Advertisment

ଆସାମ ବିଧାନସଭା ନିର୍ବାଚନ: ବାଜି ମାରିଲା ବିଜେପି

ଆସାମ ବିଧାନସଭା ଉପନିର୍ବାଚନରେ ବାଜି ମାରିଲା ବିଜେପି । ସମସ୍ତ ୫ ଆସନରେ ବାଜିମାତ କରିଛନ୍ତି ବିଜେପି ଏବଂ UPPL ମେଣ୍ଟ ପ୍ରାର୍ଥୀ । ଥୌରା ଆସନରୁ ବିଜେପିର ସୁଶାନ୍ତ ବୋରଗେନ ବିଜୟୀ ହୋଇଛନ୍ତି

BJP

BJP

Advertisment

ଆସାମ: ଆସାମ ବିଧାନସଭା ଉପନିର୍ବାଚନରେ ବାଜି ମାରିଲା ବିଜେପି । ସମସ୍ତ ୫ ଆସନରେ ବାଜିମାତ କରିଛନ୍ତି ବିଜେପି ଏବଂ UPPL ମେଣ୍ଟ ପ୍ରାର୍ଥୀ । ଥୌରା ଆସନରୁ ବିଜେପିର ସୁଶାନ୍ତ ବୋରଗେନ ବିଜୟୀ ହୋଇଛନ୍ତି । ବିଜେପି ସମର୍ଥିତ ପ୍ରାର୍ଥୀ UPPLର ଜୀରନ, ଗୋସାଇଗା ଆସନରୁ ବିଜୟୀ ହୋଇଛନ୍ତି । ସେହିପରି ତାମୁଲପୁର ଆସନରୁ ଜୋଲେନ ଦାଇମାରୀ , ଭବାନୀପୁରରୁ ବିଜେପିର ଫଣିଧର ତାଲୁକଦାର ଏବଂ ମାରିଆନୀରୁ ବିଜେପିର ରୂପଜ୍ୟୋତି କୁର୍ମୀ ବିଜୟୀ ହୋଇଛନ୍ତି ।.

Advertisment

ସେପଟେ ହିମାଚଳପ୍ରଦେଶ ଉପନିର୍ବାଚନରେ ବିଜେପିକୁ ଲାଗିଛି ଝଟକା । ସମସ୍ତ ୩ ବିଧାନସଭା ଆସନରେ ପରାସ୍ତ ହୋଇଛନ୍ତି ବିଜେପି ପ୍ରାର୍ଥୀ । ତିନିଟିଯାକ ଆସନକୁ ନିଜ ଦଖଲକୁ ନେଇଛି କଂଗ୍ରେସ । ଫତେପୁରରେ ଭବାନୀ ସିଂ ପଠାନିଆ, ଆର୍କିରେ ସଂଜୟ ଏବଂ ଜୁବାଲ-କୋଟଖାଇ ଆସନରୁ ବିଜୟୀ ହୋଇଛନ୍ତି ରୋହିଥ ଠାକୁର । ସେପଟେ ପଶ୍ଚିମବଂଗ ଉପନିର୍ବାଚନରେ ବାଜିମାତ୍ କରିଛି ଟିଏମ୍ସି । ଦିନହାଟା, ଖରଦାହା, ଗୋସାବା ଏବଂ ଶାନ୍ତିପୁର ଉପନିର୍ବାଚନରେ ଟିଏମ୍ସି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

Advertisment

ଏହି ସବୁ ଆସନରେ ବିଜେପି ସହ ଟିଏମ୍ସିର ସିଧାସଳଖ ଲଢେଇ ହୋଇଥିଲା। ଦିନହାଟା ଏବଂ ଶାନ୍ତିପୁର ଆସନ ପୂର୍ବରୁ ବିଜେପି ଜିତିଥିବାବେଳେ ଏବେ ଟିଏମ୍ସି ହାତକୁ ଯାଇଛି। ସେହିପରି ଗୋସାବା ଏବଂ ଖରଦାହାରେ ପ୍ରତିନିଧିଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନ ହୋଇଥିଲା । ସେହିପରି ବିହାରର ଦୁଇଟି ଆସନରେ ଜିତିଛି ଜେଡିୟୁ । ମଧ୍ୟପ୍ରଦେଶରେ ଦୁଇଟି ବିଜେପି ଏବଂ ଗୋଟିଏ କଂଗ୍ରେସ ଦଖଲକୁ ଯାଇଛି । ରାଜସ୍ଥାନରେ ହୋଇଥିବା ଦୁଇଟି ଆସନର ଉପନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଛି ।

India BJP Congress TMC Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ