Advertisment

ମାନସ ଇନ୍‌-ସୁଲତା ଆଉଟ୍‌, ମହଙ୍ଗା ପଡ଼ିଲା କି ନବୀନଙ୍କ ବିରକ୍ତି ?

ସାଂସଦ ମାନସ ମଙ୍ଗରାଜ ହେଲେ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ। ସାଂସଦ ସୁଲତା ଦେଓଙ୍କ ସ୍ଥାନରେ ମାନସ ମଙ୍ଗରାଜଙ୍କୁ ଆଜି ଏଇ ନୂଆ ଦାୟିତ୍ୱ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି।

ଅଦ୍ୟତନ ହୋଇଛି
Sulata Deo

Sulata Deo

Advertisment

ହଟିଲେ ସୁଲତା ଦେଓ। ସାଂସଦ ମାନସ ମଙ୍ଗରାଜ ହେଲେ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ। ସାଂସଦ ସୁଲତା ଦେଓଙ୍କ ସ୍ଥାନରେ ମାନସ ମଙ୍ଗରାଜଙ୍କୁ ଆଜି ଏଇ ନୂଆ ଦାୟିତ୍ୱ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି।

Advertisment

ହେଲେ ନବୀନ ହଠାତ୍ କାହିଁକି ଏ ପଦକ୍ଷେପ ନେଲେ, ତାକୁ ନେଇ ଚର୍ଚ୍ଚା ଜୋର୍। ନିକଟରେ ଭୁବନେଶ୍ୱରରେ ଜନସଂପର୍କ ପଦଯାତ୍ରା ପାଇଁ ଆୟୋଜିତ ସଭାରେ ସାଂସଦ ସୁଲତା ନବୀନଙ୍କ ବେକରେ ଉତ୍ତରୀୟ ପକାଇବା ବେଳେ ନବୀନ ବିରକ୍ତି ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।

ଏପରିକି ବିରକ୍ତିରେ ନବୀନ ନିଜେ ଏହି ଉତ୍ତରୀୟକୁ କାଢି଼ ଦେଇଥିଲେ। ଆଉ ଏଇ ବିରକ୍ତି ସୁଲତା ଦେଓଙ୍କ ପକ୍ଷ ଛେଦନର କାରଣ ହେଲା କି ? ଏହା ପୂର୍ବରୁ ରାଜ୍ୟସଭା ଚେୟାରମ୍ୟାନ୍ ପ୍ୟାନେଲରେ ସୁଲତାଙ୍କ ସ୍ଥାନରେ ମମତା ମହାନ୍ତଙ୍କୁ ଦେଖିବାକୁ ମିଳିଥିଲା।

Advertisment

ତେଣୁ ଚର୍ଚ୍ଚା ହେଉଛି ସୁଲତାଙ୍କ ଉପରୁ ସୁପ୍ରିମୋଙ୍କ ଆସ୍ଥା ହଟୁଛି କି ? ତେବେ ଏନେଇ ଯୋଗାଯୋଗ କରାଯାଇଥିଲେ ବି ସୁଲତା ଦେଓ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ