Advertisment

କାହିଁକି ପଶ୍ଚିମ ଓଡ଼ିଶାକୁ ନବୀନଙ୍କ ଘନ ଘନ ଗସ୍ତ ? ବ୍ୟାକ୍ ଫୁଟରେ ରହିଛି କି ବିଜେଡି..?

ସ୍ଥିତି ସୁଧାରିବାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରୁଥିବାର ଚର୍ଚ୍ଚା । ବିରୋଧୀ କହିଲେ-ଫରକ୍ ପଡ଼ିବନି ନବୀନଙ୍କ ଗସ୍ତ ।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

୨୪ ନିର୍ବାଚନ ପୂର୍ବରୁ ବିଜେଡିକୁ ପଶ୍ଚିମ ଓଡ଼ିଶା ଚିନ୍ତା । ପଶ୍ଚିମ ଓଡିଶାରେ କୋର୍ସ କରେକ୍ସନ ମୁଡରେ ଶାସକ ଦଳ । ନବୀନଙ୍କ ଫୋକସରେ ପଶ୍ଚିମ ଓଡିଶା। ନବ ଦାସ, ମମିତା ମେହେର, ଚାଷୀ ସମସ୍ୟା ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ବିଜେଡି ଆରମ୍ଭ କରିଛି ତାର ରଣନୀତି । ନବୀନଙ୍କ ଇମେଜକୁ କ୍ଲିନ କରିବାକୁ ଚାଲିଛି ଷ୍ଟ୍ରାଟେଜୀ । ଫେବ୍ରୁଆରୀ ୧୯ ତାରିଖ ଦିନ ପଦ୍ମପୁରରୁ ଆରମ୍ଭ ହୋଇଥିଲା ମିଶନ ପଶ୍ଚିମ ଓଡିଶା । ଆଉ ୫ରେ ପୁଣି କଳାହାଣ୍ଡି, ନୂଆପଡ଼ା ଗସ୍ତ ।

Advertisment

ନୂଆପଡାରେ ୫୪୬ କିଲୋମିଟର ଫୋର ଲେନ ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ ସହ କଳାହାଣ୍ଡିରେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ। ବସରେ ନବୀନ ବିଜୁ ଏକ୍ସପ୍ରେସ ୱେରେ ଯିବା ବେଳେ ପ୍ରାୟ ୧ ଲକ୍ଷ ଲୋକ ତାଙ୍କୁ ସ୍ୱାଗତ କରିବାକୁ ଯୋଜନା କରିଛି ଦଳ। ଯାହାକୁ ନେଇ ବିଜେପି କହିଛି ନବୀନଙ୍କ ଗସ୍ତର କୌଣସି ପ୍ରଭାବ ନାହିଁ । ଯେତେ ଚେଷ୍ଟା କଲେ ବି ଲୋକଙ୍କ ମନରୁ ପୋଛି ହେବନି ନବ ଦାସ ହତ୍ୟା ଘଟଣାର ଦାଗ ।

ସେହିପରି କଂଗ୍ରେସ କହିଛି ପଶ୍ଚିମ ଓଡିଶାରେ ମଳିନ ଇମେଜକୁ ସୁଧାରିବାରର ଇଏ ପ୍ରୟାସ । ଜବାବରେ ବିଜେଡି କହିଛି ବିକାଶର କଥାକୁ ନେଇ ଲୋକଙ୍କୁ ପାଖକୁ ଯାଉଛି ବିଜେଡି, ଯାହାକୁ ସହି ପାରୁନାହାନ୍ତି ବିରୋଧୀ ।

Advertisment

ଚର୍ଚ୍ଚା ହେଉଛି ନବ ହତ୍ୟା ଘଟଣାରେ ବିରୋଧୀ ସରକାରକୁ ହରଡଘଣାକୁ ଟାଣିଛନ୍ତି। ଏହା ପଶ୍ଚିମ ଓଡିଶାରେ ଶାସକ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି । ତେଣୁ ତାକୁ ମ୍ୟାନେଜ କରିବାକୁ ଏହା ବିଜେଡିର ଉଦ୍ୟମ ନୁହେଁ ତ ? ସେପଟେ ପଶ୍ଚିମ ଓଡିଶାର ୫ ଲୋକସଭା ସୁନ୍ଦରଗଡ, ବରଗଡ, ସମ୍ବଲପୁର, କଳାହାଣ୍ଡି ଏବଂ ବଲାଙ୍ଗୀର ରହିଛି ବିଜେପି ଦଖଲରେ । ଯାହାକୁ ୨୪ରେ ଫୋକସରେ ରଖିଥିଲା ବିଜେଡି । ତେଣୁ ପଶ୍ଚିମ ଓଡିଶାରେ ବିଜେଡିର ଟାଣୁଆ ନେତା ନବ ଦାସଙ୍କ ଅବର୍ତ୍ତମାନରେ ଦଳ ପାଇଁ ଏହି ଟାସ୍କ ଏବେ ପ୍ରାୟ କଷ୍ଟକର ହୋଇପଡିଛି । ତେଣୁ ଦଳ ଭିତରେ କିଏ ତାଙ୍କ ଜାଗା ନେବ ଆଉ ପଶ୍ଚିମ ଓଡିଶାରେ କିଏ କ୍ରାଇସିସ ମ୍ୟାନେଜର ହେବ ତାକୁ ନେଇ ବି ଦଳ ଏକ ପ୍ରକାର ଚିନ୍ତାରେ ।

୨୦୨୩ରେ ନୂଆପଡା, କଳାହାଣ୍ଡିକୁ ମିଶାଇ ୫ ପଶ୍ଚିମ ଜିଲ୍ଲାରେ କାର୍ଯ୍ୟକ୍ରମ କଲେଣି ନବୀନ । ରାଉରକେଲାରେ ହକି ଷ୍ଟାଡିୟମ, ବରଗଡ଼ ପଦ୍ମପୁରରେ ବି ସରକାରୀ କାର୍ଯ୍ୟକ୍ରମ ପରେ ଝାରସୁଗୁଡାରେ ନବ ଦାସଙ୍କ ଶୁଦ୍ଧିକ୍ରିୟାରେ ଯୋଗଦାନ ସହ ଏବେ ନୂଆପଡା ଆଉ କଳାହାଣ୍ଡି ଗସ୍ତ କରୁଛନ୍ତି ନବୀନ। ଗସ୍ତରୁ ସ୍ପଷ୍ଟ ବାରି ହେଉଛି ନବଙ୍କ ପରେ ପଶ୍ଚିମରେ ଫଶି ଯାଇଛି ବିଜେଡି ।

Advertisment

BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ