Advertisment

ଶାସକ-ବିରୋଧୀ କଥା କଟାକଟି। ଚାଲିପାରୁନି ଗୃହ

ବିଧାନସଭା ଅଚଳ। ଆଜି କୌଣସି ଗୃହକାର୍ଯ୍ୟ ହୋଇପାରିନାହିଁ। ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଉ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ। କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା।

undefined

Odisha Assembly

Advertisment

ଭୁବନେଶ୍ୱର: ବିଧାନସଭା ଅଚଳ। ଆଜି କୌଣସି ଗୃହକାର୍ଯ୍ୟ ହୋଇପାରିନାହିଁ। ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଘେରାଉ କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ। କଂଗ୍ରେସର ଖଣି ସଂପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ଆଜି ଆରମ୍ଭରୁ ଗୃହରେ ହଙ୍ଗାମା ହୋଇଥିଲା। ବାଚସ୍ପତିଙ୍କୁ ଘେରାଉ କରାଯିବାରୁ ସାଢ଼େ ୧୧ଟା ପରେ ଗୃହକୁ ସେ ନିଜ ଚାମ୍ବରରୁ ଆସିପାରିନଥିଲେ। ଏହା ପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଖଣି ଦୁର୍ନୀତି ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା ହୋଇଥିଲା।

Advertisment

ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସର ମୁଲତବୀ ନୋଟିସକୁ ବାଚସ୍ପତି ଗ୍ରହଣ ନ କରିବାରୁ ଦଳର ବିଧାୟକ ହଙ୍ଗାମା କରିଥିଲେ। ବିଜେପି ସଦସ୍ୟ ବି ପାଟିତୁଣ୍ଡ କରିଥିଲେ। ଖଣି ଦୁର୍ନୀତିକୁ ନେଇ କଂଗ୍ରେସ ହିଁ ଆଜି ପ୍ରଥମେ ହଙ୍ଗାମା କରିଥିଲା ବୋଲି ପ୍ରତାପ ଦେବ କହିଛନ୍ତି, ବିରୋଧୀଙ୍କ ଆଚରଣ ରାଜନୀତିରେ ଗୋଲ୍ ପୋଷ୍ଟ ସିଫ୍ଟ। ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ପାଇଁ ସେମାନେ ଦାବି କରିଥିଲେ। ଆଲୋଚନା ହେଲା କିନ୍ତୁ ସାର ଅଭାବ, ବୀମା ସମସ୍ୟା ଆଦିକୁ ଭୁଲି ଗଲେ ବିରୋଧୀ। ବଡ଼ ପ୍ରସଙ୍ଗକୁ ଛାଡ଼ି ଅନ୍ୟ ଆଲୋଚନା ଚାହୁଁଛନ୍ତି ଏବେ।

Advertisment

କାରଣ ଚାଷୀ ପ୍ରସଙ୍ଗରେ ଆଲୋଚନା ହେଲେ କେନ୍ଦ୍ରର ମୁଖା ଖୋଲିଯିବ। ଏହାର ଜବାବରେ କଂଗ୍ରେସର ନରସିଂହ ମିଶ୍ର କହିଛନ୍ତି, ଆମେ ଗୋଲ୍ ପୋଷ୍ଟ ବଦଳାଉନୁ। ପ୍ରତାପ ଦେବଙ୍କ ମନ୍ତବ୍ୟକୁ କଟାକ୍ଷ କରି ନରସିଂହ କହିଛନ୍ତି, ବୋଧହୁଏ ଆଉ ଶାସକ ଦଳରେ ତାଙ୍କର ବସିବାର ନାହିଁ, ବିରୋଧୀ ଦଳରେ ବସିବାର ଅଛି। ସେପଟେ ବାଚସ୍ପତି କହିଛନ୍ତି, ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକଙ୍କ ସହିତ ସେ ଆଲୋଚନା କରିଛନ୍ତି। କାହିଁକି ମୁଲତବୀ ପ୍ରସ୍ତାବ ଗ୍ରହଣ ହେଲାନି, ତାର ଉତ୍ତର ମୁଁ ଦେଇଛି।

BJD Odisha News Odisha Assembly Congress BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ