Advertisment

BJDରେ ବିଷମ ସ୍ଥିତି ! ପରାଜିତ ପ୍ରାର୍ଥୀ ବନାମ ବିଜୟୀ ପ୍ରାର୍ଥୀ

ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।

undefined

Odisha Politics BJD

Advertisment

ବିଜେଡିରେ ଥମୁନି ବୟାନବାଜି। ପରାଜିତ ପ୍ରାର୍ଥୀଙ୍କ ଦଳ ବିରୋଧୀ ମନ୍ତବ୍ୟକୁ କଡ଼ା କାଉଣ୍ଟର କଲେ ବିଜୟୀ ପ୍ରାର୍ଥୀ। ନିର୍ବାଚନ ପରିଚାଳନା ତ୍ରୁଟି, ସୁପ୍ରିମୋଙ୍କ କମ୍ ନିର୍ବାଚନୀ ପ୍ରଚାର, ଆଇଟି ସେଲ୍‌ର ବିଫଳତା ଓ ନେତା ନେତାଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଲାଗି ଦଳ ପରାଜିତ ହେଲା ବୋଲି ପୂର୍ବରୁ ତିନି ପରାଜିତ ପ୍ରାର୍ଥୀ ପ୍ରଦୀପ ମାଝୀ, ଅବିନାଶ ;ସାମଲ ଓ ମହିଧର ରଣା କହିଥିଲେ।

Advertisment

ଏବେ ଏହି ନେତାଙ୍କୁ ଦଳ ଭିତରୁ ମିଳିଲାଣି ଜବାବ। ଏସବୁ ପରାଜିତ ପ୍ରାର୍ଥୀଙ୍କୁ ଆଜି ଉତ୍ତର ଦେଇଛନ୍ତି ବିଧାୟକ ପ୍ରଦୀପ ଦିଶାରୀ। ଦଳ ସମସ୍ତଙ୍କୁ ଅଗ୍ରାଧିକାର ଦେଉଛି। କିନ୍ତୁ ହାରିଗଲା ପରେ ଦଳକୁ ସମାଲୋଚନା କରାଯିବାର ମାନେ କିଛି ନଥାଏ। ଏଭଳି ମାନସିକତା ଥିବା ବ୍ୟକ୍ତି ଦଳରେ ନରହିବା ଉଚିତ।

ସେପଟେ ଦଳର ବରିଷ୍ଠ ନେତା ମଙ୍ଗଳା କିଷାନ ଆଜି ପୁଣି ବିପର୍ଯ୍ୟୟର ଗୁମର ଖୋଲିଛନ୍ତି। ଜିଲ୍ଲା ସ୍ତରରେ ଦଳର ସଂଗଠନ ଦୁର୍ବଳ ଥିବାସତ୍ତ୍ୱେ ତାକୁ ଅଣଦେଖା କରାଗଲା। ଜିଲ୍ଲାରେ ନୂଆ ନୂଆ ପ୍ରାର୍ଥୀଙ୍କୁ ସୃଷ୍ଟି କରାଯିବାରୁ ଦଳର ବିପର୍ଯ୍ୟୟ ଘଟିଲା।

Advertisment

ତେବେ ବେଳକୁ ବେଳ ବିଜେଡି କନ୍ଦଳ ବଢିବାରେ ଲାଗିଛି। ପରାଜିତ ନେତା ଦଳର ରଣନୀତିକୁ ଦାୟୀ କରୁଛନ୍ତି। ଯାହାକୁ ନେଇ ବିବାଦ ଘନେଇଛି। ସତେ ଯେମିତି କେହି କାହାରିକୁ ବରଦାସ୍ତ କରିବା ସ୍ଥିତିରେ ନାହାଁନ୍ତି। ଏପରିସ୍ଥଳେ ଦଳ ଅସନ୍ତୁଷ୍ଟଙ୍କୁ ମନାଇ ଦଳକୁ ସଂଗଠିତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ମାତ୍ର ସେଥିରେ ବି ଅନେକ ଚ୍ୟାଲେଞ୍ଜ ଥିବା କହିଛନ୍ତି ରାଜନୈତିକ ସମୀକ୍ଷକ।

ଶାସନ କ୍ଷମତାରୁ ଯିବା ପରେ ବିଜେଡି ଏବେ ବିଭିନ୍ନ କମିଟି ଗଠନ କରି ରାଜନୈତିକ କାର୍ଯ୍ୟକ୍ରମ ଲାଗି ରୋଡମ୍ୟାପ୍ କରିଛି। ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ପଦଯାତ୍ରା ସହ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ତେବେ ବଢୁଥିବା ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରି ଦଳ କେମିତି ଆଗକୁ ବଢୁଛି ତାଉପରେ ନଜର।

Advertisment

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ