Advertisment

5T ଓ ‘ମୋ’ ସରକାରକୁ ତେରଛା ବାଣ ମାରିଲେ ବିଧାୟକ ସୌମ୍ୟ ପଟ୍ଟନାୟକ

ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କ 5-T ଓ ମୋ ସରକାର ବ୍ୟବସ୍ଥାକୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତେରଛା ବାଣ ମାରିଛନ୍ତି। 5-T ଦ୍ୱାରା ସରକାରୀ ବିଭାଗ ଗୁଡ଼ିକରେ ଜାତିଭେଦ ସୃଷ୍ଟି ହେଉଥିବା ଗୃହରେ ସୌମ୍ୟ କହିଛନ୍ତି।

BJD MLA Soumya Patnaik Targets Odisha Govt.

BJD MLA Soumya Patnaik Targets Odisha Govt.

Advertisment

ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କ 5-T ଓ ମୋ ସରକାର ବ୍ୟବସ୍ଥାକୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତେରଛା ବାଣ ମାରିଛନ୍ତି। 5-T ଦ୍ୱାରା ସରକାରୀ ବିଭାଗ ଗୁଡ଼ିକରେ ଜାତିଭେଦ ସୃଷ୍ଟି ହେଉଥିବା ଗୃହରେ ସୌମ୍ୟ କହିଛନ୍ତି। ଏହାଦ୍ୱାରା ପାରମ୍ପରିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ପ୍ରଶାସନର ସ୍ୱଚ୍ଛତା ଓ ଦକ୍ଷତା ନେଇ ଆଗକୁ ପ୍ରଶ୍ନ ଉଠିବ ବୋଲି ସେ କହିଛନ୍ତି। ନଦୀ ଜଳ ପରିଚାଳନା ନେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବେଳେ ଜଳ ସମ୍ପଦ ମନ୍ତ୍ରୀଙ୍କ ଉତ୍ତର ଶୁଣି ସୌମ୍ୟ ଏଭଳି କହିଥିଲେ।

Advertisment

ସୌମ୍ୟ ଆହୁରି କହିଛନ୍ତି ଯେ, ମନ୍ତ୍ରୀଙ୍କର ଉତ୍ତର ଶୁଣିବାକୁ ବହୁତ ଭଲ ଲାଗୁଛି। ଅନେକ ଗୁଡିଏ ନୂଆ ନୂଆ କଥା ଜାଣିବାକୁ ପାଉଛୁ। ଜଳ ସାକ୍ଷରତା, ନିରନ୍ତର ଜଳ ପରିଚାଳନା ଏବଂ ଜଳକୁ କିପରି ସୁରକ୍ଷିତ ରଖାଯିବ, ୟୁଥ ଫର ଓ୍ୱାଟର ଏବଂ ମୋ ନଦୀ ଅଭିଯାନ ଭଳି କଥା କାନକୁ ଭଲ ଶୁଭୁଛି। ତେବେ ସବୁ କଥାରେ ‘ମୋ’ ଶବ୍ଦର ବ୍ୟବହାର କରିବାର ପ୍ରବଣତା ଅଧିକ ହୋଇଯାଉଛି ବୋଲି ମନେ ହେଉଥିବା ସୌମ୍ୟ କହିଛନ୍ତି। 

ଯେଉଁଥିରେ ‘ମୋ’ ଶବ୍ଦ ଲାଗୁଛି, ସେସବୁରେ ସେହି ଅନୁପାତରେ ବିକାଶ ହେଉଛି କି ନାହିଁ କିଛି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ ବୋଲି ସୌମ୍ୟ ରଞ୍ଜନ କହିଛନ୍ତି। ଆଜି ଆଲୋଚନା ବେଳେ ଗୃହରେ ନଦୀ ଶୁଷ୍କ ହୋଇଯାଉଥିବା ନେଇ ସୌମ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ନଦୀ ଜଳ ଆମର ବଡ଼ ସଂପଦ। ସରକାର ଜଳ ନୀତି ଆଣିଛନ୍ତି। ହେଲେ ଏ ଜଳ ନୀତିର ମାନେ କ’ଣ ବୋଲି ସୌମ୍ୟ କହିଛନ୍ତି।

Advertisment

ବୈତରଣୀରୁ ଲୋକେ ଆଉ ପାଣି ପାଉ ନାହାନ୍ତି ବୋଲି ସୌମ୍ୟ କହିଛନ୍ତି। ତେବେ ଯେଉଁଠି ନଦୀ ଶୁଷ୍କ ହେଉଛି, ସେଠି ଜଳ ପ୍ରବାହିତ ପାଇଁ ବିଭାଗ ପଦେକ୍ଷେପ ନେଉଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି। 

Odisha Assembly BJD MLA Soumya Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ