Advertisment

ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେ, ରାତି ଅଧରେ ବାଣ୍ଟୁଥିଲେ ୫୦୦ ଟଙ୍କିଆ ନୋଟ୍‌...

ରାତି ଅଧରେ ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ ରାତି ସାରା ବାନ୍ଧି ରଖିଲେ ଗ୍ରାମବାସୀ। ଆଜି ସକାଳେ ପୋଲିସ୍‌ ଗାଁରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି।

Locals Detain BJD Worker For Distributing Money

Locals Detain BJD Worker For Distributing Money

Advertisment

ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେ। ରାତି ଅଧରେ ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ ରାତି ସାରା ବାନ୍ଧି ରଖିଲେ ଗ୍ରାମବାସୀ। ଆଜି ସକାଳେ ପୋଲିସ୍‌ ଗାଁରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ସେମାନଙ୍କୁ ଠାରୁ ୫୦୦ ଟଙ୍କିଆ ଗୋଟିଏ ବଣ୍ଡଲ ଜବତ ହୋଇଛି। କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ମାଣିତ୍ରୀ ଗାଁରେ ଏଭଳି ଘଟଣା ଘଟିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ମାଣିତ୍ରୀ ଗାଁରେ ମତଦାନ ହେବ। ହେଲେ, ତା’ ପୂର୍ବରୁ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଦୁଇ ଜଣ ବ୍ୟକ୍ତି ମାଣିତ୍ରୀ ଗାଁକୁ ଯାଇ ଲୋକଙ୍କୁ ଟଙ୍କା ବାଣ୍ଟୁଥିଲେ। ଏନେଇ ଗ୍ରାମବାସୀ ବିରୋଧ କରିଥିଲେ। ଏହାପରେ ୨ ଜଣଙ୍କୁ ଗ୍ରାମବାସୀ ବାନ୍ଧି ରଖିବା ସହ ସେମାନେ ନେଇ ଯାଇଥିବା କାର୍‌ ଓ ବୋଲେରୋକୁ ଭଙ୍ଗାରୁଜା କରିଥିଲେ।

ଖବର ପାଇ ଆଜି ସକାଳେ ପୋଲିସ୍‌ ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏହାପରେ ୨ ଜଣଙ୍କୁ ପୋଲିସ୍‌ ଉଦ୍ଧାର କରିଥିଲା। ୨ ଜଣଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚରା କରୁଥିବା ଜଣାପଡ଼ିଛି।

Advertisment
Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ