ସୋର ବିଜେଡିରେ ଫାଟ ! ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଖୋଲାଖୋଲି ବିରୋଧ...

ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଖୋଲାଖୋଲି ବିରୋଧ । ଖୋଦ୍ ବିଜେଡିରେ ଏବେ ପର୍ଶୁରାମ ଧଡାଙ୍କ ବିରୋଧରେ ବାହାରିଛି ଆଉ ଏକ ଗୋଷ୍ଠୀ ।

ସୋର ବିଜେଡିରେ ଫାଟ !

କଟକ, କେନ୍ଦ୍ରାପଡ଼ା ପରେ ବାଲେଶ୍ୱର ବିଜେଡିରେ ଫାଟ !  ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଖୋଲାଖୋଲି ବିରୋଧ । ଖୋଦ୍ ବିଜେଡିରେ ଏବେ ପର୍ଶୁରାମ ଧଡାଙ୍କ ବିରୋଧରେ ବାହାରିଛି ଆଉ ଏକ ଗୋଷ୍ଠୀ । ବିଧାୟକ ଜନ ବିରୋଧୀ, ତାଙ୍କୁ ଆଉ ନେତୃତ୍ୱ ଦିଆନଯାଉ । ଏଭଳି କିଛି ଦାବି ନେଇ ଏବେ ସମାନ୍ତରାଳ ଭାବେ ଆୟୋଜନ ହୋଇଛି ପଦଯାତ୍ରା । 

ସୋର ବିଧାୟକ ଥରେ ପଦଯାତ୍ରା କରିଥିବା ବେଳେ ଜିଲ୍ଲା ବିଜେଡି ଉପ ସଭାପତି ଅଶୋକ କୁମାର ନାୟକ ଓ ଅନ୍ୟ ନେତା ଉ ଏକ ପଦଯାତ୍ରା ଆୟୋଜନ କରିଛନ୍ତି । ଏଥିରେ ବାହାନଗା ଓ ସୋର ବ୍ଲକର ଅନେକ କର୍ମୀ ସାମିଲ ହୋଇଥିଲେ । 

ଏହା ପୂର୍ବରୁ କେନ୍ଦୁଝର ଘଟଗାଁ ପୀଠରେ ବି ବିଧାୟକଙ୍କ ବିରୋଧରେ କିଛି ନେତା ଓ କର୍ମୀ ଶପଥ ପାଠ କରାଇଥିଲେ । ଏଥିରେ ଆଉ ବିଜେଡି ବିଧାୟକ ପର୍ଶୁରାମ ଧଡାଙ୍କୁ ଭୋଟ୍ ଦେବେନି ବୋଲି ଶପଥ ନେଇଥିଲେ । ନିର୍ବାଚନ ପୂର୍ବରୁ ସୋର ବିଜେଡିରେ ଏଭଳି କନ୍ଦଳ ରାଜନୀତିକୁ ସରଗରମ କରିଛି । ସେପଟେ ଏହି ଘଟଣାକୁ ନେଇ ଖବର ଲେଖାଯିବା ସୁଦ୍ଧା ବିଧାୟକ ପର୍ଶୁରାମ ଧଡ଼ାଙ୍କ ପ୍ରତିକ୍ରିୟା ମିଳିପାରିନି ।