Advertisment

‘ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ବିରୋଧରେ କହି ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା’

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।

BJD MLA Soumya Ranjan Patnaik

BJD MLA Soumya Ranjan Patnaik

Advertisment

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ବିରୋଧୀଙ୍କ ଆଣ୍ଡା ମାଡ଼କୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ନାପସନ୍ଦ କରିଛନ୍ତି। ବିଦ୍ରୋହ ପ୍ରକାଶ କରିବା ପାଇଁ ଅଣ୍ଡାମାଡ଼ ପ୍ରକ୍ରିୟାକୁ ସେ ବିଶ୍ୱାସ କରନ୍ତି ନାହିଁ। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ତେବେ ଏହା ରାଜନୈତିକ ଦୃଷ୍ଟି କୋଣରୁ କୌଣସି ପ୍ରଭାବ ପଡ଼ିବ ନାହିଁ। ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ନେତାମାନେ ନିଜ ନିଜର ପ୍ରଭାବ ଦେଖାଇବାକୁ ଏପରି କରୁଛନ୍ତି। ଏହା ନକରି ଅନ୍ୟ ଉପାୟରେ ବି ବିରୋଧ କରାଯାଇପାରିବ ବୋଲି ସେ ମତ ରଖିଛନ୍ତି। 

କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍‌କେଡ୍‌ ଉପରକୁ ଗତକାଲି ପୁରୀରେ ଅଣ୍ଡା ମାଡ଼ କରାଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ମେଡିକାଲ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ  ଅଣ୍ଡା ମାଡ଼ ହୋଇଥିଲା।

Advertisment

ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ତାଙ୍କର କଳଙ୍କିତ ମନ୍ତ୍ରୀମାନଙ୍କୁ ବହିଷ୍କାର ନକରିଛନ୍ତି ଓ ତଦନ୍ତ ପ୍ରକ୍ରିୟା ଠିକ୍‌ ଭାବେ କରି ନାହାନ୍ତି, ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ବିଜେପି ଯୁବ ମୋର୍ଚ୍ଚା ତାଙ୍କୁ ସିଧାସଳଖ ଭାବେ ବିରୋଧ କରିବ ବୋଲି ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି।

CM Naveen Patnaik BJD MLA Soumya Ranjan Patnaik Egg Hurled
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ