ଗାଁରେ ସଭା ଚାଲିଥିବା ବେଳେ ସର୍ବସମ୍ମୁଖରେ ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ୍ ହୋଇଛି। ମହିଳାଙ୍କୁ ଅସମ୍ମାନ ଅଭିଯୋଗରେ ବିଧାୟକଙ୍କ ବିରୋଧରେ କୁଜଙ୍ଗ ଥାନାରେ ୨ଟି ଏତଲା ଦିଆଯାଇଛି।
କୁଜଙ୍ଗ ବ୍ଲକ୍ ବାଗୋଇ ପଞ୍ଚାୟତର ପୂର୍ବତନ ବିଜେଡି ମହିଳା ସଭାନେତ୍ରୀ କାଞ୍ଚନ ସ୍ୱାଇଁ ଏବଂ ବିଜେପି ମହିଳା ମୋର୍ଚ୍ଚା ୨ଟି ଭିନ୍ନ ଭିନ୍ନ ଏତଲା ଦେଇଛନ୍ତି। ଉଭୟ ଏତଲାରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
Also Read
କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେପି। ଏନେଇ ଜାତୀୟ ମାନବାଧିକାର ଆୟୋଗ-NHRCରେ ମଧ୍ୟ ଅଭିଯୋଗ ହୋଇଛି।
ଅନ୍ୟପକ୍ଷେ, ବିଧାୟକ ସମ୍ବିତ ରାଉତରାୟ ଏକ ଭିଡିଓ ବାର୍ତ୍ତା ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ଯେ, ସମ୍ପୃକ୍ତ ମହିଳା ତାଙ୍କୁ କିଛି ଖରାପ ବ୍ୟବହାର କରିନାହାନ୍ତି କି ସେ ମଧ୍ୟ ମହିଳାଙ୍କୁ କିଛି ଖରାପ ବ୍ୟବହାର କରିନାହାନ୍ତି। ବିଜେପି ଓ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ କାଞ୍ଚନଙ୍କୁ ଶିଖାଇ ଥାନାରେ ଏତଲା ଦିଆଇଛନ୍ତି ବୋଲି ସମ୍ବିତ ଅଭିଯୋଗ କରିଛନ୍ତି।