Advertisment

ବିଜେଡି ନେତାଙ୍କ ଦାଦାଗିରି: ଇଞ୍ଜିନିୟରଙ୍କୁ ତଳେ ପକାଇ ମାଡ଼ି ବସିଲେ, ବନ୍ଧୁକ ମୁନରେ ଧମକ ଦେଲେ

ବିଜେଡି ନେତା ଶାନ୍ତନୁ କୁମାର ଥାଟୀ ଏବଂ ତାଙ୍କର କିଛି ସମର୍ଥକ କଣ୍ଟାମାଳ ବ୍ଲକର ସହାୟକ ଯନ୍ତ୍ରୀ ସ୍ମୁତି ରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଏକ ଭୁଜାଲିରେ ଆକ୍ରମଣ କରିଥିଲେ ବିଜେଡି ନେତା ଓ ତାଙ୍କର ସମର୍ଥକ।

ଅଦ୍ୟତନ ହୋଇଛି
BJD Leader Attacked To Assistant Engineer

BJD Leader Attacked To Assistant Engineer

Advertisment

ବୌଦ୍ଧ କଣ୍ଟାମାଳ ବ୍ଲକର ସହାୟକ ଯନ୍ତ୍ରୀଙ୍କୁ ବିଜେଡି ନେତାଙ୍କ ଆକ୍ରମଣ ଘଟଣା ପ୍ରତିବାଦରେ କଲମ ଛାଡ ଆନ୍ଦୋଳନ। ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟାମାଳ ବ୍ଲକର କର୍ମଚାରୀଙ୍କ ଆଜିଠୁ କଲମ ଛାଡ ଆନ୍ଦୋଳନ। ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ବିଜେଡି କୃଷକ ସେଲ୍‌ ସାମୁଖ୍ୟର ସଭାପତି ଶାନ୍ତନୁ କୁମାର ଥାଟୀ ଏବଂ ତାଙ୍କର କିଛି ସମର୍ଥକ ସହାୟକ ଯନ୍ତ୍ରୀ ସ୍ମୁତି ରଞ୍ଜନ ସେଠୀଙ୍କ ବାସଭବନକୁ ଆସିଥିଲେ। ସେଠାରେ ସେମାନେ ସ୍ମୁତି ରଞ୍ଜନଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଏକ ଭୁଜାଲିରେ ଆକ୍ରମଣ କରିଥିଲେ। 

Advertisment

ଭୁଜାଲି ଆକ୍ରମଣରେ ସ୍ମୁତି ରଞ୍ଜନ ତଳେ ପଡ଼ିଯିବା ପରେ ତାଙ୍କୁ ମାଡ଼ି ବସି ପୁଣି ପିସ୍ତଲ ଦେଖାଇ ଶାନ୍ତନୁ ଓ ତାଙ୍କର ସମର୍ଥକମାନେ ଧମକ ଚମକ ଦେଇଥିଲେ। ଘଟଣାସ୍ଥଳକୁ ଅନ୍ୟ କିଛି ଲୋକ ଚାଲି ଆସିବାରୁ ଆକ୍ରମଣକାରୀ ସେଠାରୁ ଖସି ଯାଇଥିଲେ। ସ୍ଥାନୀୟ ଲୋକେ ସ୍ମୁତି ରଞ୍ଜନଙ୍କୁ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ଘଟଣାକୁ ନେଇ ସହାୟକ ଯନ୍ତ୍ରୀ ସ୍ମୁତି ରଞ୍ଜନ ଗତକାଲି ରାତିରେ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, କୌଣସି ଏକ କାମର ବିଲ୍‌ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରି ବିଜେଡି ନେତା ଶାନ୍ତନୁ କୁମାର ଥାଟୀ ଜେଇଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି। ଶାନ୍ତନୁ କୁମାର ବିଜେଡିର ଜଣେ ପୁରୁଣା ନେତା ହୋଇ ଥିବାବେଳେ ବୌଦ୍ଧ ଜିଲ୍ଲା କୃଷକ ସେଲ୍‌ର ସେ ସଭାପତି ମଧ୍ୟ ଅଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଯାଏ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନାହିଁ। 

Advertisment

ଅନ୍ୟପକ୍ଷେ, ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ସମ୍ପୃକ୍ତ ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

BJD BJD Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ