Advertisment

ଅସମ୍ଭାଳ ହେଲାଣି ବିଜେଡି ଅସନ୍ତୋଷ!! କେମିତି ମ୍ୟାନେଜ୍ କରିବେ ମୁଖିଆ ?

୨୪ ବର୍ଷର ରାଜୁତି, ୫ ପାଳିର ମୁଖ୍ୟମନ୍ତ୍ରୀ । କିନ୍ତୁ ସଠିକ୍ ନିର୍ବାଚନ ପରିଚାଳନା ନହେବାରୁ ଦଳ ୨୪ରେ ପରାଜିତ ହେଲା ।

ଅଦ୍ୟତନ ହୋଇଛି
undefined

BJD Politics

Advertisment

୨୪ ବର୍ଷର ରାଜୁତି, ୫ ପାଳିର ମୁଖ୍ୟମନ୍ତ୍ରୀ । କିନ୍ତୁ ସଠିକ୍ ନିର୍ବାଚନ ପରିଚାଳନା ନହେବାରୁ ଦଳ ୨୪ରେ ପରାଜିତ ହେଲା । ଖୋଦ୍ ନବୀନଙ୍କ ଆଗରେ ଏକଥା କହିଛନ୍ତି ନବରଙ୍ଗପୁରର ଟାଣୁଆ ନେତା ପ୍ରଦୀପ ମାଝୀ । ଜିଲ୍ଲା ସମୀକ୍ଷା ବେଳେ ପ୍ରଦୀପ ଏକଥା କହି ଦାୟିତ୍ୱରେ ଥିବା ନେତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ସେପଟେ ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର ବି ଆଜି କହିଛନ୍ତି ସୁପ୍ରିମୋ ନବୀନ ନିର୍ବାଚନରେ ନବୁଲିବାରୁ ଦଳ ଆଣ୍ଠୁମାଡ଼ି ପଡିଲା । ଯାହାକି ଦଳୀୟ କନ୍ଦଳକୁ ପଦାରେ ପକାଇଛି ।

Advertisment

ପରାଜୟର ଗୁମର ଖୋଲିଲେ ପ୍ରଦୀପ ମାଝୀ । ନିର୍ବାଚନ ପରିଚାଳନରେ ତ୍ରୁଟି ଲାଗି ବିଜେଡି ଲୋକଙ୍କ ଆସ୍ଥା ହରାଇଲା । ନବୀନଙ୍କୁ ପରାଜୟର ତିନି ସୂତ୍ରୀ କାରଣ ଦର୍ଶାଇଲେ ପ୍ରଦୀପ । ଗତକାଲି ଶଙ୍ଖ ଭବନରେ ନବରଙ୍ଗପୁର ଜିଲ୍ଲାର ସମୀକ୍ଷା କରିଥିଲେ ସଭାପତି ନବୀନ । ଏହି ସମୟରେ ବିଜେଡି ହାରିବାର ତିନି କରାଣ ଦର୍ଶାଇଥିଲେ ପ୍ରଦୀପ ମାଝୀ ।

କହିଥିଲେ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା, ଦଳରେ ତୀବ୍ର ଅନ୍ତଃକନ୍ଦଳ ଓ ଶୂନ୍ୟ ନିର୍ବାଚନ ପରିଚାଳନା ଲାଗି ଦଳ ପରାଜିତ ହେଲା । ଏଠି ପ୍ରଶ୍ନ ନବୀନଙ୍କ ନିର୍ବାଚନ ପରିଚାଳନାରେ କେମିତି ଭୁଲ୍ ହେଲା ? ଯେଉଁ ଆଗଧାଡ଼ିର ନେତାଙ୍କୁ ଦାୟିତ୍ୱ ଦେଇ ନିର୍ଦ୍ୱନ୍ଦ୍ୱରେ ବସିଥିଲେ ନବୀନ ସେମାନେ କଣ ବିଶ୍ୱାସଭାଜନ ହୋଇପାରିଲେନି କି?

Advertisment

ଏଣେ ପ୍ରଦୀପଙ୍କ ନିଆଁ ଲିଭି ନଥିବା ବେଳେ ସେଥିରେ ଘିଅ ଢାଳିଛନ୍ତି ଘଷିପୁରା ବିଧାୟକ ତଥା ଦଳର ବରିଷ୍ଠ ନେତା ବଦ୍ରି ପାତ୍ର । ସେ କହିଛନ୍ତି ନବୀନ ବାବୁ ନିର୍ବାଚନ ବେଳେ ପ୍ରଚାର ପାଇଁ ସମୟ ଦେଲେନି, ଯେଉଁଥିପାଇଁ ଦଳ କ୍ଷତିଗ୍ରସ୍ତ ହେଲା । ନବୀନ ବୁଲିଥିଲେ ଏପରି ହୋଇନଥାନ୍ତା । ସେପଟେ ପ୍ରଦୀପ ମାଝୀଙ୍କ କଥାକୁ କାଉଣ୍ଟର କରିଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ରମେଶ ମାଝୀ ।

ସେ କହିଛନ୍ତି ନବରଙ୍ଗପୁରରେ ନିର୍ବାଚନ ପରିଚାଳନା ଠିକ୍ ଥିଲା । ନେତାଙ୍କ ଭିତରେ ଝଗଡ଼ା ନଥିଲା । ପ୍ରଦୀପଙ୍କ କଥାରେ କୌଣସି ସତ୍ୟତା ନାହିଁ । ସେପଟେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ସାମଗ୍ରିକ ଭାବେ ପ୍ରଦୀପଙ୍କ ମନ୍ତବ୍ୟ ଗ୍ରହଣ ଯୋଗ୍ୟ ନୁହେଁ । ସବୁ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ କାରଣ ଥାଏ । ନିର୍ବାଚନ ପରିଚାଳନାରେ ତ୍ରୁଟି ଥିଲେ ଆମେ ଶାସକ ଦଳଠାରୁ ଅଧିକ ଭୋଟ୍ କିପରି ପାଇଲୁ?

Advertisment

୨୪ ବର୍ଷ କାଳ ଶାସନ କଲା ପରେ ବିଜେଡିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ଶାସନ ଗାଦିରୁ ହଟିବା ପରେ ପରାଜୟର କାରଣ ଖୋଜିବାକୁ ନବୀନ ଏକ କମିଟି ବି ଗଢିଥିଲେ । ମାତ୍ର ସେ କମିଟି କି ସମୀକ୍ଷା କଲା ଓ କି ରିପୋର୍ଟ ଦେଲା ତାହା ଏଯାଏ ସମସ୍ତଙ୍କୁ ଅଜଣା । ଅପରପକ୍ଷେ ଏବେ ନବୀନ ନିଜେ ଜିଲ୍ଲାୱାରୀ ସମୀକ୍ଷା କରୁଛନ୍ତି । ତେବେ ଦଳ ଭିତରେ ଯେ ଗୋଷ୍ଠୀକନ୍ଦଳ ପ୍ରବଳ ତାହା ଜଳ ଜଳ ହୋଇ ଦିଶୁଛି ।

ରାଜନୈତିକ ସମୀକ୍ଷକଙ୍କ ମତ ହେଲା ନବୀନ ଯଦି ଏହାକୁ ପ୍ରଶମିତ ନକରନ୍ତି ତେବେ ଆଗକୁ ଦଳ ଆହୁରି କ୍ଷତି ସହିବ । ଦିନେ ନବୀନଙ୍କ ପାଖ ମାଡ଼ି ପାରୁନଥିଲେ ନେତା । ଆଉ ଏବେ ଯେତେବେଳେ ନବୀନ ନେତାଙ୍କୁ ଡାକି ଭେଟୁଛନ୍ତି ସେତେବେଳେ ଗୋହି ଖୋଳାଖୋଳି ହେଉଛନ୍ତି । ଆଗକୁ ଅସନ୍ତୁଷ୍ଟ ନେତାଙ୍କ ଆଭିମୁଖ୍ୟ କିଭଳି ରହୁଛି ତାଉପରେ ସମସ୍ତଙ୍କ ନଜର ।

Odisha Naveen Patnaik BJD Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ