Advertisment

ସରିଲା ନିର୍ବନ୍ଧ, ଦ୍ୱିତୀୟ ବିବାହ କରିବେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର

ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର। ଏଥରର ଚର୍ଚ୍ଚା, ତାଙ୍କର ଦ୍ୱିତୀୟ ବିବାହକୁ ନେଇ।

ଅଦ୍ୟତନ ହୋଇଛି
BJD MLA Captain Dibya Shankar Mishra to marry again today

BJD MLA Captain Dibya Shankar Mishra to marry again today

Advertisment

ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର। ଏଥରର ଚର୍ଚ୍ଚା, ତାଙ୍କର ଦ୍ୱିତୀୟ ବିବାହକୁ ନେଇ। ଦିବ୍ୟଶଙ୍କର ତାଙ୍କ ଜୁନାଗଡ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି। ପୁରୀ ଜିଲ୍ଲା ପିପିଲି ନିକଟ ଏକ ରିସୋର୍ଟରେ ଆଜି ତାଙ୍କର ବିବାହ ହେଉଛି।

Advertisment

ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ତାଙ୍କର ନିର୍ବନ୍ଧ ସରିଛି। ଏହାପରେ ତଥା ଅପରାହ୍ନରେ ବିବାହ ହେବ ବୋଲି ଜଣାପଡ଼ିଛି। ଅବଶ୍ୟ ଉଭୟଙ୍କର ଏହା ଦ୍ୱିତୀୟ ବିବାହ। ନିରାଡମ୍ବର ଭାବେ ଆଜି ହେବାକୁ ଥିବା ଏହି ବିବାହ ଉତ୍ସବରେ କେବଳ ନିକଟତମ ସଂପର୍କୀୟ ଏବଂ କିଛି ବନ୍ଧୁବାନ୍ଧବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଥାଉ କି, ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। କିନ୍ତୁ କୌଣସି କାରଣକୁ ନେଇ ସେ ଛାଡପତ୍ର ଦେଇଥିଲେ। ସରି

Advertisment
Dibya Shankar Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ