Advertisment

ବିଜେଡି ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ

ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ।

ଅଦ୍ୟତନ ହୋଇଛି
BJD

BJD

Advertisment

ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ । ତା’ସହ ଆୟରେ ସର୍ବାଧିକ ଅଭିବୃଦ୍ଧି ମଧ୍ୟ ବିଜେଡିର ହୋଇଛି । ଏମିତିକି ବିଜେଡିର ଆୟ, ଅନ୍ୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ଆୟର ୨୫.୩୩ ପ୍ରତିଶତ ବୋଲି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି ।

Advertisment

ବିସ୍ତୃତ ରିପୋର୍ଟ ଅନୁସାରେ ସମସ୍ତ ଆଞ୍ଚଳିକ ଦଳମାନଙ୍କର ମୋଟ ଆୟ ୧୨୧୩. ୧୩୨ କୋଟି ହୋଇଥିବାବେଳେ, କେବଳ ବିଜେଡିର ଆୟ ରହିଛି ୩୦୭.୨୮୮ କୋଟି । 

୨୦୨୧ ମସିହାରେ ଦଳ ଇଲେକ୍ସନ କ୍ୟାମ୍ପେନ ସମେତ ବିଭିନ୍ନ ବାଟରେ ୨୮.୫୩ କୋଟି ଖର୍ଚ୍ଚ କରିଛି । ବାକି ୨୭୮.୬୫୮ କୋଟି ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ଟଙ୍କା ବଳକା ରହିଛି । ସବୁଠାରୁ ବଡ଼ କଥା ହେଲା ମୋଟ୍ ଆୟରୁ ୨୯୧ କୋଟି ଅର୍ଥାତ୍ ୯୪ ପ୍ରତିଶତ ଅର୍ଥ ଦାନ, ଅନୁଦାନ ଜରିଆରେ ଆସିଛି । ଏମିତିକି କୋଭିଡ୍ ମହାମାରୀ ସମୟରେ ବି ଦଳର ପାଣ୍ଠି ବୃଦ୍ଧିରେ ବିରାମ ଲାଗିନଥିଲା ।

Advertisment
ADR ReportADR Report

ଭାରତୀୟ ନିର୍ବାଚନ କମିଶନ ସବୁ ରାଜନୈତିକ ଦଳଙ୍କୁ ସେମାନଙ୍କ ଆୟ-ବ୍ୟୟର ବିବରଣୀ ଅକ୍ଟୋବର ଶେଷ ସୁଦ୍ଧା ଦାଖଲ କରିବାକୁ କହିଥିଲେ । ୩୧୮. ୭୪୫ କୋଟି ସହ ସବୁଠୁ ଧନୀ ଦଳ ଭାବେ ଡିଏମକେ ତାଲିକାର ୧ ନମ୍ବରରେ ରହିଥିବାବେଳେ ଟିଆରଏସ୍ ତୃତୀୟ ଓ ୱାଇଏସଆର୍ କଂଗ୍ରେସ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଆମ୍ ଆଦମି ପାର୍ଟିର ସ୍ଥାନ ୭ ନମ୍ବରରେ ରହିଛି।

ଏଡିଆର ରିପୋର୍ଟରେ ବିଜେଡିର ସଂପତ୍ତି ନେଇ ତଥ୍ୟ ଆସିବା ପରେ ଟାର୍ଗେଟ କଲା ବିଜେପି । ପୃଥ୍ୱୀରାଜ ହରିଚନ୍ଦନ କହିଲେ ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ବିଶେଷ କରି ରାଜ୍ୟକୁ ବିଭିନ୍ନ ସ୍ତରରେ ଶୋଷଣ କରି ବିଜେଡି ଏହି ଅର୍ଥ ମହଜୁଦ କରିଛି ବୋଲି ବିଜେପି ଅଭିଯୋଗ ଆଣିଛି । ଶିଳ୍ପ ସଂସ୍ଥା ମାନଙ୍କ ସହ ଚୁକ୍ତି ସ୍ୱାକ୍ଷର କଲା ବେଳେ ସେମାନଙ୍କୁ ଟଙ୍କା ଦେବା ପାଇଁ ଚାପ ପକାଯାଉଥିବାରୁ ଓଡ଼ିଶାକୁ ଶିଳ୍ପାନୁଷ୍ଠାନ ଆସୁ ନାହାନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ । ବିଜେପିର ଏହି ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
BJD Political Parties
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ