Bharat Jodo Yatra in Odisha from Oct 31
ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଓଡ଼ିଶାରେ ହେବ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଓଡ଼ିଶା ଗସ୍ତରେ ଆସି ଦୁଇ କେନ୍ଦ୍ରୀୟ ନେତା ଜୟରାମ ରମେଶ ଏବଂ ଦିଗବିଜୟ ସିଂ ଏହି ସୂଚନା ଦେଇଛନ୍ତି। ପ୍ରେସ୍ମିଟ୍ କରି ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କୁ ଜୟରାମ ରମେଶ ଟାର୍ଗେଟ କରିଛନ୍ତି। ଉଭୟ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।
ଓଡ଼ିଶାରେ ପଦଯାତ୍ରା କେବଳ ବିଜେପିକୁ ଟାର୍ଗେଟ୍ କରି ନୁହେଁ ବରଂ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଓଡ଼ିଶାରେ ପଦଯାତ୍ରା କରିବୁ ବୋଲି ଜୟରାମ ରମେଶ କହିଛନ୍ତି। ଏହି ଯାତ୍ରା କ୍ରମରେ ଓଡ଼ିଶାରେ ୨,୨୫୦ କି.ମି. ପଦଯାତ୍ରା ହେବ। ଅକ୍ଟୋବର ୩୧ରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧି ପାର୍କରୁ ଏହି ଯାତ୍ରା ଆରମ୍ଭ ହେବ।
କଂଗ୍ରେସର ବିଜେପିକୁ ଟାର୍ଗେଟ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରଥମେ କଂଗ୍ରେସକୁ ଯୋଡିବାର ପ୍ରକ୍ରିୟା ଆରମ୍ଭ କରନ୍ତୁ। କଂଗ୍ରେସକୁ କେମିତି ଯୋଡିକି ରଖିବେ ଏବଂ ସେ ଫେବିକଲ ଅଠା କୋଉଠି ମିଳିବ, ସେଥିପାଇଁ ଉଦ୍ୟମ ଆରମ୍ଭ କରନ୍ତୁ। ଭାରତ ଯୋଡ଼ା ଯିବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1663493039.jpg)