Advertisment

ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବର୍ଗକୁ ଆକୃଷ୍ଟ କରିବାକୁ ରାଜ୍ୟ ବଜେଟ୍‌ରେ ପ୍ରୟାସ

ନୂଆ ବଜେଟ୍‌ରେ ଅଣାଯାଇଛି ବିଭିନ୍ନ ସ୍କିମ୍। ଏହାକୁ କ୍ୟାମ୍ପେନ ମୋଡ୍‌ରେ ପ୍ରଚାର ପ୍ରସାର କରିବା ଲାଗି ଦଳୀୟ ମନ୍ତ୍ରୀ, ବିଧାୟକ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି କହିଛି, କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ଏଥିରେ କେବଳ କପି ପେଷ୍ଟ ଲାଗି ଉଦ୍ୟମ ହୋଇଛି।

undefined

Before general elections efforts in state budget to attract all categories

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଆସିଲା ଓଡ଼ିଶାର ସବୁଠୁ ବଡ଼ ବଜେଟ୍। ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍‌ରେ ଫୋକସ୍‌ରେ ମହିଳା, ଯୁବ, ଛାତ୍ର, ଆଦିବାସୀ ଓ ଚାଷୀ ଅନ୍ୟ ସବୁ ବର୍ଗକୁ ବି ଖୁସ୍ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି।

Advertisment

ଶିକ୍ଷା ହେଉ କି ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ ହେଉ କି ମିଶନ୍ ଶକ୍ତି, ଏଥର ବଜେଟ୍‌ରେ ଭିତ୍ତିଭୂମିର ବିକାଶ ଉପରେ ଦିଆଯାଇଛି ଗୁରୁତ୍ୱ। ସେପଟେ ଆଗକୁ ନିର୍ବାଚନ ଥିବାରୁ ବଜେଟ୍‌ରେ ଦିଆଯାଇଥିବା ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେଡି। ପ୍ରତ୍ୟେକ ବ୍ଲକ୍‌ରେ ବୁଦ୍ଧିଜୀବୀ, କର୍ମୀ ସମ୍ମିଳନୀ କରି ବଜେଟ୍ ସଂପର୍କରେ ଲୋକଙ୍କୁ ବୁଝାଇବାକୁ କୁହାଯାଇଛି।

ସେପଟେ ବିଜେପି କିନ୍ତୁ ଅଭିଯୋଗ କରିଛି, ରାଜ୍ୟ ସରକାର ବଜେଟ୍ ମାଧ୍ୟମରେ ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ୍ କରି କେବଳ କପି ପେଷ୍ଟ୍‌ ଉଦ୍ୟମ କରାଯାଇଛି। ବସ୍ତାନି ବଡ଼, ପାଠ କମ ଭଳି, କେନ୍ଦ୍ର ସରକାରଙ୍କ ଅର୍ଥରେ ରାଜ୍ୟ ବଜେଟ୍ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି। କଂଗ୍ରେସ କହିଛି, ବଜେଟ୍‌ରୁ ରାଜ୍ୟର ବିକାଶ ହେଲାଭଳି ମନେହେଉନି।

Advertisment

ଗତକାଲି ଗୃହରେ ବଜେଟ୍ ଉପସ୍ଥାପନ ପରେ ବିଜେଡିର ସବୁ ବିଧାୟକ, ମନ୍ତ୍ରୀ ଓ ଅନ୍ୟ ନେତାମାନଙ୍କୁ ନବୀନ ନିବାସ ଡକାଯାଇଥିଲା। ମୁଖ୍ୟମନ୍ତ୍ରୀ ବଜେଟ୍ ଉପରେ ଦଳର ନେତାମାନଙ୍କ ସହ ଆଲୋଚନା କରିଥିଲେ। ବଜେଟ୍ ଲୋକଙ୍କ ପାଇଁ ହୋଇଥିବାରୁ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ ନବୀନ।

ସେହିପରି ବଜେଟ୍ ପରେ ପରେ ବିଭିନ୍ନ ବିଭାଗ ସେମାନଙ୍କ ବିଭାଗକୁ ମିଳିଥିବା ଅନୁଦାନ

ଓ ସ୍କିମ୍ ସଂପର୍କରେ ସୋସିଆଲ୍ ମିଡିଆରେ ପ୍ରଚାର କରିଥିଲେ, ଯାହାକି ପୂର୍ବରୁ କେବେ ଦେଖାଯାଇ ନଥିଲା। ଯେହେତୁ ଆଗକୁ ନିର୍ବାଚନ ଅଛି ତେଣୁ ବଜେଟ୍‌ର ପୁରା ମାଇଲେଜ୍ ନେବାକୁ ଭରପୂର ପ୍ରୟାସ କରାଯାଉଛି।

Advertisment

ଆଉ ଏକ ବଡ଼ ଉଲ୍ଲେଖନୀୟ କଥା ହେଲା, ଏହି ବଜେଟ୍‌ରେ ବିଜୁ ପଟ୍ଟନାୟକ କିମ୍ବା ଅନ୍ୟ ମହାପୁରୁଷଙ୍କ ନାଁରେ କୌଣସି ସ୍କିମ୍ ଘୋଷଣା କରାଯାଇନି। କେବଳ ମୁଖ୍ୟମନ୍ତ୍ରୀଙ୍କ ନାଁର ହି ସ୍କିମ୍ ବର୍ଷା ହୋଇଛି। ଚର୍ଚ୍ଚା ହେଉଛି, ବିଜୁ ଲିଗାସି ବଦଳରେ ଏଣିକି ନବୀନ ଲିଗାସିରେ ସବୁ କିଛି ହେବ, ତେଣୁ ଏଭଳି କରାଯାଇଛି।

କେନ୍ଦ୍ର ବଜେଟ୍ ଆସିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁ ରାଜ୍ୟକୁ ଯାଇ ବଜେଟ୍‌ର ଦିଗ ଓ ସଂପୃକ୍ତ ରାଜ୍ୟକୁ କେତେ ଫାଇଦା ମିଳିବ ସେ ସଂପର୍କରେ ବୁଝାଉଛନ୍ତି। ଆଉ ଏବେ ରାଜ୍ୟ ସରକାର ସେଇ ଧାରାରେ ଯାଉଥିବା ଚର୍ଚ୍ଚା ହେଉଛି।

(ଭୁବନେଶ୍ୱରରୁ ଜଗଦୀଶ ଦାସ ଓ ହରିହର ଚାନ୍ଦଙ୍କ ରିପୋର୍ଟ)

Naveen Patnaik Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ