Advertisment

ବିଡିଓଙ୍କ FIRରେ କାର୍ଯ୍ୟାନୁଷ୍ଠାନ, ବିଧାୟକଙ୍କ FIRରେ ଚୁପ୍: ବିଜେପି

ବିଧାୟକଙ୍କ ଗିରଫଦାରୀକୁ ବିଜେପି ଦୃଢ଼ ନିନ୍ଦା କରିଛି। ଅଭିଯୋଗ ଉପରେ ବିଧାୟକଙ୍କୁ ଗିରଫ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।

ଅଦ୍ୟତନ ହୋଇଛି
Arrest of Deogarh MLA:  BJP questions police action

Arrest of Deogarh MLA: BJP questions police action

Advertisment

ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ ହୋଇଛନ୍ତି।  ବିଧାୟକଙ୍କୁ ଭୁବନେଶ୍ୱର କ୍ୱାର୍ଟର୍ସରୁ ଦେବଗଡ଼ ପୋଲିସ ଗିରଫ କରିଛି। ବିଧାୟକଙ୍କ ଗିରଫଦାରୀକୁ ବିଜେପି ଦୃଢ଼ ନିନ୍ଦା କରିଛି। ଅଭିଯୋଗ ଉପରେ ବିଧାୟକଙ୍କୁ ଗିରଫ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି। 

Advertisment

ଗତକାଲି ବିଧାୟକ ସୁବାସ ପାଣିଗ୍ରାହୀ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଗଜପତି ତାଙ୍କୁ କଥାବାର୍ତ୍ତା ପାଇଁ ପ୍ରଥମେ ତିଲେଇବଣି ବ୍ଲକ୍‌କୁ ଡାକିଥିଲେ। ହେଲେ ବିଧାୟକ ସେଠି ପହଞ୍ଚିବା ବେଳକୁ ବିଡିଓ ସେଠି ନଥିଲେ। ପୁଣି ପରେ ତାଙ୍କୁ ଦୁଧିଆନାଳି, ଜାମୁନଳି ଓ ଶେଷରେ ଭାଲିଆଗୁଡ଼ିକୁ ଡକାଇଥିଲେ।

ଆଉ ବିଧାୟକ ସେଠି ପହଞ୍ଚିବା ପରେ ବିଡିଓ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ସର୍ବସାଧାଣରେ ତାଙ୍କ କଲର ଝିଙ୍କି ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ତେବେ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ସର୍ବସାଧାରଣରେ ଜଣେ ସରକାରୀ ଅଧିକାରୀ ଦୁର୍ବ୍ୟହାର କରିବା ନେଇ ଅଭିଯୋଗ ସତ୍ତ୍ୱେ ପୋଲିସ୍ ଚୁପ୍ ରହି ଓଲଟି ବିଧାୟକଙ୍କୁ ବାନ୍ଧିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।

Advertisment

ବିଧାୟକଙ୍କୁ ଗିରଫଦାରୀ ସୁପରିକଳ୍ପିତ ଯୋଜନାର ଅଂଶ ବୋଲି ଦଳ ଅଭିଯୋଗ କରିଛି। ବିଡିଓଙ୍କ FIRରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିବାବେଳେ ବିଧାୟକଙ୍କ FIRରେ ଚୁପ୍।ବିଡିଓଙ୍କୁ ଛାଡ଼ି ପୋଲିସ ବିଧାୟକଙ୍କୁ କେମିତି ବାନ୍ଧିଲା ବୋଲି ବିଜେପି ପ୍ରଶ୍ନ କରିଛି। 

ଅନ୍ୟପକ୍ଷେ, ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ ଘଟଣାରେ ବିଜେଡିର ପ୍ରତିକ୍ରିୟା ରଖିଛି। ଗିରଫକୁ ସଠିକ୍ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ବିଧାୟକ ହୋଇ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ବାଡ଼େଇବା ନିନ୍ଦନୀୟ। ଆଇନ ଅନୁସାରେ ବିଧାୟକ ଗିରଫ ହୋଇଛନ୍ତି ବୋଲି ଲେନିନ କହିଛନ୍ତି। 

Advertisment
BJD BJP Subash Chandra Panigrahi Deogarh MLA Arrested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ