Advertisment

ଜୁଏଲଙ୍କ କଥା ଦୋହରାଇଲେ ସାଂସଦ ସଂଗୀତା, କହିଲେ ମମିତାଙ୍କ ପରିବାକୁ ମୁଁ ଭେଟିଛି ଆଉ ଦୁଃଖ ବୁଝିଛି..

‘ମମିତାଙ୍କ ପରିବାରକୁ ମୁଁ ଦୁଇ ଦୁଇ ଥର ଭେଟିବାକୁ ଯାଇଛି । ତାଙ୍କ ପରିବାରର ଦୁଃଖ ଜାଣିଛି ଓ ମନ କଥା ବୁଝିଛି । ସେମାନଙ୍କ ବେଦନା କଣ ମୁଁ ଜାଣିଛି । ମୋ ସାମ୍ନାରେ ସେମାନେ କାନ୍ଦି କାନ୍ଦି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ ।’

Sangeeta Singhdeo

Sangeeta Singhdeo

Advertisment

ବିଜେପିର ବରିଷ୍ଠ ନେତା ତଥା ସାଂସଦ ଜୁଏଲ ଓରାମଙ୍କ କଥା ହୋହରାଇଲେ ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ । ବିଜେଡି ସରକାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ । କହିଲେ ମମିତାଙ୍କ ପରିବାର ଉପରେ ପଡ଼ୁଛି ଚାପ । ସରକାରଙ୍କ ପକ୍ଷରୁ ମମିତାଙ୍କ ପରିବାର ଉପରେ ପ୍ରବଳ ଚାପ ପକାଇବାକୁ ଚେଷ୍ଟା କରାଯାଇଛି । ଏହାସହ ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ଭୟଭୀତ ମଧ୍ୟ କରାଯାଉଛି । ତେଣୁ ତାଙ୍କ ପରିବାର ଲୋକ ଏବେ ଚୁପ୍‌ ରହିବାକୁ ବାଧ୍ୟ ହେଉଛନ୍ତି ।

Advertisment

ସଂଗୀତା ଆହୁରି କହିଛନ୍ତି ‘ମମିତାଙ୍କ ପରିବାରକୁ ମୁଁ ଦୁଇ ଦୁଇ ଥର ଭେଟିବାକୁ ଯାଇଛି । ତାଙ୍କ ପରିବାରର ଦୁଃଖ ଜାଣିଛି ଓ ମନ କଥା ବୁଝିଛି । ସେମାନଙ୍କ ବେଦନା କଣ ମୁଁ ଜାଣିଛି । ମୋ ସାମ୍ନାରେ ସେମାନେ କାନ୍ଦି କାନ୍ଦି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ । ହେଲେ ଏବେ ସେମାନଙ୍କୁ ଭୟଭୀତ କରାଇ ସ୍ୱର ବଦଳାଇବାକୁ ଚେଷ୍ଟା କରାଯାଉଛି ।’

Advertisment

ତେବେ ସଂଗୀତାଙ୍କ ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ମଧ୍ୟ ସମାନ କଥା କହିଥିଲେ । ମମିତା ମେହେରଙ୍କ ପରିବାରକୁ ଚାପ ପକାଯାଉଛି । ମତ ବଦଳାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଡ଼ୁଛି ପ୍ରବଳ ଚାପ ବୋଲି ସେ କହିଥିଲେ ।ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ନିଶାନା କରି କହିଥିଲେ, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ମାମଲାକୁ ଯେନତେନ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । ତେଣୁ ତାଙ୍କ ପରିବାର ଉପରେ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରି ପରିବାର ଲୋକଙ୍କ ମତ ବଦଳାଇବାକୁ ଚେଷ୍ଟା କରାଯାଉଛି ।’

ପୂର୍ବରୁ ମମିତାଙ୍କ ପରିବାର ଲୋକେ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ବୟାନ ଦେଉଥିଲେ ହେଲେ ଏବେ ଚୁପ୍ କାହିଁକି ହେଲେ ବୋଲି ସେ ପ୍ରଶ୍ନ କରିଥିଲେ । ପୂର୍ବରୁ ତାଙ୍କ ପରିବାର ଲୋକ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରୁଥିଲେ । ମନ୍ତ୍ରୀଙ୍କ ପିଏ, ଡ୍ରାଇଭର ସମ୍ପୃକ୍ତ ଅଛନ୍ତି । ତେବେ ମନ୍ତ୍ରୀ କେମିତି ସମ୍ପୃକ୍ତ ନାହାନ୍ତି ବୋଲି ଜୁଏଲ୍ ପ୍ରଶ୍ନ କରିଥିଲେ ।

Advertisment
BJP Mamita Meher Murder Case Sangeeta Singhdeo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ