Advertisment

ମମିତାଙ୍କୁ ନ୍ୟାୟ ଦାବିରେ ନବୀନ ନିବାସ ଘେରିବ ବିଜେପି, ଉଷୁନା ଚାଉଳକୁ ନେଇ ବିଜେଡିର ଟାର୍ଗେଟ୍‌

ପଞ୍ଚାୟତ ନିର୍ବାଚନ ମାହୋଲ ଭିତରେ ବିରୋଧୀ ବିଜେପି ପୁଣି ଖୋଲିବ ମମିତା ମେହେରଙ୍କୁ ନ୍ୟାୟ ପ୍ରସଙ୍ଗ। ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ମାମଲାରେ ନ୍ୟାୟ ପାଇଁ ବିଜେପି ଆଜି ନବୀନ ନିବାସ ଘେରାଉ କରିବ।

ଅଦ୍ୟତନ ହୋଇଛି
BJP Vs BJD

BJP Vs BJD

Advertisment

ପଞ୍ଚାୟତ ନିର୍ବାଚନ ମାହୋଲ ଭିତରେ ବିରୋଧୀ ବିଜେପି ପୁଣି ଖୋଲିବ ମମିତା ମେହେରଙ୍କୁ ନ୍ୟାୟ ପ୍ରସଙ୍ଗ। ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ମାମଲାରେ ନ୍ୟାୟ ପାଇଁ ବିଜେପି ଆଜି ନବୀନ ନିବାସ ଘେରାଉ କରିବ। ‘Justice For Mamita Meher’ ନାରା ଦେଇ ଦଳ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରିବାକୁ ଯୋଜନା କରିଛି।

Advertisment

ମମିତା ମେହେର ହତ୍ୟାକୁ ୪ ମାସ ବିତିଯାଇଥିଲେ ବି ଏଯାଏ କାର୍ଯ୍ୟାନୁଷ୍ଠାନ ଶୂନ। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟି ଥିବାରୁ ଏହାର ପ୍ରତିବାଦରେ ପୁଣି ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଆପଣାଯାଉଥିବା ବିଜେପି କହିଛି। ଆଜି ସକାଳ ୧୧ଟା ୧୫ରୁ ରାଜମହଲ ଛକ ନିକଟରୁ ଶୋଭଯାତ୍ରା ଆରମ୍ଭ ହୋଇ ନବୀନ ନିବାସ ଅଭିମୁଖେ ବାହାରିବ ବୋଲି ଏକ ପ୍ରେସ୍‌ବାର୍ତ୍ତାରେ ବିଜେପି ସୂଚନା ଦେଇଛି।

ଅନ୍ୟପକ୍ଷେ, କେନ୍ଦ୍ର ଉଷୁନା ଚାଉଳ କିଣିବା ପ୍ରସଙ୍ଗରେ ଆଜି ବିଜେଡି ବିକ୍ଷୋଭ କରିବ। FCI କାର୍ଯ୍ୟାଳୟ ଆଗରେ ବିଜେଡି ବିକ୍ଷୋଭ କରିବ। ଏହି ପୁରୁଣା ପ୍ରସଙ୍ଗ ଓ ଦୀର୍ଘ ଦିନର ଦାବି ସମ୍ପର୍କରେ ଦଳ କହିଛି, ଓଡ଼ିଶାରେ ୯୫% ଉଷୁନା ଚାଉଳ ଉତ୍ପାଦନ ହେଉଥିବା ବେଳେ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ଉଠେଇବା କଥା। କିନ୍ତୁ କେନ୍ଦ୍ର ସରକାର ତାହା ପ୍ରତ୍ୟାଖ୍ୟାନ କରିଛନ୍ତି। ତେଣୁ କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କ ଭାବାବେଗ ସହ ଖେଳୁଥିବା ବିଜେଡି କହିଛି। 

Advertisment

ଓଡ଼ିଶାରୁ ୨୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ କେନ୍ଦ୍ର ସରକାର ନେଉନଥିବା ବେଳେ ବିଜେପି ସାସଂଦ ମାନେ କାହିଁକି ଏ ପ୍ରସଙ୍ଗ ଉଠାଉ ନାହାଁନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ତେଣୁ ଚାଷୀଙ୍କ ବଳକା ଉଷୁନା ଚାଉଳ ତୁରନ୍ତ କେନ୍ଦ୍ର ନେଉ ବୋଲି ବିଜେଡି ଦାବି କରିଛି। ସେପଟେ ରାଜ୍ୟର ମଣ୍ଡି ଅବ୍ୟବସ୍ଥା ଲୁଚାଇବାକୁ ବିଜେଡିର ଏହା ନାଟକ ବୋଲି ବିଜେପି ପ୍ରତିକ୍ରିୟା ରଖିଛି। 

Odisha Politics BJD-BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ