Advertisment

‘ରାଜ୍ୟରେ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ, ଚାଲିପାରିବନି ପ୍ରକ୍ସି ଗଭର୍ଣ୍ଣମେଣ୍ଟ’ କହିଲେ ଅପରାଜିତା

5T ସଚିବଙ୍କ ଗସ୍ତକୁ ନେଇ ନବୀନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍ ।

undefined

Odisha Politics

Advertisment

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ । ତାଙ୍କ ବଦଳରେ ସମସ୍ତଙ୍କୁ ବାଇପାସ୍ କରି ଲୋକଙ୍କ ସାମ୍ନାକୁ ଆସୁଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଫାଇଭ୍ ଟି ସଚିବଙ୍କ ଗସ୍ତକୁ ନେଇ ଏଥର ଆଉ ତାଙ୍କୁ ନୁହେଁ, ସିଧା ନବୀନଙ୍କୁ ନିଶାନା। ଖୋର୍ଦ୍ଧା ମଳିପଡ଼ାରେ ବିଜେପିର ଜୋନ୍ ସ୍ତରୀୟ ମିଟିଂରେ ଯୋଗଦେଇ ଅପରାଜିତା କହିଛନ୍ତି, ସାଢେ ୪ କୋଟି ଓଡ଼ିଶାବାସୀଙ୍କ ପ୍ରତିନିଧି ଭାବେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସାମ୍ନାକୁ ଆସିବା ଦରକାର। ଯଦି ଆସୁନାହାନ୍ତି, ତାହେଲେ ସାଂସଦ, ମନ୍ତ୍ରୀ, ବିଧାୟକଙ୍କୁ ପ୍ରତିନିଧି ଭାବେ ପଠାଇବା ଦରକାର। କିନ୍ତୁ ତା ନକରି ସଚିବ ସ୍ତରର ଜଣେ ନିମ୍ନ ପଦସ୍ଥ ଅଧିକାରୀଙ୍କୁ କାହିଁକି ପ୍ରତିନିଧି ଭାବେ ପଠାଉଛନ୍ତି। ଏହା ଆମ ପାଇଁ ଘୋର ଅପମାନ। ଆମକୁ ପ୍ରକ୍ସି ରୁଲ୍ ଓ ରିମୋଟ୍ କଣ୍ଟ୍ରୋଲ ସରକାର ଦରକାର ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ।

Advertisment

ସେ ଆହୁରି କହିଛନ୍ତି, ଯାହା ୨୫ ବର୍ଷ ଧରି ହୋଇ ନଥିଲା, ତାହା ଏବେ ୪ ବର୍ଷ ହେବ ଚାଲିଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାମାନେ ପ୍ରତିଦିନ ଅପମାନିତ ହେଉଥିବା କହି କଡ଼ା ସମାଲୋଚନା କରିଛନ୍ତି ଅପରାଜିତା। ସେପଟେ ଅପରାଜିତାଙ୍କ ଏ ଆକ୍ରମଣର ଜବାବ ରଖିଛନ୍ତି ଖୋର୍ଦ୍ଧା ବିଜେଡି ସଭାପତି ବିଭୂତି ବଳବନ୍ତରାୟ। ସେ କହିଛନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ ବୋଧହୁଏ ଜାଣି ନାହାନ୍ତି ଯେ ଆଜି ମୁଖ୍ୟମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ହେଲେ କେମିତି ?

ସେପଟେ ଆସନ୍ତା ୧୦ ତାରିଖରେ ଫାଇଭ୍ ଟି ସଚିବଙ୍କ ତାଳଚେର ଗସ୍ତ ପୂର୍ବରୁ ସରଗରମ ହୋଇଛି ଅନୁଗୁଳ ଜିଲ୍ଲା ରାଜନୀତି। ଫାଇଭ୍ ଟି ସଚିବଙ୍କ ଆଗମନ ପାଇଁ ବିଜେଡି ନେତା, ସଂଗଠକ, କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ କେଉଁଭଳି ଢଙ୍ଗରେ ପ୍ରସ୍ତୁତ ରହିବା ଦରକାର, ସେ ସମ୍ପର୍କୀତ ଏକ ଭାଇରାଲ ଅଡିଓକୁ ନେଇ ଲାଗି ରହିଛି ଚର୍ଚ୍ଚା । କୁହାଯାଉଛି, ଏ ଅଡିଓଟି ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କର। ଏଥିରେ ସେ କହୁଛନ୍ତି, ଯଦି ସେ ଆମକୁ ଦେଖିଲେ, ଆମେ ପୁଷ୍ପ ବୃଷ୍ଟି ଟିକେ କଲେ, ତାଙ୍କ ମନ ଖୁସି ହେଲା, ଆମକୁ ଅଧିକ ଫଣ୍ଡ ଆସିବ। ତେଣୁ ତାଙ୍କ ଗସ୍ତ ଲାଗି ସମସ୍ତେ ପ୍ରସ୍ତୁତ ରହିବା ଦରକାର।

Advertisment

ତେବେ ଏହା ଭିତରେ ବିଧାୟକଙ୍କ 'ରାଧା ପାଇଁ ଦୋଳି' ଅବତାରଣା ଫାଇଭ୍ ଟି ସଚିବଙ୍କ ଗୁରୁତ୍ୱକୁ ସ୍ପଷ୍ଟ ପ୍ରମାଣିତ କରୁଥିବାରୁ ଏହାକୁ ନେଇ ଆଜି ତାଳଚେରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ପ୍ରସଙ୍ଗରେ ବର୍ଷିଛି ବିଜେପି । ତେବେ ଏ ନେଇ ବିଧାୟକ ବ୍ରଜ ପ୍ରଧାନଙ୍କ ପ୍ରତକ୍ରିୟା ମିଳିପାରିନି।

BJD BJP Aparajita Sarangi Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ