Advertisment

ନିର୍ବାଚନରେ ସର୍ବନିମ୍ନ ୨୭% ପଛୁଆବର୍ଗଙ୍କୁ ପ୍ରାର୍ଥୀ କରାଯିବ : ବିଜେଡ଼ି

ଓବିସିଙ୍କୁ ନେଇ ବଡ଼ କାର୍ଡ଼ ଖେଳିଲା ବିଜୁ ଜନତା ଦଳ ବିଜେଡ଼ି। ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ବିଜେଡ଼ି ଦେବ ବୋଲି ଘୋଷଣା ହୋଇଛି। ଏନେଇ ପ୍ରେସମିଟ୍‌ କରି ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ। ଉଭୟ ମନ୍ତ୍ରୀ କହିଛନ୍ତି କି ସଂରକ୍ଷଣ ନେଇ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ।

ଅଦ୍ୟତନ ହୋଇଛି
ବିଜେଡିର ୩୬ ଜଣ ନେତାଙ୍କୁ ସାଧାରଣ ସଂପାଦକ ସହ ନୂଆ ଦାୟିତ୍ୱ

bjd

Advertisment

ଭୁବନେଶ୍ୱର: ଓବିସିଙ୍କୁ ନେଇ ବଡ଼ କାର୍ଡ଼ ଖେଳିଲା ବିଜୁ ଜନତା ଦଳ ବିଜେଡ଼ି। ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ବିଜେଡ଼ି ଦେବ ବୋଲି ଘୋଷଣା ହୋଇଛି। ଏନେଇ ପ୍ରେସମିଟ୍‌ କରି ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ। ଉଭୟ ମନ୍ତ୍ରୀ କହିଛନ୍ତି କି ସଂରକ୍ଷଣ ନେଇ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ବରଂ ପରବର୍ତ୍ତୀ ନିର୍ବାଚନରେ ବି ବିଜେଡ଼ି ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବ ବୋଲି ଉଭୟ ନେତା କହିଛନ୍ତି।

Advertisment

ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଲା ପଛୁଆ ବର୍ଗ କାର୍ଡ। ଆସନ୍ତା ପଞ୍ଚାୟତ ଓ ପରବର୍ତ୍ତୀ ନିର୍ବାଚନରେ ଦଳ ପକ୍ଷରୁ ଅନ୍ୟାନ୍ୟ ପଛୁଆ ବର୍ଗ ଜାତିଙ୍କ ପାଇଁ ଦଳ ୨୭ ପ୍ରତିଶତ ଆସନ ସଂରକ୍ଷଣ ରଖିବ ଓବିସି। ବର୍ଗଙ୍କ ଉନ୍ନତି ପାଇଁ ଓ ରାଜନୀତିରେ ସେମାନଙ୍କୁ ସୁଯୋଗ ଦେବା ଲାଗି ଦଳ ଏଭଳି ପଦକ୍ଷେପ ନେଇଛି। ଏହାସହ ବିଜେଡି ଆହୁରି କହିଛି ଯେ, ଅନ୍ୟ ଦଳ ବିଜେପି ଓ କଂଗ୍ରେସ ଏଥିରୁ ଶିକ୍ଷାଗ୍ରହଣ କରନ୍ତୁ। ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି। ବିଜେଡି ପକ୍ଷରୁ ଆହୁରି କୁହାଯାଇଛି ଯେ, ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ କଟକଣା ଥିବାରୁ ଏବଂ କେନ୍ଦ୍ରୀୟ ଆଇନ ନଥିବାରୁ ବିଜେଡି କେବଳ ରାଜନୈତିକ ନିଷ୍ପତ୍ତି ନେଇଥିବା ଅରୁଣ ସାହୁ କହିଛନ୍ତି।

Also Read ଓବିସିଙ୍କ ଲାଗି ସଂରକ୍ଷଣ ରଖିବାକୁ ବିଜେଡି ସାଂସଦମାନେ କିଛିଦିନ ଆଗରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦାବି ଜଣାଇଥିଲେ। ଏହାପରେ ଆଜି ଦଳ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିର ଏଭଳି ଘୋଷଣାକୁ ଭେଳିକି ବୋଲି କହିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ବିଜେଡି କେବଳ ବାହାଦୁରିଆ କଥା କହୁଛି। ୨୧ ବର୍ଷ ହେଲା ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରନ୍ତୁ ବୋଲି ବିଜେପି କହିଛି। ସେପଟେ କଂଗ୍ରେସ ମଧ୍ୟ ଏଭଳି ଘୋଷଣାକୁ ନେଇ ବିଜେଡିକୁ ସମାଲୋଚନା କରିଛି ।

Advertisment
OBC BJD Politics Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ