ୍ଭରେ ସେ ଲେଖିଛନ୍ତି, ସହଜ ବିଜୟ ଅହଙ୍କାରର ରୂପ ନେଉଛି । ବିକଳ୍ପ ନଥିବାରୁ ବିଜୟ ସହଜ ହେଉଛି । ଏବେ ଜୁଆରରେ ଭଟ୍ଟା ପଡିଲାଣି ବୋଲି ସୌମ୍ୟ ଲେଖିଛନ୍ତି ।

ଅଦ୍ୟତନ ହୋଇଛି
soumya ranjan patnaik

soumya ranjan patnaik

Advertisment

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଓ ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା ନୀତି କ୍ରମେ ସଙ୍କୁଚିତ ହେଉଛି କି ? ସରକାର ଏବଂ ବ୍ୟବସ୍ଥା ବିରୋଧରେ ଭିନ୍ନ ସ୍ୱର ଉଠାଇ ନିଜ ସମ୍ପାଦକୀୟ ପୃଷ୍ଠା ‘ଆମ ଘରର ହାଲ୍‌ଚାଲ୍‌’ରେ ଶାସକ ଦଳ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଭିନ୍ନ ମତ ରଖିଛନ୍ତି। ରାଜନୈତିକ ବିକଳ୍ପର ଅଭାବ ଯୋଗୁ ସହଜ ସଫଳତା ମିଳୁଛି। ଆଉ ତାହାର କାରଣ ସ୍ୱରୂପ ଅହଙ୍କାରର ରୂପ ନେଉଛି। ସେହି ଅହଙ୍କାର ନବୀନଙ୍କ ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ସଙ୍କୁଚିତ କରୁଛି ବୋଲି ନିଜ ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ସୌମ୍ୟରଂଜନ ଲେଖିଛନ୍ତି।

Advertisment

‘ନବୀନ ବାବୁଙ୍କ ପାଇଁ ଈଶ୍ୱରଙ୍କଠାରେ’ ଶୀର୍ଷକ ସମ୍ପାଦକୀୟରେ ବିଜେଡି ବିଧାୟକ ସୌମ୍ୟରଂଜନ ଲେଖିଛନ୍ତି ଯେ, ଶାସନର ପ୍ରଥମ ଦଶ ବର୍ଷରେ ଯେଉଁ କଥା ଗୁଡ଼ିକ ପାଇଁ ନବୀନ ବାବୁ ଅନ୍ୟ ରାଜନେତାଙ୍କଠାରୁ ଭିନ୍ନ ହୋଇ ପ୍ରିୟପାତ୍ର ହୋଇଥିଲେ, ପରବର୍ତ୍ତୀ ଦଶ ବର୍ଷରେ କିନ୍ତୁ ସେହି ଜୁଆରରେ ଭଟ୍ଟା ପଡ଼ିଲାଣି। ତେବେ ନିର୍ବାଚନରେ ଜିତିବାର ଲକ୍ଷ୍ୟ ସାଧନ ପାଇଁ ଯାହା କିଛି କରିବାକୁ ପଡୁଛି ତାହା କରଣୀୟ ଏବଂ ବରଣୀୟ। ଫଳରେ ନବୀନଙ୍କ ଶାସନର ସଫଳତାର ମୂଳମନ୍ତ୍ର ‘ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା’ ନୀତି ସଙ୍କୁଚିତ ହେଉଥିବା ଲୋକେ ଅନୁଭବ କଲେଣି।

ସୌମ୍ୟରଂଜନ ଆହୁରି ଲେଖିଛନ୍ତି ଯେ, ନିର୍ବାଚନ ଜିତିବା ପାଇଁ ଅଧିକରୁ ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ସମସ୍ତେ ଅର୍ଥ ଯୋଗାଡ଼ରେ ବ୍ୟସ୍ତ। ଫଳରେ ସ୍ୱଚ୍ଛତା କମିବା ସହ ଦୁର୍ନୀତି ବଢ଼ିବାରେ ଲାଗିଛି। ସେହିପରି ‘ମୋ ସରକାର’ ଯୋଜନାର କାର୍ଯ୍ୟକାରିତାକୁ ନେଇ ବି ସୌମ୍ୟ ରଞ୍ଜନ ପ୍ରଶ୍ନ ଉଠାଇବା ସହ ଲେଖିଛନ୍ତି, ପ୍ରଭାବଶାଳୀ ଏବଂ କ୍ଷମତାସୀନ ବ୍ୟକ୍ତିମାନଙ୍କୁ ପୋଲିସ୍‌ ସୁରକ୍ଷା ଦେବା ପାଇଁ ଅଧିକ ତତ୍ପର ଥିବା ପରି ମନେ ହେଉଛି। ଶିକ୍ଷାନୁଷ୍ଠାନର କୋଠାବାଡ଼ିକୁ ଚକ୍‌ଚକ୍‌ କରିଦେଲେ କିମ୍ବା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଆବଣ୍ଟନ କରିଦେଲେ ଓଡ଼ିଆ ଯୁବକଙ୍କ ସ୍ୱପ୍ନ ସାକାର ହୋଇପାରିବ ନାହିଁ ବୋଲି ସୌମ୍ୟ ରଞ୍ଜନ ଲେଖିଛନ୍ତି।

Advertisment

ଶାସକ ଦଳରେ ଥାଇ କୋଭିଡ୍ ପରିଚାଳନାଠୁ ଆରମ୍ଭ କରି ଏକାଧିକ ଥର ସରକାର ଏବଂ ବ୍ୟବସ୍ଥା ଉପରକୁ ନିଜ ସମ୍ପାଦକୀୟ ପୃଷ୍ଠା ଜରିଆରେ ସୌମ୍ୟ ରଞ୍ଜନ ପ୍ରଶ୍ନ ଉଠାଇଛନ୍ତି।  କେବଳ ସୌମ୍ୟ ନୁହଁନ୍ତି, ସାଂସଦ ଭର୍ତ୍ତୃହରି ମହତାବ ଓ ପୂର୍ବତନ ସାଂସଦ ତଥାଗତ ଶତପଥୀ ମଧ୍ୟ ସଂପାଦକୀୟମାନ ଲେଖି ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋନା କରିଛନ୍ତି। 

Naveen Patnaik BJD Odisha Government Soumya Ranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ