Advertisment

ସୌମ୍ୟରଞ୍ଜନଙ୍କ ସଂପାଦକୀୟ ପ୍ରହାର ଝଡ଼: 5T ସଚିବଙ୍କୁ ନିଶାନା, ଶାସନ ବ୍ୟବସ୍ଥାକୁ ଟାର୍ଗେଟ୍

ଶାସନ ବ୍ୟବସ୍ଥାକୁ ପୁଣି ଶାସକ ଦଳ ବିଧାୟକ ସୌମ୍ୟଙ୍କ ଟାର୍ଗେଟ୍। ଫାଇଭ୍-ଟି ସଚିବଙ୍କୁ ସିଧା ନିଶାନା। ହେଲିକପ୍ଟରରେ ବୁଲି ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା। ନିଜ ଜନ୍ମଦିନରେ ନିଜ ଖବର କାଗଜରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ, ଏ 'ଜନ୍ମଦିନର ଅନୁଚିନ୍ତା' ଶୀର୍ଷକ ଲେଖାକୁ ନେଇ ଝଡ଼।

undefined

BJD MLA Soumya Ranjan Patnaik

Advertisment

ଜନ୍ମ ଦିନରେ ସୌମ୍ୟଙ୍କ ଅନୁଚିନ୍ତାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ନିଜ ଦୈନିକ ଖବର କାଗଜରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣି ଫାଇଭଟି ସଚିବଙ୍କୁ ନିଶାନା କରିଛନ୍ତି। ଶାସନ ବ୍ୟବସ୍ଥା ଉପରେ ତୀବ୍ର ହମଲା କରି, ୩୦୦ କୋଟି ଖର୍ଚ୍ଚରେ ଫାଇଭ ଟି ଆୟୋଜିତ ସଭାରେ ଅଭିଯୋଗ ପତ୍ର ଗ୍ରହଣ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ଅଡୁଆରେ ସରକାର, ଅଡୁଆରେ ଫାଇଭ-ଟି ସଚିବ।

Advertisment

ଶାସନ ବ୍ୟବସ୍ଥାକୁ ପୁଣି ଶାସକ ଦଳ ବିଧାୟକ ସୌମ୍ୟଙ୍କ ଟାର୍ଗେଟ୍। ଫାଇଭ୍-ଟି ସଚିବଙ୍କୁ ସିଧା ନିଶାନା। ହେଲିକପ୍ଟରରେ ବୁଲି ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା। ନିଜ ଜନ୍ମଦିନରେ ନିଜ ଖବର କାଗଜରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ, ଏ 'ଜନ୍ମଦିନର ଅନୁଚିନ୍ତା' ଶୀର୍ଷକ ଲେଖାକୁ ନେଇ ଝଡ଼। ଏଥିରେ ସୌମ୍ୟ, ଫାଇଭ ଟି ସଚିବଙ୍କ ଜିଲ୍ଲା ଗସ୍ତରେ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି।  ଅଭିଯୋଗ ଗ୍ରହଣ ପାଇଁ ଜିଲ୍ଲାପାଳମାନଙ୍କ ସ୍ତରରେ ସୁବିଧା ଆଉ ବ୍ୟବସ୍ଥା ଥିବା ବେଳେ ୩୦୦ କୋଟି ଟଙ୍କା ଖର୍ଚ୍ଚ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି।

ଏହାସହ ପୁଣି ମନ୍ତ୍ରୀ ବଡ଼ କି ସଚିବ ବଡ଼ ପ୍ରସଙ୍ଗକୁ ଉଖାରିଛନ୍ତି। ଏକ ସଭାରେ ଫାଇଭ ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ଶୁଣାଇବା ଘଟଣାର ଅବତାରଣା କରି ସେ  ପାଞ୍ଚଟି 'ମ' ପ୍ରସଙ୍ଗ ଉଠାଇଛନ୍ତି। ମା, ମାଟି, ମାତୃଭାଷା, ମୋବାଇଲ ଓ ମଦ ମୁକ୍ତ ଓଡ଼ିଶାର ୫ଟି 'ମ' କଥାକୁ ସଚିବ ଅତ୍ୟନ୍ତ ଗୁରୁତର ସହକାରେ ଗ୍ରହଣ କରିଥିବା ଲେଖିଛନ୍ତି ସୌମ୍ୟ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଧାୟକ ବର୍ଷାରେ ଛତା ଧରି ଗାତ ଖୋଳି ଟେଣ୍ଟ ପକାଉଥିବା କହି କଟାକ୍ଷ କରିଛନ୍ତି।

Advertisment

ଏପରି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିଜ୍ଞାପିତ କରିବା ପଛର କାରଣ କଣ ବୋଲି ପଚାରିଛନ୍ତି। ଯାହାକୁ ନେଇ ତେଜିଛି ରାଜ୍ୟ ରାଜନୀତି। ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଥିବା ବେଳେ ବିଜେଡି କହିଛି ଏହା ସୌମ୍ୟଙ୍କ ବ୍ୟକ୍ତିଗତ ମତ। ଅନ୍ୟପଟେ ସୌମ୍ୟରଂଜନଙ୍କ ସଂପାଦକୀୟ ପରେ ତାଙ୍କୁ ପୂର୍ବ ଭଳି ଟାର୍ଗେଟ କରିଛନ୍ତି ତାଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦୀ ଅନୁଭବ ପଟ୍ଟନାୟକ। ଟ୍ୱିଟ କରି କହିଛନ୍ତି ସୌମ୍ୟ ଜଣେ କ୍ଷମତା ଲୋଭୀ। ବିଧାୟକ ହେବା ପରେ ତାଙ୍କର ଇଛା ସେ ମନ୍ତ୍ରୀ ହେବେ।

କେବଳ 5T ସଚିବ ନୁହଁନ୍ତି, ନିଜ ଦଳ ବିଜେଡିକୁ ବି ସମାଲୋଚନା କରିବାକୁ ପଛାଇ ନାହାନ୍ତି ସୌମ୍ୟ । ନବୀନ ବିଜେଡିର ସଂପତ୍ତି । ହେଲେ ଦଳ କଣ ଏତେ ଦୁର୍ବଳ ହୋଇଗଲା ଯେ, ତାର ମୂଲ୍ୟବାନ ସଂପତ୍ତିକୁ ବାଜି ଲଗାଇବା ପାଇଁ ବାଧ୍ୟ ହେଉଛି ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ମଣିପୁର ପ୍ରସଙ୍ଗରେ ବି ଦଳର ନିରବତା କଥା ଉଠାଇଛନ୍ତି । ପାର୍ଟି ଓ ମାଟି ପ୍ରସଙ୍ଗରେ ସୌମ୍ୟ ଲେଖିଛନ୍ତି ଯଦି ଏହି ଦୁଇ ମଧ୍ୟରେ ଦ୍ବନ୍ଦ୍ବ ହେଲେ ମାଟି ହିଁ ସବୁ ବେଳେ ଜିତିବ । ରାଜନୈତିକ ସମୀକ୍ଷକ ମତରେ ଫାଇଭ ଟିକୁ ନେଇ ସୌମ୍ୟଙ୍କ ବାରମ୍ବାର ଲେଖା 
ଶାସନ ବ୍ୟବସ୍ଥାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷର କାରଣ।

Advertisment

ନିଜ ଲେଖାରେ ସରକାରଙ୍କୁ ଅଡୁଆରେ ପକାଇବା ସୌମ୍ୟଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ମନ୍ତ୍ରୀ ବଡ ନା ସଚିବ ବଡ ଆଲେଖ୍ୟରେ ଫାଇଭ ଟିକୁ ଟାର୍ଗେଟ କରିଥିଲେ ସୌମ୍ୟ। ହେଲେ ସୌମ୍ୟ ବାରମ୍ବାର ସରକାର ଓ ଦଳକୁ ଅକଳରେ ପକାଉଥିବା ବେଳେ ବିଜେଡି କେବେ କି ପଦକ୍ଷେପ ନେଉଛି ତା ଉପରେ ନଜର।

BJD Soumya Ranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ