Advertisment

ବରଗଡ଼ ସାଂସଦ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଏକାଧିକ ବ୍ଲକେଜ୍ ପାଇଁ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଚିକିତ୍ସାଧୀନ

ଅଦ୍ୟତନ ହୋଇଛି
Baragarh MP Suresh Pujari

Suresh Pujari

Advertisment

ବରଗଡ଼ ସାଂସଦ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏକାଧିକ ବ୍ଲକେଜ୍ ପାଇଁ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଚିକିତ୍ସାଧୀନ ଅଛନ୍ତି । ଅସ୍ତ୍ରୋପଚାର ଜରିଆରେ ହୃତପିଣ୍ଡରେ ୪ଟି ଷ୍ଟେଣ୍ଟ ଲାଗିଛି । ତେବେ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

Advertisment

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ସାଂସଦ ସୁରେଶ ପୂଜାରୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତା’ପରେ ସେ ଦିଲ୍ଲୀ ଏମ୍ସରେ ଆବଶ୍ୟକ ପରୀକ୍ଷା କରାଇଥିଲେ । ତାଙ୍କ ହାର୍ଟରେ ଏକାଧିକ ବ୍ଳକେଜ ଥିବା ପରୀକ୍ଷା ବେଳେ ଜଣାପଡ଼ିଥିଲା । ସେଥିପାଇଁ ଅପରେସନ ଆବଶ୍ୟକ ବୋଲି ଡାକ୍ତର କହିଥିଲେ।

ଆଉ ଡାକ୍ତରଙ୍କ ପରାମର୍ଶକ୍ରମେ ଆଜି ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଦିନ ପ୍ରାୟ ୧୨ଟା ବେଳେ ଅସ୍ତ୍ରୋପଚାର ଜରିଆରେ ତାଙ୍କ ହୃତପିଣ୍ଡରେ ୪ଟି ଷ୍ଟେଣ୍ଟ ଲଗାଯାଇଛି । 

Advertisment
Suresh Pujari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ