Advertisment

ବଢ଼ିଲା ମମତାଙ୍କ ଅଡ଼ୁଆ, ଟଣା ହେବେ କୋର୍ଟକୁ !

ଗତ ମେ ୨ ତାରିଖରେ ରାଜ୍ୟପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗ ରାଜଭବନରେ କାର୍ଯ୍ୟରତ ଜଣେ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ଆଣିଥିଲେ ବୋଲି ତୃଣମୂଳ କଂଗ୍ରେସର ଅନେକ ନେତା ଦାବି କରିଥିଲେ ।

ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

Advertisment

ଥମୁନି ପଶ୍ଚିମବଙ୍ଗରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ । ଦୀର୍ଘ ଦିନ ଧରି ଚାଲି ଆସିଛି ଏହି ବିବାଦ । କିନ୍ତୁ ଏବେ ଏହି ବିବାଦ ଏବେ ନୂଆ ରୂପ ନେଇଛି । ରାଜ୍ୟପାଳ ସିବି ଆନନ୍ଦ ବୋଷ ଖୋଦ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମାନ ହାନୀ କରିଥିବା ନେଇ ସେ କୋର୍ଟରେ ଏକ ମକଦ୍ଦମା କରିଛନ୍ତି । ଶୁକ୍ରବାର କୋଲକତା ହାଇକୋର୍ଟରେ ଏନେଇ ସେ ପିଟିସନ୍‌ ଦାଖଲ କରିଛନ୍ତି । ଯାହାକି ମମତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

Advertisment

‘ରାଜ୍ୟପାଳଙ୍କ ବାସଭବନ ମହିଳାଙ୍କ ପାଇଁ ବିପଦ । ତେଣୁ ମହିଳାମାନେ ସେଠାକୁ ଯିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି । ମହିଳାମାନେ ଆସି ଏଭଳି ଅଭିଯୋଗ କରୁଛନ୍ତି ।’ ଦୁଇ ଦିନ ପୂର୍ବରୁ ଏଭଳି କିଛି ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯେଉଁଥିପାଇଁ ଏବେ ସାରା ରାଜ୍ୟରେ ରାଜନୀତି ସରଗରମ ରହିଛି । ଏହି ବୟାନକୁ ବିରୋଧ କରି ଏବେ ରାଜ୍ୟପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପଶ୍ଚିମବଙ୍ଗ ରାଜ୍ୟପାଳ ଏହା ପୂର୍ବରୁ ମମତା ବାନାର୍ଜୀଙ୍କ ଏହି ବିବାଦୀୟ ବୟାନକୁ ନେଇ ସମାଲୋଚନା କରିଥିଲେ। କହିଥିଲେ ଯେ ଜନ ପ୍ରତିନିଧିମାନେ ମିଥ୍ୟା ଏବଂ ବଦନାମ ଭାବନା ସୃଷ୍ଟି କରିବେ ନାହିଁ ବୋଲି ଆଶା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ରାଜ୍ୟପାଳ କିଛି ଟିଏମସି ନେତାଙ୍କ ବିରୋଧରେ ମଧ୍ୟ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ମେ ୨ ତାରିଖରେ ରାଜ୍ୟପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗ ରାଜଭବନରେ କାର୍ଯ୍ୟରତ ଜଣେ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ଆଣିଥିଲେ ବୋଲି ତୃଣମୂଳ କଂଗ୍ରେସର ଅନେକ ନେତା ଦାବି କରିଥିଲେ । ପଶ୍ଚିମବଙ୍ଗ ରାଜ୍ୟପାଳ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ କପୋଳକଳ୍ପିତ କାହାଣୀ ବୋଲି କହିଥିଲେ । ଟିଏମସି ନେତାମାନେ ଦାବି କରିଥିଲେ ଯେ ଅଭିଯୋଗ ଆଣିଥିବା ମହିଳା ଜଣକ କୋଲକାତା ପୋଲିସ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ ।

West Bengal Mamata Banerjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ