Advertisment

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ

ବିଳମ୍ବ ନ କରି ହସ୍ତକ୍ଷେପ କରିବାକୁ ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

 Aparajita Sarangi writes a letter to Odisha CM over violence situation in Padmakesarpur

Aparajita Sarangi writes a letter to Odisha CM over violence situation in Padmakesarpur

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ପଟିଆସ୍ଥିତ ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବିଳମ୍ବ ନକରି ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି ଅପରାଜିତା। ଗଣ୍ଡଗୋଳର କାରଣ ଖୋଜି ତୁରନ୍ତ ଶାନ୍ତି କମିଟି ଗଠନ କରିବାକୁ ଚିଠି ଜରିଆରେ ନିବେଦନ କରିଛନ୍ତି ଭୁବନେଶ୍ୱର ସାଂସଦ।

Advertisment

ଗତକାଲି ସନ୍ଧ୍ୟାରେ ଗାଁକୁ ଯାଇ ସ୍ଥିତି ପରଖିଥିବା ଦର୍ଶାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗାଁର ୧୫୦ ଲୋକଙ୍କୁ ଗିରଫ କରି ୩ ମାସ ହେଲା ଜେଲ୍ ପଠାଯାଇଛି।ଏବେବି ପଦ୍ମକେଶରୀପୁର ଗାଁରେ ଅଳ୍ପ କିଛି ମହିଳା ଓ ଶିଶୁ ଅଛନ୍ତି, ଭୟର ବାତାବରଣ ରହିଛି। ହେଲେ ଏପର୍ଯ୍ୟନ୍ତ ଶାନ୍ତି ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସେପରି ଉଦ୍ୟମ ହୋଇନି। ତେଣୁ ବିଳମ୍ବ ନ କରି ହସ୍ତକ୍ଷେପ କରିବାକୁ ଅପରାଜିତା ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଅକ୍ଟୋବର ୨୬ ତାରିଖରେ ଭୁବନେଶ୍ୱର ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଗାଁର ଦୁଇ ୱାର୍ଡବାସୀଙ୍କ ମଧ୍ୟରେ ପଥର ମାଡ଼ ସହ ବୋତଲ ମାଡ଼ ଯୋଗୁ ଉଭୟ ପଟରୁ ଏକାଧିକ ଲୋକ ଆହତ ହୋଇଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପ୍ଲାଟୁନ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଏଥିରେ ୨୦ରୁ ଅଧିକ ଆହତ ହୋଇଥିଲେ। ଏହା ପରେ ପୋଲିସ ୭୭ ପୁରୁଷ ଓ ୫୪ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Advertisment

ଗତ ପଞ୍ଚାୟତ ନିର୍ବାଚନକୁ ନେଇ ସେତେବେଳେ ଗାଁରେ ହୋଇଥିଲା ଗଣ୍ଡଗୋଳ । ସେହି ନିଆଁ ଲିଭି ନଥିଲା । ଭୋଟ ସରିବାର ଏତେ ଦିନ ବିତି ଯାଇଥିଲେ ମଧ୍ୟ ମଝିରେ ମଝିରେ ପୁଣି ଗଣ୍ଡଗୋଳ ହେଉଥିଲା, ଯାହା ଗତ ୨୬ ତାରିଖରେ ଯାହାକି ବିସ୍ଫୋରକ ରୂପ ନେଇଥିଲା ।

Advertisment
Odisha CM Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ