Advertisment

ବିଜେଡିରେ 'ପାଣ୍ଡିଆନ' କଳି; ତେଜୁଛି ସମ୍ବିତ-ଦେବାଶିଷ କଥା କଟାକଟି

ଗତକାଲି ପାଣ୍ଡିଆନ ଓ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ଆଉ ସମ୍ବିତଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଉ ଆଜି ଦେବାଶିଷଙ୍କୁ କାଉଣ୍ଟର ଆଟକ କରିଛନ୍ତି ସମ୍ବିତ ରାଉତରାୟ।

undefined

BJD

Advertisment

ବିଜେଡି ହରିବାର କାରଣ କଣ, ତାକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ। କଳି ଏମିତି ବଢିଛି ଯେ, ମିଡିଆ ଆଗରେ ଚାଲିଛି ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ। ଗତକାଲି ପାଣ୍ଡିଆନ ଏବଂ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ବିଶ୍ୱାଳ ଏବଂ ସମ୍ବିତ ରାଉତରାୟଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଜି ତାର କଡ଼ା ଭାଷାରେ କାଉଣ୍ଟର କରିଛନ୍ତି ସମ୍ବିତ।

Advertisment

ବିଜେଡିରେ ଘନେଇଲା 'ପାଣ୍ଡିଆନ' କଳି। ସମ୍ବିତ ବନାମ ଦେବାଶିଷ ବନାମ ପ୍ରଭାତ। ଗତକାଲି ପାଣ୍ଡିଆନ ଓ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ଆଉ ସମ୍ବିତଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଉ ଆଜି ଦେବାଶିଷଙ୍କୁ କାଉଣ୍ଟର ଆଟକ କରିଛନ୍ତି ସମ୍ବିତ ରାଉତରାୟ। ପାରାଦୀପର ଏହି ପୂର୍ବତନ ବିଧାୟକ କହିଛନ୍ତି, ଢୋଲ ଭିତରେ ମୂଷା କିଏ ମୁଁ ସେକଥା କହିନଥିଲି। କିନ୍ତୁ ଦେବାଶିଷ କାହିଁକି ସାମ୍ନାକୁ ଆସିଲେ? ତେଣୁ ଦେବାଶିଷ ନିଜେ କହିଛନ୍ତି, କି କାହାକୁ ସନ୍ତୁଷ୍ଟ କରିବା ପାଇଁ କହିଛନ୍ତି, ପ୍ରଥମେ ସ୍ପଷ୍ଟ କରନ୍ତୁ। ଲାଗୁଛି ଦେବାଶିଷ ନିଜ ଆଡୁ ବବି ଓ ପାଣ୍ଡିଆନଙ୍କୁ ଖୁସି କରିବାକୁ ଏସବୁ କଥା କହୁଛନ୍ତି।

ଏହା ସହ ଦେବାଶିଷ ତାଙ୍କ ପ୍ରତି ଦେଇଥିବା ଲୋକଙ୍କ ପ୍ରତ୍ୟାଖନ ମନ୍ତବ୍ୟକୁ ନେଇ ବର୍ଷିଛନ୍ତି ସମ୍ବିତ। କହିଛନ୍ତି ନିର୍ବାଚନରେ ୭୦ ହଜାର ଭୋଟ୍ ପାଇ ଆମେ କେମିତି ପ୍ରତ୍ୟାଖନ ହେଲୁ। ବରଂ ୨୦୧୯ରେ ଯେତେବେଳେ ବିଜେଡିରୁ ଗୋଡି ମାଟି ଜିତିକି ଆସିଲେ, ସେତେବେଳେ କଟକରୁ ପ୍ରତ୍ୟାଖାତ ହୋଇଥିଲେ ଦେବାଶିଷ। ଏହା ସହ ସାଙ୍ଘାତିକ ଅଭିଯୋଗ ଆଣି କହିଛନ୍ତି, ଦେବାଶିଷଙ୍କ ଲୋକ ମୋ ବିରୁଦ୍ଧରେ ଖୋଲାଖୋଲି ନିର୍ବାଚନରେ ପ୍ରଚାର କଲେ। ପୂର୍ବ ମନ୍ତବ୍ୟ ଢୋଲ ଭିତରେ ମୂଷା କଥାରେ ଯୋଡି କହିଛନ୍ତି ବିଜେଡି ଅମାରରୁ ଧାନ ସରିଗଲାଣି, ମୂଷାମାନେ ଏବେ ଆପେ ଆପେ ପଳେଇବେ।

Advertisment

ସମ୍ବିତଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଦେବାଶିଷ। ହେଲେ ଗତକାଲି ପ୍ରଭାତ ଏବଂ ସମ୍ବିତଙ୍କ ଉପରେ ବର୍ଷିଥିଲେ ଦେବାଶିଷ। ପୂର୍ବରୁ ଏକ କର୍ମୀ ସମ୍ମିଳନୀରେ ଦଳ ହାରିବା ପାଇଁ ପାଣ୍ଡିଆନ ଏବଂ ବବିଙ୍କୁ ଦାୟୀ କରିଥିଲେ ପ୍ରଭାତ ବିଶ୍ୱାଳ। ଆଉ ଦଳ ହାରିବାର କାରଣ କଥା କହୁ କହୁ ଢୋଲ ଭିତରେ ମୂଷା ଉପାଖ୍ୟାନ କହିଥିଲେ ସମ୍ବିତ। ଯାହାକୁ ଦେବାଶିଷ କାଉଣ୍ଟର କରି ଉଭୟ ନେତାଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବା ସହ ପାଣ୍ଡିଆନ ଓ ପ୍ରଣବଙ୍କ ସପକ୍ଷରେ ଯୁକ୍ତି ବଢିଥିଲେ।

ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ କନ୍ଦଳ ତେଜିବାରେ ଲାଗିଛି। ପରାଜୟର କୌଣସି ସମୀକ୍ଷା କିମ୍ବା କାର୍ଯ୍ୟାନୁଷ୍ଠାନ ନହେବା ପରେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶଙ୍କୁ ନେଇ ଅସନ୍ତୋଷ ବଢୁଛି। ଆଗକୁ ଏମିତି କନ୍ଦଳ ଲାଗି ରହିଲେ ଦଳ ପାଇଁ ଅଡୁଆ ବୋଲି କହିଛନ୍ତି ରାଜନୀତିକ ବିଶେଷଜ୍ଞ।

Advertisment

ସବୁଠୁ ବଡ଼ କଥା ହେଲା, ପୁରୁଣା ପଦାଧିକାରୀକୁ ବାତିଲ କରି ବିଜେଡିରେ ନୂଆ କମିଟି ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ଦାୟିତ୍ୱ ବି ବଣ୍ଟା ସରିଲାଣି, ହେଲେ ଆସନ୍ତୋଷ କମିବାର ନାଁ ନେଉନି। ଆଗକୁ ଦେଖିବାର କଥା ଏ ବିବାଦ କେଉଁ ମୋଡ଼ ନେଉଛି।

BJD Odisha Politics Debasish Samantray Sambit Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ