BJD Infighting
ଥାନାରେ ପହଞ୍ଚିଲା ବିଜେଡି କଳି। ଫାଇଭ ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ଗସ୍ତବେଳେ ବାଲେଶ୍ୱର ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୂର୍ବତନ ସାଂସଦଙ୍କ ସମର୍ଥକ କୁହାଯାଉଥିବା ମହିଳା କାଉନସିଲରଙ୍କୁ ସଭାସ୍ଥଳକୁ ଦିଆଯାଇନଥିଲା। ତାଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରାଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ୩୧ ନମ୍ବର ୱାର୍ଡର କାଉନସିଲର ରଂଜିତା ମହାପାତ୍ର। ଏ ସଂପର୍କରେ ସେ ସହଦେବଖୁଣ୍ଟା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ବିଧାୟକ ସ୍ବରୂପ ଦାସଙ୍କ ପ୍ରତିନିଧି ମନୋଜ ରାଉତ, ସତ୍ୟରଂଜନ ଦାସ, ଶେଖ୍ ଆୟୁବ, ବିଜେଡି ମିଡିଆସେଲ୍ ର ସଂଯୋଜକ ଧୀରେନ ନାୟକଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଏ ସଂପର୍କରେ ପୋଲିସ କି ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704732158.jpg)