Advertisment

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼, ରାଜ୍ୟ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ

ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ି ଉପରକୁ ଛାତ୍ର ବିଜେଡି ପକ୍ଷରୁ ଅଣ୍ଡା ମାଡ଼ କରାଯାଇଥିବା ବେଳେ ଅନ୍ୟପଟେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ କରିଛନ୍ତି ବିଜେପି କର୍ମୀ।

ଅଦ୍ୟତନ ହୋଇଛି
BJD & BJP

BJD & BJP

Advertisment

ଭୁବନେଶ୍ୱର: କେନ୍ଦ୍ରାପଡ଼ା କଲେଜ ଛକ ନିକଟରେ ଛାତ୍ର ବିଜେଡି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ଅଣ୍ଡା ମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଛି। ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା।

Advertisment

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରାଜ୍ୟ ସରକାର ହଡ଼ପ କରୁଥିବା ସେ ଅଭିଯୋଗ ଆଣିଛନ୍ତି। କେନ୍ଦ୍ର ସରକାର ୪୧ଟି ବିଭାଗରେ ରାଜ୍ୟ ସରକାରଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି। ତେବେ ଜଳ ଜୀବନ ମିଶନ ଅଧିନରେ ରାଜ୍ୟକୁ ଆସିଥିବା ୩ ହଜାର ୩୨୩ କୋଟି ଟଙ୍କାକୁ ରାଜ୍ୟ ସରକାର ନିଜ ଯୋଜନା କହି ଭୁଆଁ ବୁଲାଉଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।  

ଅନ୍ୟପକ୍ଷେ, ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ ବେଳେ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି। ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ ପାଇଁ ଉଦ୍ୟମ ବେଳେ ବିଜେପି ଓ ବିଜେଡ଼ି କର୍ମୀ ମୁହାଁମୁହିଁ ହୋଇଥିଲେ। 

Advertisment

ଏକାମ୍ର କଲେଜ ପରିସରରେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନ୍ତ୍ରୀ ଅଶୋକ ପଣ୍ଡା ଯିବା ବେଳେ ବିଜେପି କର୍ମୀ କଳା ପତାକା ଦେଖାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କଲେଜ ଗେଟ୍ ସମ୍ମୁଖରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ମମିତା ମେହେରଙ୍କୁ ନ୍ୟାୟ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରି ନାରବାଜି କରିଥିଲେ ବିଜେପି କର୍ମୀ। ତେବେ ବିରୋଧ ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା। 

BJD Bjp Workers Odisha Minister Ashok Panda Union Minister Bishweswar Tudu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ