Advertisment

ଜାନକୀଙ୍କ ଶାସନରେ ଅଫିସରଙ୍କୁ ଉଠବସ୍ କରାଉଥିଲେ ମନ୍ତ୍ରୀ- ସୌମ୍ୟ

ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା । କହିଛନ୍ତି, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ଶାସନ କାଳରେ ବାଘ-ଛେଳି ଗୋଟିଏ ଘାଟରେ ପାଣି ପିଉଥିଲେ ।

ଅଦ୍ୟତନ ହୋଇଛି
 Soumya Ranjan Patnaik

Soumya Ranjan Patnaik

Advertisment

ନବୀନଙ୍କ ଶାସନର ଅଂଶ ହୋଇ ଜାନକୀଙ୍କ ଶାସନକୁ ପ୍ରଂଶସା। ଭାଷଣ ଛଳରେ ପୁଣି ଅଫିସର ରାଜକୁ ନିଶାନା । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଗୋଟିଏ ପରେ ଗୋଟିଏ ଏଭଳିଆଭିମୁଖ୍ୟକୁ ନେଇ ଚାଲିଛି ଚର୍ଚ୍ଚା-ଆଲୋଚନା। ସୌମ୍ୟ କହିଛନ୍ତି- ଜାନକୀଙ୍କ ଶାସନରେ ମନ୍ତ୍ରୀ, ଅଫିସରଙ୍କୁ ଉଠବସ୍ କରାଉଥିଲେ। ହେଲେ ଏବେ ଚାକିରି ବଞ୍ଚାଇବା ପାଇଁ ମନ୍ତ୍ରୀ- ସଚିବଙ୍କ ପାଖେ ଅଧିଆ ପଡୁଛନ୍ତି। ଜବାବରେ ବିଜେଡି କହିଛି- ସୌମ୍ୟ ଯାହା ବି ରାଜନୈତିକ ସଫଳତା ପାଇଛନ୍ତି କେବଳ ବିଜେଡି ଯୋଗୁଁ ପାଇଛନ୍ତି।...

Advertisment

ଆଗେ ଆମ ଘରର ହାଲଚାଲରେ ଅପରାଜିତାଙ୍କ ଅଡୁଆପ୍ରଶ୍ନ କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ । ଦୁଇ ଦିନ ତଳେ ଛାତ୍ର ନିର୍ବାଚନ ସଂସଦ ନିର୍ବାଚନ ନହେବାକୁ ନେଇ ବର୍ଷିଲେ । ଆଉ ଏବେ ଭୁବନେଶ୍ୱରରେ ଗଙ୍ଗାଧର ମହାପାତ୍ରଙ୍କ ଜୟନ୍ତୀ ସଭାରେ ନିଜ ଭାଷଣ ଛଳରେ ସିଧା ଏବେକା ସମୟରେ ଗଣତନ୍ତ୍ରର ସ୍ଥିତି ଓ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା କଥା ଉଲ୍ଲେଖ କରି ତେରଛା ବାଣ ମାରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

କହିଛନ୍ତି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ଶାସନ କାଳରେ ବାଘ-ଛେଳି ଗୋଟିଏ ଘାଟରେ ପାଣି ପିଉଥିଲେ । ଜଣେ ଏମଏଲଏ କିମ୍ବା ମନ୍ତ୍ରୀ, ଅଫିସରମାନଙ୍କୁ ଉଠବସ୍ କରାଇ ପାରୁଥିଲେ । ଏମିତିକି ସେ ଅଫିସର ବଦଳି ନହେଲା ଯାଏଁ ଆସନରୁ ଉଠିକି ଯିବି ନାହିଁ ବୋଲି ବି କହୁଥିଲେ । ହେଲେ ଏବେ କିନ୍ତୁ ନିଜ ଚାକିରି ରହିବ କି ନରହିବ ଭାବି ମନ୍ତ୍ରୀଟିଏ ସଚିବଙ୍କ ପାଖେ ଅଧିଆ ପଡୁଛି। ସେ ଭାବୁଛି ଏଇଟା ଗୋଟେ ସବୁଠୁ ଭଲ ବ୍ୟବସ୍ଥା । ସେମିତି ସୌମ୍ୟ ଆହୁରି ମଧ୍ୟ କହିଛନ୍ତି- ମନ୍ତ୍ରୀ ବଡ଼ କି ସଚିବ ବଡ଼, ତାକୁ ସମ୍ବିଧାନ ଖୋଲି ଦେଖିବା ଉଚିତ୍। ଗୋଟିଏ ଘରେ ଚାକିରିଆ ବୋହୁ ଥିଲେ, ଶାଶୁ ତା ଗୋଡ଼ ଘସିବା ଯାହା, ଏବେ ଅଫିସରଙ୍କ ପାଖରେ ମନ୍ତ୍ରୀମାନଙ୍କ ଅବସ୍ଥା ଠିକ୍ ସେୟା।...

Advertisment

ସେପଟେ ସୌମ୍ୟ ପଟ୍ଟନାୟକ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀଙ୍କ ଶାସନକୁ ପ୍ରଂଶସା କରିବା ପ୍ରସଙ୍ଗରେ ଟ୍ୱିଟ୍ କରି ସମାଲୋଚନା କରିଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ । ଅନୁଭବ ଲେଖିଛନ୍ତି- ନିଜ ଶ୍ୱଶୁର ମୁଖ୍ୟମନ୍ତ୍ରୀ ଥିବାବେଳେ ହିଁ ଏହି ବ୍ୟକ୍ତିଙ୍କୁ ପରିଚିତି ମିଳିଥିଲା। ଏମିତିକି ସେ ନିଜ ଶ୍ୱଶୁରଙ୍କୁ ପୂର୍ବରୁ ନିନ୍ଦା କରୁଥିଲେ, ଏବେ ହଠାତ୍ ତାଙ୍କୁ ପ୍ରଂଶସା କରୁଛନ୍ତି। ସେ ଯାହା ବି ରାଜନୈତିକ ସଫଳତା ପାଇଛନ୍ତି ବିଜେଡି ଯୋଗୁ ପାଇଛନ୍ତି।...

ଜୁନ୍ ୨୫। ନିଜ ସଂପାଦକୀୟରେ ଆମ ଘରର ହାଲ୍ ଚାଲ୍ ଠିକ୍ ଅଛି ତ ? ନା ଘର ମୁରବୀ ବିହୀନ ହୋଇଗଲାଣି। ଜନପ୍ରତିନିଧିଙ୍କ ବଦଳରେ ସଚିବଙ୍କ ରାଜୁତି ବଢୁଥିବାରୁ କ୍ଷୋଭ ପ୍ରକାଶ କରି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରିଥିଲେ ବିସ୍ଫୋରଣ। ଅପରାଜିତାଙ୍କ ଅଡୁଆ ପ୍ରଶ୍ନ ଶୀର୍ଷକରେ ସିଧା 5T ସଚିବ ଉପଭୋଗ କରୁଥିବା କ୍ଷମତାକୁ ନେଇ ଚାଲିଥିବାଚର୍ଚ୍ଚା ମୁଖ୍ୟମନ୍ତ୍ରୀ ଗୋଚରରେ ଚାଲିଛି ନା ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣଦେବାର ଆବଶ୍ୟକତା ଥିବା ବି ଉଲ୍ଲେଖ କରିଥିଲେ।

Advertisment

ତାସହ ଗତ ଦୁଇ ଦିନ ତଳେ ଏଥର ହେବ ତ ଛାତ୍ର ସଂସଦ ନିର୍ବାଚନ? ନା ପୂର୍ବ ବର୍ଷଗୁଡ଼ିକ ଭଳି ସରକାର ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବେ? ତାକୁ ନେଇ ବି ସୌମ୍ୟରଂଜନ ମାରିଥିଲେ ତେରେଛା ବାଣ। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ସୌମ୍ୟ, ସରକାର କାହିଁକି ଛାତ୍ର ସଂସଦ ନିର୍ବାଚନକୁ ଡରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଏହା ନହେଲେ ଆଗାମୀ ଦିନରେ ନେତୃତ୍ୱ ସଂକଟ ଦେଖା ଦେବ ବୋଲି କହିଥିଲେ। ଆଉ ଏବେ ଜନକୀଙ୍କ ଶାସନକୁ ହଠାତ୍ ପ୍ରଶଂସାକୁ କିନ୍ତୁ ପୁରା ଅଲଗା ନଜରରେ ଦେଖୁଛନ୍ତି ରାଜନୀତି ସମୀକ୍ଷକ।...

Soumya Ranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ