Union Minister Bishweswar Tudu
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆକ୍ରମଣ ଅଭିଯୋଗ ମାମଲାର ପୋଲିସ୍ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ବାରିପଦା ଅଫିସକୁ ଯାଇ ପୋଲିସ ତଦନ୍ତ କରିଛି। ତେବେ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅନୁପସ୍ଥିତ ରହିଥିଲେ। ତେଣୁ ଜଣେ ଯୁବକଙ୍କୁ ପୋଲିସ ଘଟଣା ସମ୍ପର୍କରେ ପଚରାଉଚରା କରିଥିବା ଜଣାପଡ଼ିଛି।
ସୂଚନାଥାଉ କି, ମୟୂରଭଞ୍ଜ ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗତ ୨୧ ତାରିଖରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ପରେ ବାରିପଦା ଟାଉନ ଥାନା ପୋଲିସ ମାମଲା ରୁଜୁ କରିଥିଲା। ତେବେ ଆକ୍ରମଣ ଅଭିଯୋଗକୁ ନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଖଣ୍ଡନ କରିଥିଲେ।
ଅଫିସରେ ପୋଲିସ ପଶିବା ପ୍ରସଙ୍ଗ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି। ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଅବସରରେ ସେ କହିଛନ୍ତି, ‘ମୁଁ ନଥିବା ଅବସ୍ଥାରେ ମୋ ବିନା ଅନୁମତିରେ ପୋଲିସ ପଶିବା ଦୁର୍ଭାଗ୍ୟଜନକ। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅଫିସରେ ବିନା ଅନୁମତିରେ ପଶିବା ନିନ୍ଦନୀୟ ଘଟଣା। ଶାସକ ଦଳ ବିଜେଡି ହତୋତ୍ସାହିତ ହୋଇ ଏଭଳି କରୁଛି। ଆମର ବିକାଶ ଧାରାରେ ହତୋତ୍ସାହିତ ହୋଇ ବିଜେଡି ଏଭଳି କରୁଛି। ବିଗତ ନିର୍ବାଚନରେ ମୟୂରଭଞ୍ଜରେ ସେମାନଙ୍କ ପରାଜୟ ଯୋଗୁ ହତୋତ୍ସାହିତ ହୋଇପଡ଼ିଛନ୍ତି। ତେବେ ଆସିଥିବା ଅଭିଯୋଗ ମିଥ୍ୟା ଓ ରାଜନୈତିକ ଅଭିସନ୍ଧିମୂଳକ ବୋଲି ବିଶ୍ୱେଶ୍ୱର ଟୁଡୁ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643692860.jpg)