ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ କିଏ ? ଖୋଲାଖୋଲି ସଭାରେ କହିଲେ କହ୍ନେୟା କୁମାର

ନବରଙ୍ଗପୁରରେ ଆୟୋଜିତ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ କହ୍ନେୟା କୁମାର କହିଛନ୍ତି, ଓଡ଼ିଶାରେ ବିଜେପିର ବି ଟିମ୍‌ ବିଜେଡି ନୁହେଁ । ଓଡ଼ିଶାରେ ବିଜେପିର ଡି ଟିମ୍‌ ହେଉଛି ବିଜେଡି । ଏଠି ଜନ ପ୍ରତିନିଧୀ କିଛି ନୁହନ୍ତି, ସରକାର ଚଳାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ।

Kanhaiya Kuma

ନବରଙ୍ଗପୁର: ନବରଙ୍ଗପୁରରେ କଂଗ୍ରେସ ନେତା କହ୍ନେୟା କୁମାର (Kanhaiya Kuma) ଓ ଜିଗ୍ନେଶ ମେଓ୍ୱାନୀ (Jignesh Mevani) । ନବରଙ୍ଗପୁରରେ ଚାଲିଥିବା କଂଗ୍ରେସର ସଂକଳ୍ପ ସମାବେଶରେ କଂଗ୍ରେସର ଏହି ଦୁଇ ଯୁବ ନେତା କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନି ଯୋଗ ଦେଇଥିଲେ । ବିହାର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ ( Bhakta Charan Das ) ଓ କୋରାପୁଟ ସାଂସଦ ସପ୍ତଗିରି  ଉଲାକା (Saptagiri Ulaka) ଏହି ସଭାରେ ଉପସ୍ଥିତ ଥିଲେ । ଛତିଶଗଡ଼ ଅବକାରୀ ମନ୍ତ୍ରୀ ମଧ୍ୟ ସମାବେଶରେ ଉପସ୍ଥିତ ଥିଲେ । ତେବେ ଆଗାମୀ ଦିନରେ କଂଗ୍ରେସ କିଭଳି ଆହୁରି ମଜବୁତ୍‌ ହେବ ସେନେଇ ନେତାମାନେ ଭାଷଣ ଦେଇଥିଲେ । ଏହା ସହ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ କଂଗ୍ରେସ ନେତା ।

ନବରଙ୍ଗପୁରରେ ଆୟୋଜିତ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ କହ୍ନେୟା କୁମାର କହିଛନ୍ତି, ଓଡ଼ିଶାରେ ବିଜେପିର ବି ଟିମ୍‌ ବିଜେଡି ନୁହେଁ । ଓଡ଼ିଶାରେ ବିଜେପିର ଡି ଟିମ୍‌ ହେଉଛି ବିଜେଡି । କାରଣ ଏଠି ଜନପ୍ରତିନିଧିମାନେ କିଛି ନୁହଁନ୍ତି । ସେମାନେ ସରକାର ଚଳାଉ ନାହାନ୍ତି । ସରକାର ଚଳାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗମାନେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ କିଏ ? ସେ ସମ୍ପର୍କରେ କହ୍ନେୟା କୁମାର କିଛି କହିନାହାନ୍ତି ।

କହ୍ନେୟା ଆହୁରି କହିଛନ୍ତି, କୁହାଯାଏ ଯାହାର ପତ୍ନୀ ଓ ପିଲାଛୁଆ ନାହାନ୍ତି, ସିଏ ଚୋର ନୁହେଁ । ଏହାଠାରୁ ମିଛ ଏ ଦୁନିଆରେ କଣ ଅଛି ? ଯିଏ ନିଜର ଘର ଓ ପତ୍ନୀଙ୍କୁ ଛାଡ଼ି ଦେଇଛନ୍ତି, ସିଏ କଣ ଦେଶ ଚଳାଇପାରିବ ? ଏପରି ଭ୍ରମରୁ ବାହାରି ଆସିବାକୁ ଲୋକଙ୍କୁ ନିବେଦନ କରିଛନ୍ତି କହ୍ନେୟା ।

ସେ କହିଛନ୍ତି, ଯାହାର ପତ୍ନୀ ଓ ପିଲା ନାହାନ୍ତି, ସେମାନେ ଚୋରି କରନ୍ତି ନାହିଁ । ଉଦାଦରଣ ଦେଇ ସେ ଡାକୁ ଅଙ୍ଗୁଲି ମାଲାଙ୍କ କଥା କହିଛନ୍ତି । ଅଙ୍ଗୁଲି ମାଲା ବାହା ହୋଇନାହିଁ । ସେଥିପାଇଁ ତାର ପିଲା ଓ ପତ୍ନୀ ନାହିଁ । ଏହାର ଅର୍ଥ କଣ ସେ ସଚ୍ଚୋଟ ? ତାକୁ କଣ ଚୋର କହିବା ନାହିଁ ? ଏଠି ଏମିତି ମିଛକୁ ବିକ୍ରି କରାଯାଇଛି । ଯେମିତି ଟିଭି ପରଦାରେ ଏକ କସ୍ମେଟିକର ବିଜ୍ଞାପନ କରାଯାଉଛି ।