Advertisment

ଓଡ଼ିଶା କଂଗ୍ରେସକୁ ପୁଣି ବଡ଼ ଝଟକା; ଦଳ ଛାଡିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ

ଶାକରୁ ରାଜନେତା ପାଲଟି ଗତ ସାଧାରଣ ନିର୍ବାଚନ ବେଳେ ଦଳକୁ ଢେର ବଳ ଦେଇଥିବା କଂଗ୍ରେସକୁ ବାୟ ବାୟ କରିଛନ୍ତି ଏକଦା ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଥିବା ବରିଷ୍ଠ ନେତା ବିଜୟ ପଟ୍ଟନାୟକ।

undefined

Congress Party

Advertisment

କଂଗ୍ରେସକୁ ପିଛା ଛାଡୁନି ଦୁର୍ଦ୍ଦିନ। ପୁଣି ଦଳକୁ ଲାଗିଛି ବଡ଼ ଝଟକା। ଦଳ ଛାଡିଛନ୍ତି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ବଳ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ଗତକାଲି ଏଆଇସିସି ଦ୍ବାର ଗଠିତ ଷ୍ଟିୟରିଂ କମିଟିରେ ବିଜୟଙ୍କ ନଥିବା ଏବଂ ଆଜି କଂଗ୍ରେସ ପକ୍ଷରୁ ଜାରି ୪ ଜଣିଆ ମିଡିଆ ପ୍ୟାନେଲ ତାଙ୍କୁ ଉପେକ୍ଷା କରାଯାଇଥିବାରୁ ପୂର୍ବରୁ ଅସନ୍ତୁଷ୍ଟ ଥିବା ବିଜୟ ଦଳ ଛାଡ଼ିଥିବା କୁହାଯାଉଛି। ସେପଟେ ଦଳରେ ତାଙ୍କୁ ବେଶ୍ ଗୁରୁତ୍ବ ମିଳିଥିବା କହିଛି କଂଗ୍ରେସ।

Advertisment

ଓଡ଼ିଶା କଂଗ୍ରେସକୁ ପୁଣି ବଡ଼ ଝଟକା । ଦଳ ଛାଡିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ। ପ୍ରଶାକରୁ ରାଜନେତା ପାଲଟି ଗତ ସାଧାରଣ ନିର୍ବାଚନ ବେଳେ ଦଳକୁ ଢେର ବଳ ଦେଇଥିବା କଂଗ୍ରେସକୁ ବାୟ ବାୟ କରିଛନ୍ତି ଏକଦା ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଥିବା ବରିଷ୍ଠ ନେତା ବିଜୟ ପଟ୍ଟନାୟକ। ଆଜି ମେଲ୍ ଯୋଗେ AICC ନିକଟକୁ ସେ ତାଙ୍କ ଇସ୍ତଫାପତ୍ର ଦେବା ସହ ଦଳୀୟ ନିଷ୍ପତ୍ତି ଉପରେ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି। ସେ ଲେଖିଛନ୍ତି, କଂଗ୍ରେସ ଦଳରେ ପ୍ରେଷ୍ଟିଜ୍ ନାହିଁ କି ଦଳ ତାଙ୍କର ଆବଶ୍ୟକତା ଅନୁଭବ କରୁନି। ତେଣୁ ସେ ଦଳର ହାତ ଛାଡିବା ଭଳି ନିଷ୍ପତ୍ତି ନେଉଛନ୍ତି। ତେବେ ସେ ଅନ୍ୟ କୌଣସି ଦଳକୁ ଯିବେ ନାହିଁ ଏବଂ ଲୋକଙ୍କ ସେବା ଜାରି ରଖିବେ ବୋଲି କହିଛନ୍ତି ବିଜୟ।

ଓଡ଼ିଶାରୁ ୨୫ ବର୍ଷ ଧରି କ୍ଷମତାରୁ ଯାଇ ଆଉ ଫେରିନଥିବା ରାଜ୍ୟ କଂଗ୍ରେସର ଅତି ଦୁର୍ଦ୍ଦିନ ସମୟ ଅର୍ଥାତ ୨୦୨୩ ଫେବୃଆରୀରେ ଦଳରେ ଯୋଗ ଦେଇଥିଲେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିବା ବିଜୟ ପଟ୍ଟନାୟକ। ଏକଦା ନବୀନ ସରକାରର ଏକାନ୍ତ ଅନୁଗତ ଥିବା ବିଜୟ, ବିଜେଡି ବିକଳ୍ପକୁ ପଛ କରି କଂଗ୍ରେସର ହାତ ଧରିଥିଲେ। କଂଗ୍ରେସରେ ଯୋଗଦାନ ପରେ ଦଳ ତାଙ୍କୁ ରାଜ୍ୟ ପ୍ରଚାର କମିଟିର ଅଧ୍ୟକ୍ଷ କରିଥିଲା। ହେଲେ ଏ ଗୁରୁତ୍ବପୂର୍ଣ୍ଣ ପଦବୀରୁ ତାଙ୍କୁ ଠିକ୍ ନିର୍ବାଚନ ପୂର୍ବରୁ ହିଁ ହଟାଇ ନେଇଥିଲା। ଗତ ସାଧାରଣ ନିର୍ବାଚନ ବେଳେ ଦଳ ତାଙ୍କୁ ପାରଳାଖେମୁମୁଣ୍ଡି ବିଧାନସଭାରୁ ଟିକେଟ୍ ଦେଇଥିଲେ ବି ଏଥିରେ ସଫଳ ହୋଇନଥିଲେ ବିଜୟ। ଏହାସତ୍ତ୍ବେ ସେ କିନ୍ତୁ କଂଗ୍ରେସକୁ ଆସିବା ପରଠୁ ଦଳ ପାଇଁ ନିୟମିତ ଲଢେଇ ସହ ଶାସକ ଦଳକୁ ଶାଣିତ ଆକ୍ରମଣ କରି ଆସୁଥିଲେ। 

Advertisment

ହେଲେ ଗତକାଲି ଏଆଇସିସି ଗଠନ କରିଥିବା ୧୪ ଜଣିଆ ଷ୍ଟିଅରିଂ କମିଟିରେ ତାଙ୍କୁ ସ୍ଥାନ ମିଳିନଥିଲା। ସେହିପରି ଆଜି ଗଠିତ ୪ ଜଣିଆ ମିଡିଆ ପ୍ୟାନେଲରେ ମଧ୍ୟ ତାଙ୍କୁ ଉପେକ୍ଷା କରାଯାଇଥିଲା। ତେଣୁ ଏଥିରେ ମର୍ମାହତ ହୋଇ ସେ ଦଳ ଛାଡ଼ିଥିବା କୁହାଯାଉଛି। ସେପଟେ କିନ୍ତୁ ଦଳ ସବୁ ସମୟରେ ତାଙ୍କର ପରାମର୍ଶ ନେଉଥିଲା ଏବଂ ଦଳରେ ଦଳ ତାଙ୍କୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉଥିବା ଯୁକ୍ତି ରଖିଛି କଂଗ୍ରେସ ଦଳ।

Congress Congress Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ