Advertisment

ପଞ୍ଜାବ ପରେ କେଜ୍ରିୱାଲଙ୍କ ମିଶନ ୟୁପି ! ଯୋଗୀଙ୍କ ଗଡ଼ ଗୋରଖପୁର ଯାଇ କରିବେ ପ୍ରଚାର

ଆମ୍ ଆଦମୀ ପାର୍ଟିର ମୁଖିଆ ତଥା ଅରବିନ୍ଦ କେଜ୍ରିୱାଲ ଆଜି ଠାରୁ ଆସନ୍ତା ଚାରି ଦିନ ପାଇଁ ୟୁପିରେ ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଏବଂ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିବେ ।

UP Election 2022

UP Election 2022

Advertisment

ଯୋଗୀଙ୍କ ଗଡ଼ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନଜର । ଗୋଟିଏ ପରେ ଗୋଟିଏ ଗୋଟିଚାଳନା କରୁଛି ଆମ୍‌ ଆଦ୍‌ମୀ ପାର୍ଟି । ବିଭିନ୍ନ ରାଜ୍ୟରେ ଦଳକୁ ମଜଭୁତ କରିବାକୁ ଲାଗିପଡ଼ିଛନ୍ତି ଅରବିନ୍ଦ କେଜ୍ରିୱାଲ । ପଞ୍ଜାବ, ଗୋଆ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ପ୍ରଚାର କରିବାରେ ବ୍ୟସ୍ତ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟାର୍ଗେଟରେ ଏବେ ୟୁପି ।

Advertisment

ଆମ୍ ଆଦମୀ ପାର୍ଟିର ମୁଖିଆ ତଥା ଅରବିନ୍ଦ କେଜ୍ରିୱାଲ ଆଜି ଠାରୁ ଆସନ୍ତା ଚାରି ଦିନ ପାଇଁ ୟୁପିରେ ଦଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଏବଂ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିବେ । ଏହି ସମୟରେ ସେ ଗୋରଖପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମଧ୍ୟ ପ୍ରଚାର କରିବାକୁ ଯାଉଛନ୍ତି । ରାଜ୍ୟର ଦଳୀୟ କର୍ମୀମାନେ ଏହି ସୂଚନା ଦେଇଛନ୍ତି ।

ଅରବିନ୍ଦ କେଜ୍ରିୱାଲ ରାଜଧାନୀ ଲକ୍ଷ୍ନୌ ଠାରୁ ପ୍ରଚାର ଆରମ୍ଭ କରିବେ ବୋଲି ଆମ୍ ଆଦମୀ ପାର୍ଟି ମୁଖପାତ୍ର ବୈଭବ ମହେଶ୍ୱରୀ କହିଛନ୍ତି । ଲକ୍ଷ୍ନୌର କେସିଆରବାଗରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଯାନ ଆରମ୍ଭ କରିବେ । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ବାରବାଙ୍କି, ପ୍ରୟାଗରାଜ ଏବଂ ଗୋରଖପୁର ପରିଦର୍ଶନ କରିବାର ଯୋଜନା ରହିଛି । ଏହାସହ ସେ ଅନେକ ନିର୍ବାଚନୀ ସଭାରେ ମଧ୍ୟ ଅଂଶଗ୍ରହଣ କରିବେ ।

Advertisment

ଏହି ସମୟରେ କେଜ୍ରିୱାଲଙ୍କ ସହ ଦଳରେ ଉତ୍ତରପ୍ରଦେଶର ପ୍ରଭାରୀ, ସଞ୍ଜୟ ସିଂ ଏବଂ ଦିଲ୍ଲୀର ୩-୪ ଜଣ ବିଧାୟକ ରହିବେ। ଗୋରଖପୁର (ସଦର) ଆସନରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସୋମବାର ଦିନ ପ୍ରାୟ ୧୧ଟା ସମୟରେ ଅରବିନ୍ଦ କେଜ୍ରିୱାଲ ଲକ୍ଷ୍ନୌ ପହଞ୍ଚିଛନ୍ତି । ଆମ୍ ଆଦମୀ ପାର୍ଟି ସମର୍ଥକମାନେ ଆମୌସି ବିମାନବନ୍ଦରରେ ତାଙ୍କର ଭବ୍ୟ ସ୍ୱାଗତ କରିଛନ୍ତି ।

UP Election 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ