Advertisment

କେଉଁ ଦଳ ପାଖରେ କେତେ ୨୦୦୦ ଟଙ୍କିଆ ନୋଟ୍‌ ?

ବିଜେଡି ପାଖରେ ଅଛି କି କଳାଧନ ? ଦଳ ହୋର୍ଡିଂ କରିଛି କି ୨ ହଜାର ଟଙ୍କିଆ ନୋଟ ? ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ବିଜେଡି ଚିନ୍ତାରେ ଥିବା ଚର୍ଚ୍ଚା ।

Black Money

Black Money

Advertisment

ଓଡିଶାରେ କାହା ପାଖରେ ଅଛି କଳାଧନ ? ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ କାହାର ବଢିଛି ଟେନସନ? କିଏ ହୋର୍ଡିଂ କରିଛି ୨ ହଜାର ଟଙ୍କିଆ ନୋଟ ? ରାଜ୍ୟ ରାଜନୀତିରେ ଏସବୁ ଚର୍ଚ୍ଚା ଭିତରେ ଆଜି ଶାସକ ଦଳ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ବିଜେଡି ନେତା, ମନ୍ତ୍ରୀ ୨ ହଜାର ଟଙ୍କିଆ ହୋର୍ଡିଂ କରି ରଖିଥିବାରୁ ସେମାନେ ଭୟଭୀତ ବୋଲି ଅଭିଯୋଗ କରିଛି ଦଳ। ଏପଟେ ବିଜେଡି ବି ହାୱାଲା ଟଙ୍କା କଥା କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି।

Advertisment

ବିଜେଡି ପାଖରେ ଅଛି କି କଳାଧନ ? ଦଳ ହୋର୍ଡିଂ କରିଛି କି ୨ ହଜାର ଟଙ୍କିଆ ନୋଟ ? ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ବିଜେଡି ଚିନ୍ତାରେ ଥିବା ଚର୍ଚ୍ଚା । ୨୪ ନିର୍ବାଚନ ପାଇଁ ବିଜେଡି ନେତା ଓ ମନ୍ତ୍ରୀ ୨ ହଜାର ଟଙ୍କିଆ ନୋଟ୍ ହୋର୍ଡିଂ କରିଥିବା ଅଭିଯୋଗ ଆଣିଛି ବିଜେପି । ୨ ହଜାର ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତିକୁ ବିଜେଡି ନେତା ବିରୋଧ କରିବା ପରେ ଏମିତି ଅଭିଯୋଗ କରି ଶାସକ ଦଳ ବିଜେଡିକୁ କାଠ ଗଡାକୁ ଟାଣିଛି ଦଳ। RBIର ଏହି ନିଷ୍ପତ୍ତି ଦେଶର ଅର୍ଥିନୀତିରେ ଅସ୍ଥିରତା ସୃଷ୍ଟି କରିବ ବୋଲି କହିଥିଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା । 

ସେହିପରି ସାଧାରଣ ଲୋକ ଏହାଦ୍ବାରା ହଇରାଣ ହେବେ ବୋଲି କହି ସମାଲୋଚନା କରିଥିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେପି ପ୍ରଶ୍ନ କରିଛି, ୨୦୧୬ରେ ନବୀନ ବିମୁଦ୍ରାକରଣକୁ ସମର୍ଥନ କରିଥିବା ବେଳେ ଏବେ କାହିଁକି ଏ ନିଷ୍ପତ୍ତିକୁ ବିଜେଡି ନେତାମାନେ ବିରୋଧ କରୁଛନ୍ତି ?  କଂଗ୍ରେସ ବି ଅଭିଯୋଗ କରିଛି, ବିଜେଡି ପାଖରେ ପ୍ରଚୁର କଳା ଧନ ଏବଂ କର୍ପୋରେଟ ଫଣ୍ଡିଂ ରହିଛି । ସେପଟେ ହାୱାଲା ଟଙ୍କା କଥା କହି କେନ୍ଦ୍ର ସରକାରଙ୍କ ଉପରକୁ ଆଙ୍ଗୁଳି ଉଠାଇଛି ବିଜେଡି । 

Advertisment

ରାଜନୈତିକ ସମୀକ୍ଷକଙ୍କ ମତରେ ଓଡ଼ିଶାରେ ଅନେକ ନେତା ଟଙ୍କା ହୋର୍ଡିଂ କରିଛନ୍ତି, ତେଣୁ ଟେନସନ ବଢିବା ସ୍ବାଭାବିକ । ନିକଟରେ ଏଡିଆର ରିପୋର୍ଟରେ ବିଜେଡିର ଅଜଣା ଆୟ ୨୯୧ କୋଟି ବୋଲି ସାମ୍ନାକୁ ଆସିଥିଲା। ୨୦୨୧-୨୨ରେ ମୋଟ ଆୟ ୩୦୭ କୋଟିରୁ ୯୪ ପ୍ରତିଶତ କିଏ ଦେଇଥିଲା ସେ କଥା ସ୍ପଷ୍ଟ କରି ନଥିଲା ବିଜେଡି । ଏମିତି ଶଙ୍ଖ ଭବନ ସଂପର୍କରେ ଖର୍ଚ୍ଚ ତଥ୍ୟ ଦେଇନଥିବାରୁ ବିଜେଡି ପାଖରେ କଳାଧନ ଥିବା କହି ଟାର୍ଗେଟ କରିଥିଲେ ବିରୋଧୀ । 

BJD Black Money Demonitisation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ