Advertisment

ବିଜେଡ଼ିରୁ ନିଲମ୍ବନ ହେଲେ ପ୍ରଶାନ୍ତ ଜଗଦ୍ଦେବ

ବିଜେଡ଼ିରୁ ନିଲମ୍ବନ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଲୁଗାଁ ଏନଏସି ଅଫିସରେ ଗଣ୍ଡଗୋଳ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଥିବା ନେଇ ସୂଚନା ମିଳିଛି

ଅଦ୍ୟତନ ହୋଇଛି
undefined

MLA Prashant Jagdev

Advertisment

ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବନ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କୁ ନିଲମ୍ବନ କରିଥିବା ନେଇ ସୂଚନା ମିଳିଛି। ବାଲୁଗାଁ ଏନଏସି ଅଫିସରେ ଗଣ୍ଡଗୋଳ କରିଥିଲେ। ସୂଚନା ଅନୁସାରେ ଆଜି ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ସାମ୍ନାକୁ ଆସିଥିଲା । ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ବିଧାୟକ ପିଟିଥିବା ନେଇ ଖବର ଆସିଥିଲା । ବିଚ୍ ରାସ୍ତାରେ ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଥିଲେ ପ୍ରଶାନ୍ତ।

Advertisment

ଗାଡ଼ିରୁ ଓହ୍ଲାଇ ନିରଞ୍ଜନଙ୍କ ଆଡକୁ ଚିହିଁକି ଯାଇ ଧକ୍କା ମାରିଥିବା ନେଇ ହୋଇଥିଲା ଅଭିଯୋଗ। ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ପଚାରିବାକୁ ଯାଇଥିଲେ ନିରଞ୍ଜନ। ତେବେ ନିରଞ୍ଜନ ପଚାରି ଫେରୁଥିବା ବେଳେ ସେଠି ପହଞ୍ଚି ଯାଇଥିଲେ ଶାସକ ଦଳର ବିଧାୟକ ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ବିଧାୟକ ତାଙ୍କୁ ପିଟିଥିବା ଅଭିଯୋଗ କରିଛନ୍ତି ନିରଞ୍ଜନ। ତେବେ ମଣ୍ଡଳ ସଭାପତିଙ୍କୁ ବିଧାୟକଙ୍କ ମାଡ଼ ନେଇ ବିଜେପି ତାତିଥିଲା। ମାଡ଼ ପ୍ରତିବାଦରେ ବାଲୁଗାଁ ଥାନା ସାମ୍ନାରେ ବିଜେପି କର୍ମୀ ଧାରଣା ଦେଇଥିଲେ। ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା ଦେଇଥିଲେ ବିଜେପି କର୍ମୀ। ତେବେ ଘଟଣାର ଗମ୍ଭୀରତାକୁ ନେଇ ନବୀନ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି।

Advertisment
BJD Politics MLA Prashant Jagdev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ