Advertisment

ଲୋକସଭା ନିର୍ବାଚନ ଲଢ଼ିବେ ଓଝା ସାର୍‌ ! ଏହି ଆସନରୁ ପ୍ରାର୍ଥୀ କରିପାରେ ବିଜେପି...

ଏହା ମଧ୍ୟ ଚର୍ଚ୍ଚା ହେଉଛି କି ଓଝା ସାର୍‌ ୟୁପିର କେସରଗଞ୍ଜ କିମ୍ବା ଆହ୍ଲାବାଦ ଆସନରୁ ନିର୍ବାଚନ ଲଢ଼ିପାରନ୍ତି।

ଅଦ୍ୟତନ ହୋଇଛି
Avadh Ojha

Avadh Ojha

Advertisment

ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଶିକ୍ଷକ ଅବଧ ଓଝା। ତେବେ ଏଥର ତାଙ୍କ ପାଠ ପଢ଼ା ଶୈଳୀକୁ ନେଇ ନୁହେଁ ବରଂ ଲୋକସଭା ନିର୍ବାଚନ ଲଢ଼ିବା ନେଇ ସେ ଏବେ ଚର୍ଚ୍ଚାରେ। ନିକଟରେ ଅବଧ ଓଝାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସହ ଅବଧ ଓଝାଙ୍କୁ ଦେଖିବାକୁ ମିଳିଥିଲା। ଏହାପରଠୁ ତାଙ୍କୁ ନେଇ ଆରମ୍ଭ ହୋଇଯାଇଛି ନାନା କଳ୍ପନାଜଳ୍ପନା।

Advertisment

ତେବେ ରାଜନୀତିରେ ପୂର୍ବରୁ ଓଝା ସାର୍‌ଙ୍କ ରୁଚି ଥିବା ସେ ଅନେକ ସମୟରେ କହିଥିଲେ। ଆଉ ଏବେ ଠିକ୍‌ ଲୋକସଭା ନିର୍ବାଚନ ପୂର୍ବରୁ ଭାଇରାଲ୍‌ ହେଉଥିବା ଏହି ଫଟୋ ଲୋକଙ୍କ ମନରେ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ । ଏହି ଫଟୋ ଦେଖିବା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କ’ଣ ସତରେ ଓଝା ସାର୍‌ ବିଜେପି ଟିକେଟ୍‌ରୁ ଲୋକସଭା ନିର୍ବାଚନ ଲଢ଼ିବେ ? ତେବେ ଏନେଇ କିନ୍ତୁ ବର୍ତ୍ତମାନ ସୁଦ୍ଧା ଓଝା ସାର୍‌ କିମ୍ବା ବିଜେପି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ତେବେ କେବଳ ନିର୍ବାଚନ ଲଢ଼ିବେ ତାହା ନୁହେଁ ସେ କେଉଁ ଆସନରୁ ଲଢ଼ିବେ ତାହା ମଧ୍ୟ ଚର୍ଚ୍ଚା ହେଉଛି। କୁହାଯାଉଛି କି ଓଝା ସାର୍‌ ୟୁପିର କେସରଗଞ୍ଜ କିମ୍ବା ଆହ୍ଲାବାଦ ଆସନରୁ ନିର୍ବାଚନ ଲଢ଼ିପାରନ୍ତି । କେସରଗଞ୍ଜ ଆସନରୁ ଏବେ ସାଂସଦ ଅଛନ୍ତି ବ୍ରିଜ୍‌ ଭୂଷଣ ଶରଣ ସିଂ। କିନ୍ତୁ ବ୍ରିଜ୍‌ ଭୂଷଣ ଶରଣ ସିଂ କୁସ୍ତିଯୋଦ୍ଧା ପ୍ରସଙ୍ଗକୁ ନେଇ ବେଶ୍‌ ବିବାଦରେ ରହିଥିଲେ। ତେଣୁ ବିଜେପି ତାଙ୍କ ସ୍ଥାନରେ ଅବଧ ଓଝାଙ୍କୁ ଟିକେଟ୍‌ ଦେଇପାରେ। ଅନ୍ୟପକ୍ଷରେ ୟୁପି ସମେତ ସାରା ଦେଶରେ ଓଝା ସାର୍‌ ବେଶ୍ ଲୋକପ୍ରିୟ ଅଟନ୍ତି। ତେଣୁ କେସରଗଞ୍ଜ ଆସନରେ ଆଉ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କୁ ରିପିଟ୍ ନ କରି ଚଳିତ ଥର ଅବଧ ଓଝାଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ବିଜେପି ସୁଯୋଗ ଦେଇପାରେ।

Advertisment

ସେପଟେ ଆସନ୍ତା ସପ୍ତାହରେ ଘୋଷଣା ହେବ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା। ସାଧାରଣ ନିର୍ବାଚନ ବିଗୁଲ୍‌ ବାଜିବା ପୂର୍ବରୁ ଜୋରସୋରରେ ପ୍ରସ୍ତୁତ ଆରମ୍ଭ କରିସାରିଲେଣି ସବୁ ରାଜନୈତିକ ଦଳ। ତେବେ ତାରିଖ ଘୋଷଣା ପୂର୍ବରୁ ଗତ ୨ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି। ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ବିଜେପି। ଏଥିରେ ଉତ୍ତରପ୍ରଦେଶର ସର୍ବାଧିକ ୫୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ତେବେ ବାକିଥିବା ୨୩ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଜୋରସୋର କସରତ କରୁଛି ବିଜେପି। କେସରଗଞ୍ଜ ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ନାମ ଉପରେ ଆଲୋଚନା ହେଉଛି। ଏଥି ସହିତ ଦେଓରିଆ, ବାଲିଆ, ଗାଜିପୁର, ମେରଠ, ଗାଜିଆବାଦ, ରାଏବରେଲିର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଚାଲିଛି।

BJP Uttar Pradesh General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ