Advertisment

BJDରେ ଉଗ୍ର ଗୋଷ୍ଠି କନ୍ଦଳ ! କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ, ବିଜେଡି ମନ୍ତ୍ରୀଙ୍କୁ ଖୋଲାଖୋଲି ବିରୋଧ

ଆଠମଲ୍ଲିକରେ ତୀବ୍ର ରୂପ ନେଇଛି ନଳିନୀ-ରମେଶ କନ୍ଦଳ ! ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ !

ଅଦ୍ୟତନ ହୋଇଛି
undefined

BJD

Advertisment

ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ। ଦଳ ଭିତରେ ନଳିନୀଙ୍କୁ ନେଇ ତେଜୁଛି ବିବାଦ । ଆଠମଲ୍ଲିକରେ ତୀବ୍ର ରୂପ ନେଇଛି ନଳିନୀ-ରମେଶ କନ୍ଦଳ । ଆଠମଲ୍ଲିକ ବିଜେଡି ବିଧାୟକ ରମେଶ ସାଏଙ୍କ ଗତି କୁଆଡେ ? କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ଆଉ ବିଜେଡି ନେତା-ମନ୍ତ୍ରୀଙ୍କୁ ବିରୋଧ ।

Advertisment

ବିଧାୟକ ରମେଶ ସାଏଙ୍କ ପଞ୍ଚାୟତ ଆମ୍ବସରମୁଣ୍ଡାରେ ଗତ ୧୪ ତାରିଖରେ ଜଙ୍ଘା ଦେଓ ପୀଠରେ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରିଥିଲେ ବିଧାୟକ । ଗୋଟିଏ ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଏବଂ ବିଜେଡି ବିଧାୟକଙ୍କୁ ଦେଖିବାକୁ ମିଳିଥିଲା । ଆଉ ୧୫ ତାରିଖରେ ସମାନ ସ୍ଥାନରେ ପହଞ୍ଚିଥିଲେ ୨ ମନ୍ତ୍ରୀ ଜଗନ୍ନାଥ ସାରକା ଓ ପ୍ରଫୁଲ୍ଲ ମଲ୍ଲିକ। ତାଙ୍କ ସହ ଥିଲେ ଜିଲ୍ଲାର ୪ ବିଧାୟକ ରଜନୀକାନ୍ତ ସିଂ, ବ୍ରଜ ପ୍ରଧାନ, ସୁଶାନ୍ତ ବେହେରା, ମୁକେଶ ପାଲ୍ ଏବଂ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ନଳିନୀ ପ୍ରଧାନ।

ହେଲେ ସେମାନେ ପହଞ୍ଚିବା କ୍ଷଣି ନଳିନୀଙ୍କୁ ଆରମ୍ଭ ହୋଇଥିଲା ବିରୋଧ। ନଳିନୀ ଗୋ ବ୍ୟାକ୍ ନାରା ଦେଇଥିଲେ ବିଧାୟକ ରମେଶଙ୍କ ସମର୍ଥକ। ଏପରିକି କିଛି ସମୟ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ବିବାଦ ନଥମିବାରୁ ଶେଷରେ ସାଧାରଣ ସଭା କରି ନପାରି ଫେରିଥିଲେ ବିଜେଡି ବିଧାୟକ ଓ ମନ୍ତ୍ରୀମାନେ।

Advertisment

ତେବେ ଗଣ୍ଡ ସମାଜ ବିରୋଧରେ ନଳିନୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଗଣ୍ଡ ସମାଜ ତଥା ରମେଶ ସାଏଙ୍କ ସମର୍ଥକମାନେ ବିରୋଧ କରିଥିବା କହିଛନ୍ତି। ଅନ୍ୟ ପଟେ ନଳିନୀ କହିଛନ୍ତି, ବିଦ୍ରୋହ ନୁହେଁ ଏହା ବ୍ୟକ୍ତିଗତ ଅସନ୍ତୋଷ ହୋଇଥାଇପାରେ। 

ନଳିନୀ ପ୍ରଧାନ ଏବେ ଆଠମଲ୍ଲିକ ବିଧାନସଭା ଦାୟିତ୍ୱରେ ରହିଛନ୍ତି। ୨୦୧୯ରେ ସାଂସଦ ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରି ହାରିବା ପରେ ଆସନ୍ତା ନିର୍ବାଚନରେ ସେ ଆଠମଲ୍ଲିକରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିବା ପାଇଁ ଇଚ୍ଛୁକ ଥିବା ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ଢେର୍ ଦିନ ହେବ ନଳିନୀ ଏବଂ ରମେଶଙ୍କ ମଧ୍ୟରେ ବିବାଦ ଲାଗି ରହିଛି।

Advertisment

ତେବେ ୧୪ରେ ଦଳକୁ ନଜଣାଇ ନିଜ ନିର୍ବାଚନ ମଣ୍ଡଳୀରେ ରାଜ୍ୟପାଳ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ପରେ ଖପ୍ପା ହୋଇଥିଲା ଦଳ । ପର ଦିନ ପାୱାର ସୋ କରିବାକୁ ଜଙ୍ଘା ପୀଠକୁ ଯିବା ପାଇଁ ୨ ମନ୍ତ୍ରୀ ଏବଂ ୪ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ପହଞ୍ଚିବା ପରେ ନଳିନୀଙ୍କୁ ରମେଶ ଗୋଷ୍ଠୀଙ୍କ ବିରୋଧ ଯୋଗୁଁ ସେମାନଙ୍କୁ ହଟହଟା ହେବାକୁ ପଡିଥିଲା। ତେବେ ଘଟଣାକୁ ଦଳ ଗୁରୁତର ସହ ନେଇଛି, ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ସଭାପତି।

ଅନ୍ୟପଟେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନଳିନୀଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ପୂର୍ବରୁ ମଧ୍ୟ ବିଜେଡିର ରାସେଶ୍ୱରୀ ପାଣିଗ୍ରାହୀ, ରୋହିତ ପୂଜାରୀ, ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତାଙ୍କ ସହ ନଳିନୀଙ୍କ ପଡିନଥିଲା । ଯେଉଁଥିପାଇଁ ୨୦୧୯ରେ ପ୍ରଶାସକରୁ ଆସି ନେତା ହୋଇଥିବା ନଳିନୀଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ବୋଲି କୁହାଯାଉଛି ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ