Advertisment

ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ: ଭୂପିନ୍ଦର ସିଂ

ନିର୍ବାଚନ ପରାଜୟ ନେଇ ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂ'ଙ୍କ ତେରଛା ନିଶାନା । କହିଲେ ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ ।

ଅଦ୍ୟତନ ହୋଇଛି
Bhupinder Singh

Bhupinder Singh

Advertisment

ନିର୍ବାଚନ ପରାଜୟ ନେଇ ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂ'ଙ୍କ ତେରଛା ନିଶାନା । କହିଲେ ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ । ଗୋଲ୍ କିପର ଯଦି ସ୍ଲିପର ସେଲ୍ ହେବ ତାହାଲେ କଣ କରାଯାଇ ପାରିବ ବୋଲି ସେ କଟାକ୍ଷ କରି ପରୋକ୍ଷରେ ଦଲ ଉପରେ ନିଶାନା ସାଧିଛନ୍ତି । ସେ କହିଛନ୍ତି ରାଜନୀତି ହେଉଛି ସ୍ପୋର୍ଟ୍ସ ଭଳି ଟିମ୍ ଗେମ୍ ।

Advertisment

ବହୁତ ଖେଳାଳି ବାହାରିଲେଣି । କିଣାବିକା ବି ବଢୁଛି । ଏହାହିଁ ଭବିଷ୍ୟତର ରାଜନୀତି ବୋଲି ସେ କହିଛନ୍ତି । ଯେଉଁ ସବୁ ପ୍ରତିଷ୍ଠାତା ସଦସ୍ୟ ଓ ବରିଷ୍ଠ ନେତାମାନେ ମତ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କ ମତ ନୁହେଁ, ଲୋକଙ୍କ ମତ । ସଭାପତି ବି ତାକୁ ସ୍ପୋର୍ଟିଭ way ରେ ନେବା ଆବଶ୍ୟକ ବୋଲି ସେ କହିଛନ୍ତି । ତେବେ ଭୂପିନ୍ଦରଙ୍କ ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ତେଜୁଛି ବୟାନବାଜି, ଫାଟୁଛି ବିଜେଡି । ବରିଷ୍ଠ ମାରୁଛନ୍ତି ତେର୍ଛା ବାଣ, ଚିନ୍ତାରେ ନବୀନ । ନିର୍ବାଚନ ବିପର୍ଯ୍ୟୟକୁ ନେଇ ଆଜି ମୁହଁ ଖୋଲିଛନ୍ତି ପୂର୍ବତନମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପଦ୍ମନାଭ ବେହେରା । କହିଛନ୍ତି, ଦଳ ହାରିବାର ୪ଟି କାରଣ ଥାଏ । ତାହା ହେଲା ପ୍ରାର୍ଥୀ, ଦଳ ଓ ଦଳପତି, କର୍ମକର୍ତ୍ତା ଓ ପାଣ୍ଠି ।

Advertisment

ହେଲେ ବିଜେଡି ପାଖରେ ପାଣ୍ଠିର କି ନେତୃତ୍ୱର ଅଭାବ ନଥିଲା । ତେଣୁ ପ୍ରଶ୍ନ କ'ଣ ପ୍ରାର୍ଥୀ ଚୟନରେ ଭୁଲ୍ କଲା ଦଳ ? ନା ନିର୍ବାଚନ ସମୟରେ ଦଳ କର୍ମକର୍ତ୍ତାଙ୍କ ଅସନ୍ତୋଷର ଫଳ ଭୋଗିଲା ? ସେହିପରି ନବୀନ ବାବୁ ଅଧିକ ପ୍ରଚାର ମଇଦାନରେ ରହିଥିଲେ ଦଳ ପାଇଁ ଲାଭ ହୋଇଥାନ୍ତା, ବିଜେଡି ଇସ୍ତାହାର ଅପେକ୍ଷା ବିଜେପି ଇସ୍ତାହାର ଲୋକଙ୍କୁ ଆକର୍ଷିତ କଲା ବୋଲି କହି ବାଣ ବି ମାରିଛନ୍ତି ପଦ୍ମନାଭ ।

ଅନ୍ୟପଟେ ଦଳରେ ଆଉ ଜଣେ ବରିଷ୍ଠ ନେତା ନୃସିଂହ ସାହୁ ସିଧାସଳଖ କହିଛନ୍ତି, ଭି.କେ ପାଣ୍ଡିଆନ୍ ଓ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ ଅଛି । ନବୀନ ପ୍ରଚାର କରିଥିଲେ ରେଜଲ୍ଟ ଭଲ ହୋଇଥାନ୍ତା, ଆମ ସରକାର ଆସିଥାନ୍ତା । ତୁଟିବା ଅପେକ୍ଷା ଦିନକୁ ଦିନ ତୀବ୍ର ହେଇଚାଲିଛି ବିଜେଡି କନ୍ଦଳ। ୨୪ ବିପର୍ଯ୍ୟୟ ପରେ ବରିଷ୍ଠ ନେତାଙ୍କ ବୟାନବାଜି ଦଳକୁ ଅଧିକ କ୍ଷତିଗ୍ରସ୍ତ କରୁଥିବା ବେଳେ ଯୁବ ନେତା ବି ନେତୃତ୍ବ ଉପରେ ଅସନ୍ତୁଷ୍ଟ। ଏଭଳି ସ୍ଥିତିରେ ଦଳପତି ନବୀନ ଦଳକୁ ଆଗକୁ କିପରି ସଂଗଠିତ କରିବେ ତାକୁ ଅପେକ୍ଷା ।

Advertisment

BJD Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ